32.9 C
Balāngīr
Thursday, June 12, 2025

ବଲାଙ୍ଗୀର ଜିଲ୍ଲାରେ ଦଶନ୍ଧିଧରୀ ଚୌକି ମାଡ଼ି ବସିଛନ୍ତି କିରାଣୀ

Must read

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗୀର, (୧୯/୦୮) : ବଲାଙ୍ଗୀର ଜିଲ୍ଲା ରାଜସ୍ୱ ବିଭାଗରେ ଉପରୋକ୍ତ ରାଜସ୍ୱ ବିଭାଗୀୟ ଅକଟା ଓ ନିର୍ଦ୍ଦେଶ ସତ୍ତ୍ୱେ ବର୍ଷ ବର୍ଷ ଧରି ଗୋଟିଏ କାର୍ଯ୍ୟାଳୟରେ ଦଶନ୍ଧିଧରୀ ଚୌକି ମାଡ଼ି ବସିଛନ୍ତି କିରାଣୀ ।

ବିଶୁ ମହାରଣା, କିଶୋରଚନ୍ଦ୍ର ବରିହା ଓ ସୁନୀଲ କୁମାର ଭୋଇ ବରିହା CSO ଅଫିସରେ ୨୦୧୩ ରୁ ବର୍ତ୍ତମାନ ପର୍ଯ୍ୟନ୍ତ କାର୍ଯ୍ୟରତ । ରାଧାଗୋବିନ୍ଦ ନାଏକ ୨୦୧୩ ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଅଫିସ, ବଲାଙ୍ଗିରରେ କାର୍ଯ୍ୟରତ ଓ ସେହି ଅଫିସରେ କନିଷ୍ଠ କିରାଣୀ ପଦୋନ୍ନତି ପରେ ବି ପୁନଃ ଜିଲ୍ଲା ମଙ୍ଗଳ ଅଫିସରେ ସେ ବରିଷ୍ଠ କିରାଣୀ ଭାବରେ ଆଜିକୁ ଦୀର୍ଘ ୧୧ ବର୍ଷ ହେଲା ଶ୍ରୀ ନାୟକ ଗୋଟିଏ ଅଫିସର କାର୍ଯ୍ୟରତ ଅଛନ୍ତି । କାର୍ଯ୍ୟାଳୟର ପ୍ରାୟ ସମସ୍ତ କାମ ତାଙ୍କ ହାତରେ ରଖିଛନ୍ତି । ସେ ବିଭିନ୍ନ ପ୍ରକାର ବିଭାଗ ଯଥା Development, ANWESHA, FRA ତଥା ଅଫିସରେ ସବୁ କାମ ତାଙ୍କ ହାତରେ ନେଇଛନ୍ତି ଓ ମନମୁଖୀ କାର୍ଯ୍ୟ କରୁଛନ୍ତି । କାମଦେବ ଭୋଇ ଜିଲ୍ଲା ମଙ୍ଗଳ ଅଫିସର ଜଣେ କନିଷ୍ଠ କିରାଣୀ କିନ୍ତୁ ସେହି ଜିଲ୍ଲା ମଙ୍ଗଳ ଅଫିସରେ ସେ ବରିଷ୍ଠ କିରାଣୀ ଭାବରେ କାର୍ଯ୍ୟରତ ଓ ତାଙ୍କ ବଦଳି ପରେ ବି ସେ ପୁନଃ ଏହି ଅଫିସରେ କାର୍ଯ୍ୟରତ ଅଛନ୍ତି ।

ସେହିପରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମୋନାଲିଶା ପାଢ଼ୀ, ସ୍ନିଧାରାଣୀ ତ୍ରିପାଠୀ, ବିବେକା ନାୟକ, ପ୍ରଜ୍ଞା ପରିମିତ ଯୋଶୀ, ଶୁଭେନ୍ଦୁ ଭୋଇ, ଟିକେଶ୍ଵର ଭୋଇ ସମାଜ ମଙ୍ଗଳ ଅଧିକାରୀ ଦୀର୍ଦ୍ଧା ଦିନରୁ ବଲାଙ୍ଗୀର ଜିଲ୍ଲା ଅଫିସ ଭିତରେ କାର୍ଯ୍ୟରତ । ଦେଓଗାଁ ବ୍ଲକରେ ଶିବାଶିଷ ହୋତା, ସଇଁତଳା ବ୍ଲକରେ ବିଷ୍ଣୁପ୍ରିୟା ମାଝୀ, ପ୍ଲାନିଂ ଅଫିସରେ ସୌଦାମିନୀ ମିଶ୍ର, DSWO ଅଫିସରେ ଦୀର୍ଘ ଦିନରୁ ଶୁଭେନ୍ଦୁ ଶତ୍ପଥୀ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସୁଶାନ୍ତ କୁମାର ମେହେର କେବଳ ଜିଲ୍ଲା ଭିତରେ ରହି ନିଜ ପୋଷ୍ଟ ଛାଡୁ ନାହାଁନ୍ତି । ଆହୁରି ଅନେକ କିରାଣୀ ଅଛନ୍ତି ଯେଊଁମାନେ ବର୍ଷ ବର୍ଷ ଧରି ନିଜ ଗାଦି ମାଡି ବସିଛନ୍ତି ଓ ନିଜ ଅଫିସର୍ ମାନଙ୍କୁ ହାତମୁଠାରେ ରଖି ନିଜ ମନମୁଖୀ ଶାସନକଳ ଚଲାଉଛନ୍ତି ।

ସେମାନଙ୍କ ବଦଳି ୩ ବର୍ଷ ଥରେ ଥିଲେ ମଧ୍ୟ ପ୍ରଶାସନର ନୀରବତା ଆଶ୍ଚର୍ଯ୍ୟର ବିଷୟ ପାଲଟିଛି । Revenue and Disaster management Department ର ପତ୍ର ସଂଖ୍ୟା ନମ୍ବର 20654,R&DM Dt 01.07.2026 ସୁଦ୍ଧା ଜିଲ୍ଲାପାଳ କୌଣସି ପଦକ୍ଷେପ ନେଉ ନାହାଁନ୍ତି । ଯେତେ ଅଭିଯୋଗ ହେଲେ ମଧ୍ୟ ଏମାନଙ୍କ ବଦଳି ନ ହେବା ନେଇ ଅନ୍ୟ କିରାଣୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।

- Advertisement -spot_img

More articles

- Advertisement -spot_img

Latest article

ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ

ରାୟଗଡ଼ା, (୧୨/୦୬) : ଆପ୍ର. : ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ । ଜଣେ ଆଦିବାସୀ ଝିଅକୁ ଜଣେ ଦଳିତ ଯୁବକ ପ୍ରେମ କରି ସାଂଗରେ ନେଇଯିବାବାରୁ ଜାତି ଆଳରେ...

ଗୁଣପୁର ପୌରପରିଷଦ କେଳେଙ୍କାରୀ (ଦଲାଲ୍ ସାଜିଛନ୍ତି ଆଉଟ୍ ସୋର୍ସିଙ୍ଗ କର୍ମଚାରୀ)

ଗୁଣପୁର, (୧୧/୬) : ଆପ୍ର. : ଗୁଣପୁର ପୌରପରିଷଦ ହେବା ଦିନଠାରୁ ସହରର ଉନ୍ନତି ଅପେକ୍ଷା ଦୁର୍ନୀତି ବହୁ ମାତ୍ରାରେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ସରକାରୀ ବାବୁମାନେ ସିଧାସଳଖ ଲାଞ୍ଚ ନନେଇ...

ଘାରିଲାଣି ଝାଡ଼ାବାନ୍ତି ଡର; ମୃତ୍ୟୁ ସଂଖ୍ୟା ଛୁଇଁଲା ୪

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲାକୁ ଘାରିଲାଣି ଝାଡାବାନ୍ତି ଡର । ଯାହାକୁ ନେଇ ଏବେ ଚିନ୍ତାରେ ଗ୍ରାମବାସୀଙ୍କ ଠାରୁ ସ୍ୱାସ୍ଥ୍ୟବିଭାଗ । ଦିନକୁ ଦିନ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା...

ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଟ୍ରାକ୍ଟର, ଜଣେ ମୃତ

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲା ସଦର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ଟ୍ରାକ୍ଟର । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ...

ରାଜ୍ୟ ପୋଲିସ ମୁଖ୍ୟାଳୟ ପ୍ରେସ୍ ନୋଟ୍; ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଜିଡିଏସ୍ ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ...

ଭୁବନେଶ୍ୱର, (୧୧/୦୬) : ଆପ୍ର. : ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଗ୍ରାମୀଣ ଡାକ ସେବକ (ଜିଡିଏସ୍) ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ...