32.9 C
Balāngīr
Friday, June 13, 2025

ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ରେ ଡାକ୍ତରୀ ଛାତ୍ରୀଙ୍କ ମୃତ୍ୟୁକୁ ନେଇ କଳ୍ପନାଜଳ୍ପନା

Must read

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର,(୦୭/୧୦) : ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଗତ ରାତିରେ ଜଣେ ଡାକ୍ତରୀ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଏହାକୁ ନେଇ ଦେଖାଦେଇଛି କଳ୍ପନାଜଳ୍ପନା । ଗତ ସନ୍ଧ୍ୟାରେ ପାଖ ରୁମ୍‌ରେ ବସି ଖୁସିରେ ଗପସପ କରି ମୋବାଇଲରେ କ୍ରିକେଟ ମ୍ୟାଚ ଦେଖୁଥିବା ଛାତ୍ରୀ ଜଣକ ରାତିରେ କ’ଣ ପାଇଁ ଏପରି ଚରମ ପଦକ୍ଷେପ ନେଲେ ତାହାକୁ ସହଜରେ କେହି ଗ୍ରହଣ କରିପାରୁ ନାହାନ୍ତି । ଆଣ୍ଠୁ ମାଡ଼ି ବସିଥିବା ଅବସ୍ଥାରେ ଛାତ୍ରୀଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏପରି ଅବସ୍ଥାରେ ଆତ୍ମହତ୍ୟା କରିବା ସମ୍ଭବ ନୁହେଁ ବୋଲି ପରିବାର ଲୋକ ଅଭିଯୋଗ ଆଣିଛନ୍ତି । ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି ।Bhima Bhoi Medical College and Hospital ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ରେ ଡାକ୍ତରୀ ଛାତ୍ରୀଙ୍କ ମୃତ୍ୟୁକୁ ନେଇ କଳ୍ପନାଜଳ୍ପନା

ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ପ୍ରଥମ ଥର ପାଇଁ ଏପରି ଅଭାବନୀୟ କାଣ୍ଡ ଘଟିଥିବା ବେଳେ ଏବେ ୨ ଟି ଦିଗକୁ ନେଇ ଆରମ୍ଭ ହୋଇଛି ପୁଲିସ୍‌ ତଦନ୍ତ । ଛାତ୍ରୀ ଜଣକ୍ କଲେଜ ପରିସରରେ ନିଜ ରୁମ୍‌ରେ ୨ ସହପାଠୀଙ୍କ ସହ ରହୁଥିଲେ । ଉଭୟଙ୍କ ଘର ରାଜସ୍ଥାନରେ ହୋଇଥିବା ବେଳେ ସେମାନେ ନିଜ ଘରକୁ ପଳାଇଛନ୍ତି ।

ତେଣୁ ସମ୍ପୃକ୍ତା ଛାତ୍ରୀ ଜଣକ ନିଜ ରୁମ୍‌ରେ ଏକା ଥିବା ବେଳେ ସନ୍ଧ୍ୟାରେ ବେଶ୍‌ ହସଖୁସିରେ ଅନ୍ୟମାନଙ୍କ ସହ ଗପସପ କରିଥିଲେ । ହେଲେ ରାତିରେ ହଠାତ୍‌ ଏକ ଅଜଣା ନମ୍ବରରୁ ପାଖ ରୁମ୍‌ ଛାତ୍ରୀଙ୍କ ନିକଟକୁ କଲ୍‌ ଆସିଥିଲା । ଫୋନ୍‌ କରି ସମ୍ପୃକ୍ତ ଛାତ୍ରୀ କିପରି ଅଛନ୍ତି ଦେଖିବାକୁ କହିଥିଲେ । ଏହାପରେ କବାଟ ବାଡ଼େଇ ବାଡ଼େଇ ଖୋଲିବା ପରେ ଛାତ୍ରୀଜଣକ ଝରକା ରେଲିଂରେ ବେକରେ ଷ୍ଟଲ୍‌ ଗୁଡ଼ାଇ ଆଣ୍ଠୁ ମାଡ଼ି ବସିଥିବା ଅନ୍ୟମାନେ ଦେଖିବାକୁ ପାଇଥିଲେ । ଏହାପରେ ତାଙ୍କୁ ପରୀକ୍ଷା କରିବା ପରେ ମୃତ ଘୋଷଣା କରିଥିଲେ ଡିନ୍‌ ସମେତ ଅନ୍ୟ ବିଭାଗୀୟ ପ୍ରଫେସର । ଉକ୍ତ ସମୟରେ ଛାତ୍ରୀଙ୍କ ରୁମ୍‌ରୁ କିଛି କେମିକାଲ ଗନ୍ଧ ବାହାରୁଥିବା ବେଳେ କେମିକାଲ ସେଠାକୁ କିପରି ଗଲା ଓ ତାହାର କାମ କ’ଣ ଏନେଇ ରହସ୍ୟ ଘନେଇବାରେ ଲାଗିଛି ।

ସୂଚନାଯୋଗ୍ୟ, ଗତକାଲି ରାତିରେ ଲେଡିଜ ହଷ୍ଟେଲ ଝରକାରେ ଛାତ୍ରୀ ଜଣକ ଝୁଲିପଡିଥିବା ନେଇ କଲେଜ କର୍ତ୍ତୃପକ୍ଷ ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକେ ପହଞ୍ଚିବା ପରେ ଛାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା । ପରେ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲେ ବି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଛାତ୍ରୀ ଜଣକ ଆତ୍ମହତ୍ୟା କରିଛନ୍ତି କି ମୃତ୍ୟୁ ପଛରେ ଆଉ କଣ କାରଣ ରହିଛି ସେ ନେଇ କିଛି ଜଣାପଡ଼ିନି ।

ଏ ନେଇ ମୃତା ଡାକ୍ତରୀ ଛାତ୍ରୀଙ୍କ ଭଉଣୀ କହିଛନ୍ତି, “ଗତ ରାତି ୧୨ ଟାରେ ଫୋନ୍‌ କରି ଆମ ଭଉଣୀ ନାହିଁ ବୋଲି କହିଥିଲେ । ସେଠାରେ ପହଞ୍ଚିଲା ବେଳକୁ ପୁଲିସ୍‌ ଫୋର୍ସ ସେଠାରେ ପହଞ୍ଚି ସାରିଥିଲା । ଆମ ଭଉଣୀ ଗୋଡ଼ ତଳେ ଆଣ୍ଠୁ ମାଡ଼ି ବସିଥିବା ବେଳେ ବେକରେ ଗ୍ରୀନ କଲର ଷ୍ଟଲ ବନ୍ଧା ଯାଇଥିଲା । ଆଣ୍ଠୁ ମାଡ଼ି ବସି ବେକରେ ଫାଶ ଗୁଡ଼ାଇ ଆତ୍ମହତ୍ୟା କରିବା ଅସମ୍ଭବ । ଆମ ଭଉଣୀକୁ ସଙ୍ଗେ ସଙ୍ଗେ ନେଇ ମେଡିକାଲରେ ଚିକିତ୍ସା ଆରମ୍ଭ କରିଥିଲେ ହୁଏତ ସେ ବଞ୍ଚି ଯାଇଥାନ୍ତା । ହେଲେ ସେମାନେ ସେଠାରେ ତାକୁ ପକାଇ ସମୟ ନଷ୍ଟ କଲେ । ଫଳରେ ଆମ ଭଉଣୀ ଚାଲିଗଲା” । ସେହିପରି ମୃତାଙ୍କ ବାପା ମଧ୍ୟ ଝିଅକୁ ହତ୍ୟା କରାଯାଇଥିବା ସନ୍ଦେହ କରି ପୁଲିସ୍‌ ଘଟଣାର ତଦନ୍ତ କରୁ ବୋଲି ଦାବି କରିଛନ୍ତି । ଏବେ ପରିବାର ଲୋକଙ୍କ ନିକଟରେ ମୃତ ଛାତ୍ରୀଙ୍କ ମୋବାଇଲ୍ ଫୋନ୍‌ ଅଛି ।

ଏନେଇ କଲେଜ ଡିନ୍‌ ଡ. ସବିତା ମହାପାତ୍ର କହିଛନ୍ତି, “ଗତ ରାତି ପ୍ରାୟ ୧୧ଟା ୪୫ରେ ଖବର ପାଇ ସଙ୍ଗେ ସଙ୍ଗେ ସେଠାକୁ ଯାଇଥିଲି । ବିଭିନ୍ନ ବିଭାଗର ପ୍ରଫେସନ ମଧ୍ୟ ସେଠାରେ ପହଞ୍ଚିଥିଲେ । ସମସ୍ତେ ପରୀକ୍ଷା କରିବା ପରେ ତାକୁ ମୃତ ଘୋଷଣା କରାଗଲା । ଅଚାନକ ଏପରି ଘଟଣା ଆମକୁ ଖୁବ୍‌ ଝଟକା ଦେଇଛି । ଛାତ୍ରୀଙ୍କ ରୁମ୍‌ରୁ କିଛି କେମିକାଲର ଗନ୍ଧ ଆସୁଥିଲା । ଏସବୁ ରହସ୍ୟଜନକ ଲାଗୁଛି ପୋଲିସ ତଦନ୍ତ କରି ସତ୍ୟାସତ୍ୟ ବାହାର କରୁ” ।

- Advertisement -spot_img

More articles

- Advertisement -spot_img

Latest article

ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ

ରାୟଗଡ଼ା, (୧୨/୦୬) : ଆପ୍ର. : ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ । ଜଣେ ଆଦିବାସୀ ଝିଅକୁ ଜଣେ ଦଳିତ ଯୁବକ ପ୍ରେମ କରି ସାଂଗରେ ନେଇଯିବାବାରୁ ଜାତି ଆଳରେ...

ଗୁଣପୁର ପୌରପରିଷଦ କେଳେଙ୍କାରୀ (ଦଲାଲ୍ ସାଜିଛନ୍ତି ଆଉଟ୍ ସୋର୍ସିଙ୍ଗ କର୍ମଚାରୀ)

ଗୁଣପୁର, (୧୧/୬) : ଆପ୍ର. : ଗୁଣପୁର ପୌରପରିଷଦ ହେବା ଦିନଠାରୁ ସହରର ଉନ୍ନତି ଅପେକ୍ଷା ଦୁର୍ନୀତି ବହୁ ମାତ୍ରାରେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ସରକାରୀ ବାବୁମାନେ ସିଧାସଳଖ ଲାଞ୍ଚ ନନେଇ...

ଘାରିଲାଣି ଝାଡ଼ାବାନ୍ତି ଡର; ମୃତ୍ୟୁ ସଂଖ୍ୟା ଛୁଇଁଲା ୪

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲାକୁ ଘାରିଲାଣି ଝାଡାବାନ୍ତି ଡର । ଯାହାକୁ ନେଇ ଏବେ ଚିନ୍ତାରେ ଗ୍ରାମବାସୀଙ୍କ ଠାରୁ ସ୍ୱାସ୍ଥ୍ୟବିଭାଗ । ଦିନକୁ ଦିନ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା...

ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଟ୍ରାକ୍ଟର, ଜଣେ ମୃତ

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲା ସଦର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ଟ୍ରାକ୍ଟର । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ...

ରାଜ୍ୟ ପୋଲିସ ମୁଖ୍ୟାଳୟ ପ୍ରେସ୍ ନୋଟ୍; ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଜିଡିଏସ୍ ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ...

ଭୁବନେଶ୍ୱର, (୧୧/୦୬) : ଆପ୍ର. : ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଗ୍ରାମୀଣ ଡାକ ସେବକ (ଜିଡିଏସ୍) ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ...