32.9 C
Balāngīr
Saturday, April 26, 2025

ବଳରାମ ଯୋଜନା: ଭୂମିହୀନ ଚାଷୀଙ୍କୁ ବିନା ବନ୍ଧକରେ ମିଳିବ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ

Must read

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୨୯/୦୧) : ରାଜ୍ୟ ସରକାର ‘ବଳରାମ’ ଯୋଜନାରେ ଭୂମିହୀନ ଚାଷୀଙ୍କୁ ବିନା ବନ୍ଧକରେ ରିହାତି ଦରରେ ପ୍ରଦାନ କରୁଥିବା ଋଣର ପରିମାଣକୁ ୨ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି ।

ପୂର୍ବରୁ ଏହି ଋଣ ପରିମାଣ ୧ଲକ୍ଷ ୬୦ହଜାର ଟଙ୍କା ଥିଲା । ଭାରତୀୟ ରିଜର୍ଭ ବ୍ୟାଙ୍କର ନୂଆ ନିର୍ଦ୍ଦେଶନାମା ପରେ ରାଜ୍ୟ କୃଷି ବିଭାଗ ପକ୍ଷରୁ ଆଜି ‘ବଳରାମ’ ଯୋଜନାର ହିତାଧିକାରୀଙ୍କ ଦେଉଥିବା ଋଣ ପରିମାଣକୁ ୨ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ରାଜ୍ୟ କୃଷି ବିଭାଗ ପକ୍ଷରୁ ଜାରି ସଂକଳ୍ପପତ୍ର ଅନୁସାରେ, ଭାରତୀୟ ରିଜର୍ଭ ବ୍ୟାଙ୍କ ୨୦୨୪ ଡିସେମ୍ବର ୬ତାରିଖରେ ଏକ ସର୍କୁଲାର ଜାରି କରି ବନ୍ଧକମୁକ୍ତ କୃଷି ଓ କୃଷିଜାତ କାର୍ଯ୍ୟ ନିମନ୍ତେ ଋଣ ପରମାଣକୁ ୧.୬୦ଲକ୍ଷ ଟଙ୍କାରୁ ୨ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି ।

ତେଣୁ ରାଜ୍ୟ ସରକାର ବଳରାମ ଯୋଜନାର ଗାଇଡଲାଇନରେ ସଂଶୋଧନ କରି ଋଣ ପରିମାଣକୁ ୧.୬୦ଲକ୍ଷ ଟଙ୍କା ପରିବର୍ତ୍ତେ ୨ଲକ୍ଷ ଟଙ୍କାକୁ ବୃଦ୍ଧି କରିଥିବା ବିଭାଗ ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟ, ଭୂମିହୀନ ଚାଷୀଙ୍କୁ ରିହାତି ଦରରେ ସହଜରେ କୃଷି ଋଣ ଉପଲବ୍ଧ କରାଇବା ପାଇଁ ରାଜ୍ୟ ସରକାର ୨୦୨୦ ମସିହାରୁ ‘ବଳରାମ’ଯୋଜନା କାର୍ଯ୍ୟକାରୀ କରୁଛନ୍ତି ।

 

- Advertisement -spot_img

More articles

- Advertisement -spot_img

Latest article

ଯୋବ୍ରା ନିକଟରେ ମହାନଦୀରେ ବୁଡିଗଲେ ୩ ଜଣ, ଦୁଇ ଉଦ୍ଧାର

କଟକ, (୨୫/୦୪) : ଆପ୍ର. : ଯୋବ୍ରା ନିକଟରେ ମହାନଦୀରେ ବୁଡିଗଲେ ୩ ଜଣ । ସ୍ଥାନୀୟ ଲୋକଙ୍କ ଦ୍ୱାରା ଜଣେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି । ଗାଧୋଉଥିବା ବେଳେ ଘଟିଛି...

ବାହ୍ୟ ରାଜ୍ୟ କୁ ଗଞ୍ଜେଇ ଚୋରା ଚାଲାଣ ବେଳେ ଦୁଇ ବ୍ୟବସାୟୀ ଗିରଫ

ବଲାଙ୍ଗୀର/ଟିଟିଲାଗଡ, (୨୪/୦୪) : ଆପ୍ର. : ଟିଟିଲାଗଡ ରେଳ ଷ୍ଟେସନ ରୁ କ୍ରମାଗତ ଭାବେ ଗଞ୍ଜେଇ ଚୋରା ଚାଲାଣ ଚାଲିଥିବା ବେଳେ ମଝିରେ ମଝିରେ ଅନେକ ଗଞ୍ଜେଇ ମାଫିଆ ଙ୍କୁ କାବୁ କରାଯାଉଛି...

ଜଳିଗଲା ବୁଲେଟ ଗାଡ଼ି, ଦୁଇ ଯୁବକ ଗୁରୁତର

ବଲାଙ୍ଗୀର, (୨୫/୦୪) : ଆପ୍ର. : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ବେଲପଡ଼ା ସହର ନିବାସୀ ସୁମନ୍ତ ବଛା ଓ ଅଜିତ ନାଗ ନାମକ ଦୁଇ ଯୁବକ ବୁଲେଟ ଯୋଗେ ଟିଟିଲାଗଡ ଦେଇ ଖୋଲାନ...

ଖବର ପ୍ରସାରଣ ପରେ ବିଭାଗୀୟ ଅଧିକାରୀ ଙ୍କୁ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ବଲାଙ୍ଗୀର/ଟିଟିଲାଗଡ, (୨୪/୦୪) : ଆପ୍ର. : ଖବର ପ୍ରସାରଣ ପରେ ବିଭାଗୀୟ ଅଧିକାରୀ ଙ୍କୁ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ । ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ ପୌର ପରିଷଦ ଅଧିକାରୀ ତଥା ପଦାଧିକାରୀ...

ସାନନ୍ଦ ମେହେରକୁ ଗିରଫ ଓ ପ୍ରକାଶ ଲୁହାଙ୍କୁ ନ୍ୟାୟ ଦାବିରେ ଥାନା ଘେରିଲେ ହଜାର ହଜାର ପୁରୁଷ ମହିଳା

ସୁବର୍ଣ୍ଣପୁର, (୨୪/୦୪) : ଆ.ପ୍ର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଘେରିଲେ ହଜାର ହଜାର ପୁରୁଷ ମହିଳା । ପ୍ରାପ୍ତ ସୂଚନା ଅନୁସାରେ କିଛିଦିନ ପୂର୍ବରୁ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହାଙ୍କ...