32.9 C
Balāngīr
Friday, June 13, 2025

ବସରୁ ୮ କେଜି ଗଞ୍ଜେଇ ଜବତ, ଦୁଇ ଗିରଫ

Must read

ବୌଦ୍ଧ, (୦୯/୦୬) :ଆପ୍ର. : ବସରେ ଆମ୍ବ ପେଟି କହି ଚାଲାଣ ହେଉଥିଲା ଗଞ୍ଜେଇ । ମାଡିବସିଲା ଅବକାରୀ ବିଭାଗ ।

ବୌଦ୍ଧ ଜିଲ୍ଲା ଚାରିଛକ ଅବକାରୀ ଥାନା ପକ୍ଷରୁ NBL ନାମକ ଯାତ୍ରୀବାହି ବସରେ ରେଡ଼ ହୋଇଛି । ୮ କେଜି ଗଞ୍ଜେଇ ଜବତ ଦୁଇ ଅଭିଯୁକ୍ତ ଗିରଫ । ଅଭିଯୁକ୍ତ ଦୁଇଜଣ ହେଲେ ହେଲଫର ବାବୁଲି ମେଣ୍ଡୁଳି ଏବଂ କଣ୍ଡକ୍ଟର ଲକ୍ଷ୍ମୀଧର ଜଗଯେଠି । ସୂଚନା ମୁତାବକ ପ୍ରତିଦିନ ସକାଳେ ବୌଦ୍ଧ ଜିଲ୍ଲା କୁସଙ୍ଗରୁ ଭୁବନେଶ୍ୱର ଅଭିମୁଖେ NBL ନାମକ ଏକ ଯାତ୍ରୀବାହି ବସ ଯାଇଥାଏ । ଏହି ଯାତ୍ରୀବାହି ବସ ରେ ଆମ୍ବ ପେଟିରେ ଗଞ୍ଜେଇ ବେଆଇନ ଭାବେ ଚାଲାଣ ହେଉଥିବା ନେଇ ଏକ ବିଶେଷସୂତ୍ରରୁ ବୌଦ୍ଧ ଅବକାରୀ SP ସୂଚନା ପାଇଥିଲେ ।

ସୂଚନାକୁ ଭିତ୍ତିକରି SP ବୌଦ୍ଧ ଅବକାରୀ IIC ଗଦାଧର ମହାରଣା ଓ ଶବଇନ୍ସପେକ୍ଟର ରବୀନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ ଗଠନ କରି ବସକୁ ପିଛା କରିଥିଲେ । ବଦଲା ଛକ ନିକଟରେ ବସକୁ ଅଟକାଇ ଯାଞ୍ଚ ବେଳେ ବସରୁ ଏକ ପେଟିରୁ ୮କେଜି ଗଞ୍ଜେଇ ମିଳିଥିଲା । ଅନ୍ୟପଟେ ବସ ହେଲଫର ଓ କଣ୍ଡେକ୍ଟରଙ୍କୁ ଗଞ୍ଜେଇ ପେଟି ସମ୍ପର୍କରେ ପଚାରିବାରୁ କୌଣସି ସନ୍ତୋଷଜନକ ଉତ୍ତର ମିଳିନଥିଲା ।

ଯାହାଫଳରେ ହେଲଫର ବାବୁଲି ମେଣ୍ଡୁଳି କଣ୍ଡକ୍ଟର ଲକ୍ଷ୍ମୀଧର ଜଗଯେଠିଙ୍କୁ ଅବକାରୀ ବିଭାଗ ପକ୍ଷରୁ ଗିରଫ କରାଯାଇଥିଲା । ତଦନ୍ତରେ ଦୁଇଜଣ ଆଗରୁ ମଧ୍ୟ ଗଞ୍ଜେଇ ବହୁବାର ଚାଲାଣ କରୁଥିବା ଅବକାରୀ ପୋଲିସ ଜାଣିବାକୁ ପାଇଥିଲା । ଯାହାଫଳରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ଅବକାରୀ ଥାନା ଚାରିଛକ ପକ୍ଷରୁ ସୂଚନା ମିଳିଛି । ଅନ୍ୟପଟେ ଯାତ୍ରୀବାହି ବସରେ ବହୁ ଯାତ୍ରୀ ଥିବାରୁ ବସକୁ ଛାଡି ଦିଆଯାଇଥିବା ଥାନା ପକ୍ଷରୁ ସୂଚନା ମିଳିଛି ।

- Advertisement -spot_img

More articles

Leave a Reply

- Advertisement -spot_img

Latest article

ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ

ରାୟଗଡ଼ା, (୧୨/୦୬) : ଆପ୍ର. : ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ । ଜଣେ ଆଦିବାସୀ ଝିଅକୁ ଜଣେ ଦଳିତ ଯୁବକ ପ୍ରେମ କରି ସାଂଗରେ ନେଇଯିବାବାରୁ ଜାତି ଆଳରେ...

ଗୁଣପୁର ପୌରପରିଷଦ କେଳେଙ୍କାରୀ (ଦଲାଲ୍ ସାଜିଛନ୍ତି ଆଉଟ୍ ସୋର୍ସିଙ୍ଗ କର୍ମଚାରୀ)

ଗୁଣପୁର, (୧୧/୬) : ଆପ୍ର. : ଗୁଣପୁର ପୌରପରିଷଦ ହେବା ଦିନଠାରୁ ସହରର ଉନ୍ନତି ଅପେକ୍ଷା ଦୁର୍ନୀତି ବହୁ ମାତ୍ରାରେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ସରକାରୀ ବାବୁମାନେ ସିଧାସଳଖ ଲାଞ୍ଚ ନନେଇ...

ଘାରିଲାଣି ଝାଡ଼ାବାନ୍ତି ଡର; ମୃତ୍ୟୁ ସଂଖ୍ୟା ଛୁଇଁଲା ୪

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲାକୁ ଘାରିଲାଣି ଝାଡାବାନ୍ତି ଡର । ଯାହାକୁ ନେଇ ଏବେ ଚିନ୍ତାରେ ଗ୍ରାମବାସୀଙ୍କ ଠାରୁ ସ୍ୱାସ୍ଥ୍ୟବିଭାଗ । ଦିନକୁ ଦିନ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା...

ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଟ୍ରାକ୍ଟର, ଜଣେ ମୃତ

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲା ସଦର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ଟ୍ରାକ୍ଟର । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ...

ରାଜ୍ୟ ପୋଲିସ ମୁଖ୍ୟାଳୟ ପ୍ରେସ୍ ନୋଟ୍; ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଜିଡିଏସ୍ ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ...

ଭୁବନେଶ୍ୱର, (୧୧/୦୬) : ଆପ୍ର. : ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଗ୍ରାମୀଣ ଡାକ ସେବକ (ଜିଡିଏସ୍) ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ...