ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ବର, (୧୦/୦୩) : ବସ୍ଷ୍ଟାଣ୍ଡରେ ଜଣେ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ଏପରି ଏକ ଅଭାବନୀୟ ଘଟଣା ଭୁବନେଶ୍ବରସ୍ଥିତ ଭରତପୁର ଥାନା ଘାଟିକିଆ ବସ୍ଷ୍ଟାଣ୍ଡରେ ଘଟିଛି ।
ପୋଲିସ ଘଟଣାର ତଦନ୍ତ ଜାରି କରିଛି । ସୂଚନା ଅନୁସାରେ, ଆଜି ଭରତପୁର ଥାନା ଘାଟିକିଆ ବସ୍ଷ୍ଟାଣ୍ଡରୁ ଜଣେ ମହିଳାଙ୍କର ଗଳିତ ମୃତଦେହ ଉଦ୍ଧାର ହୋଇଛି । ଏନେଇ ପୋଲିସକୁ ଖବର ଦିଆଯାଇଥିଲା । ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି । ଏପର୍ଯ୍ୟନ୍ତ ମହିଳାଙ୍କ ପରିଚୟ ମିଳିନାହିଁ । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ବସ୍ଷ୍ଟାଣ୍ଡରେ ଜଣେ ଅଜଣା ମହିଳାଙ୍କ ମୃତଦେହ ମିଳିବା ଚାଞ୍ଚଲ୍ୟ ଖେଳାଇଦେଇଛି । ଏହା ହତ୍ୟା ନା ଜୀବନ ହାରିବା ତାହା ସ୍ପଷ୍ଟ ହୋଇନାହିଁ ।