ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଯାଜପୁର, (୨୯/୦୫) : ଯାଜପୁର NH-୧୬ରେ ଭୟଙ୍କର ବସ୍ ଦୁର୍ଘଟଣା । କଡେଇ ଛକ ଓ ବନ୍ଦାଳ ମଝିରେ ଏହି ବସ୍ ଦୁର୍ଘଟଣା ହୋଇଛି ।
ବିଳମ୍ବିତ ରାତିରେ ଏକ ହାଇୱାକୁ ଧକ୍କା ଦେଲା ଘରୋଇ ବସ୍ । ଦୁର୍ଘଟଣାରେ ବସ୍ ଡ୍ରାଇଭର ମୃତ ଥିବା ବେଳେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଆହତ ଯାତ୍ରୀଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ପ୍ରାୟ ୫୦ ଜଣ ଯାତ୍ରୀଙ୍କୁ ନେଇ ବାରିପଦାରୁ ଭୁବନେଶ୍ବର ଆସୁଥିଲା ବସ୍ ।