ସୁବର୍ଣ୍ଣପୁର, (୧୮/୦୬) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ଅରିଗାଁ ମୁରମୁରୀ ପୋଲ ଠାରେ ଘରୋଇ ବସ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି ।
ଏଥିରେ ପ୍ରାୟ ୨୦ ରୁ ଉର୍ଦ୍ଧ ଯାତ୍ରୀ ବସରେ ଥିଲେ । ସମସ୍ତେ ସାମାନ୍ୟ ଆହତ ହୋଇଥିବା ବେଳେ ଅଳ୍ପକେ ବର୍ତି ଯାଇଛନ୍ତି l ସୂଚନା ଅନୁସାରେ ଶୁଭଲକ୍ଷ୍ମି ନାମକ ଏକ ଘରୋଇ ବସ୍ ବରଗଡ଼ରୁ ଭାୟା ବିନିକା ଦେଇ ବୌଦ୍ଧ ଅଭିମୁଖେ ଯାଉଥିବା ବେଳେ ଅରିଗାଁ ମୁରମୁରୀ ପୋଲ ଠାରେ ବସ ଭାରସାମ୍ୟ ହରାଇ ପୋଲର ବାଡା କୁ ଧକ୍କା ଦେବାସହ ଏକ ସୁଚନା ଫଳକ କୁ ଧକ୍କା ଦେଇଥିଲା l ଫଳରେ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଯାତ୍ରୀ ମାନେ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି l ଡ୍ରାଇଭର ବସ ଚଳାଉଥିବା ବେଳେ ମୋବାଇଲରେ କଥାବାର୍ତ୍ତା ହେଉଥିଲେ । ଯାହା ଫଳରେ ବସ ଟି ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା।