32.9 C
Balāngīr
Wednesday, April 30, 2025

ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲବୋମା ଘଟଣା; କୋର୍ଟରେ ହାଜର ହେଲେ ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର

Must read

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗୀର, (୦୭/୦୩) : ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ଘଟଣା । ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ୍ ମେହେରଙ୍କ ଆଜି କରାଯିବ ବୟାନ ରେକର୍ଡ

ଏନେଇ ପାଟଣାଗଡ ଏଡିଜେ କୋର୍ଟରେ ପହଞ୍ଚିଛନ୍ତି ମୁଖ୍ୟ ଅଭିଯୁକ୍ତ,ପାଟଣାଗଡରେ କରାଯିବ ବୟାନ ରେକର୍ଡ । ପୂର୍ବ ତାରିଖରେ ଜେଲ ଅଧିକାରୀ ଅସୁସ୍ଥତା ଦେଖାଇ ମହଲତ ମାଗିଥିଲେ । ଫଳରେ ପୁଞ୍ଜିଲାଲାଙ୍କ ବୟାନ ରେକର୍ଡ ହୋଇ ପାରିନଥିଲା ।ଆଜି ବୟାନ ରେକର୍ଡ ପରେ ବିଚାରପତି ରାୟ ପ୍ରକାଶ କରିବେ । ପୁଞ୍ଜିଲାଲକୁ ବଲାଙ୍ଗୀର ଜିଲ୍ଲା କାରାଗାରରୁ ପାଟଣାଗଡ଼ କୋର୍ଟକୁ ନିଆଯାଉଛି ଓ ବିଚାରପତିଙ୍କ ଆଗରେ ହାଜର କରାଯିବ । ୨୦୧୮ ଫେବୃଆରୀ ୨୩ ତାରିଖରେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା ଘଟିଥିଲା ଓ ବିସ୍ଫୋରଣରେ ନବବିବାହିତ ସୌମ୍ୟଶେଖର ସାହୁ ଓ ତାଙ୍କ ଜେଜେମା ଜେମାମଣି ସାହୁଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା ।

ବୃତ୍ତିଗତ ଶତ୍ରୁତାକୁ କେନ୍ଦ୍ର କରି ଅଧ୍ୟାପକ ପୁଞ୍ଜିଲାଲ ଭଇଁଷା କଲେଜ ଅଧ୍ୟକ୍ଷା ସଂଯୁକ୍ତା ସାହୁଙ୍କ ଘରକୁ ପାର୍ସଲ ବୋମା ପଠାଇଥିଲେ । ସଂଯୁକ୍ତାଙ୍କ ପୁଅ ସୌମ୍ୟଶେଖର ସାହୁଙ୍କ ବାହାଘର ୨୦୧୮ ମସିହା ଫେବ୍ରୁଆରୀ ୧୮ ତାରିଖରେ ହୋଇଥିଲା । ବିବାହ ଭୋଜିରେ ପୁଞ୍ଜିଲାଲ୍‌ ପାର୍ସଲ୍‌ ଉପହାର ଭାବେ ବୋମା ପଠାଇଥିଲେ ଓ ୨୩ ତାରିଖ ଦିନ ପାର୍ସଲ୍‌ ଗିଫ୍ଟ ଖୋଲିବା ବେଳେ ବିସ୍ଫୋରଣ ହୋଇଥିଲା । ଏଥିରେ ସୌମ୍ୟ ଶେଖର ଓ ତାଙ୍କ ଜେଜେ ମା ଙ୍କର ମୃତ୍ୟୁ ଘଟିଥିଲା ଓ ନବବିବାହିତା ପତ୍ନୀ ରୀମା ସାହୁ ଗୁରୁତର ଭାବେ ଆହତ ହୋଇଥିଲେ । ଘଟଣାର ତଦନ୍ତ କରି କ୍ରାଇମ୍‌ବ୍ରାଞ୍ଚ ପୁଞ୍ଜିଲାଲ ମେହେରଙ୍କୁ ୨୦୧୮ ଏପ୍ରିଲ ୨୫ ତାରିଖରେ ଗିରଫ କରିଥିଲା । ସେବେଠାରୁ ପୁଞ୍ଜିଲାଲ ବଲାଙ୍ଗୀର ଜିଲ୍ଲା କାରାଗାରରେ ବନ୍ଦୀ ଭାବେ ରହିଛନ୍ତି ଓ ମାମଲାକୁ ୨ ସପ୍ତାହ ମଧ୍ୟରେ ଶୁଣାଣି କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ପରେ ଆଉ କିଛିଦିନ ମଧ୍ୟରେ ରାୟ ପ୍ରକାଶ ପାଇବ ବୋଲି ଆଶା କରାଯାଉଛି ।

- Advertisement -spot_img

More articles

- Advertisement -spot_img

Latest article

ଉପାନ୍ତ ଅଞ୍ଚଳରେ ପାନୀୟ ଜଳ କଷ୍ଟ

କୋଲନରା, (୨୯/୦୪) : ଆପ୍ର. : ବଣ ଜଙ୍ଗଲ ଘେରା ଉପାନ୍ତ ଅଞ୍ଚଳରେ ଟିକର ପଡା ଗ୍ରାମ ଅବସ୍ଥିତ । ଗ୍ରାମରେ ମୋଟ ୪୫ ଗୋଟି ପରିବାର ରହୁଥିବା ବେଳେ ୨୧୫ ଜଣ...

ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ସ୍ମାରକ ପତ୍ ପ୍ରଦାନ

ରାୟଗଡ଼ା, (୨୯/୪) : ଆପ୍ର. : ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ଡାକରାରେ ରାୟଗଡ଼ ଜିଲ୍ଲା ଶାଖା ତରଫରୁ ଈପିଏଫ୍ ପେନସନରସ୍ ତଥା ବରିଷ୍ଠ ନାଗରିକ ମାନେ ସ୍ଥାନୀୟ ଜିଲ୍ଲାପାଳଙ୍କ ଜରିଆରେ...

କୁମୁଲି ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ

କୋରାପୁଟ, (୩୦/୪) : ଆପ୍ର. : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ, କଟକର ବୋରିଗୁମ୍ମା ବ୍ଲକ୍ କୁମୁଲି ସର୍କଲ ଅନ୍ତର୍ଗତ ୮ ଗୋଟି କ୍ଲଷ୍ଟରର ପ୍ରାଥମିକ ଶିକ୍ଷକ ସଂଘର ଅବଧି ସଂପୂର୍ଣ୍ଣ...

କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ କାଉନସିଲ ବୈଠକ ଅନୁଷ୍ଠିତ

କାଶୀନଗର, (୨୯/୪) : ଆପ୍ର. : ଗଜପତି ଜିଲ୍ଲାରେ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅସ୍ଥାୟୀ କାର୍ଯ୍ୟାଳୟ ସଭାଗୃହ ଠାରେ କାଉନସିଲ ବୈଠକ ଅନୁଷ୍ଠିତ ହୋଇଥିଲା । ଏନ୍ଏସି ଅଧ୍ୟକ୍ଷା ଏମ. ସୁଧାରାଣୀ, ଉପାଧ୍ୟକ୍ଷ...

ବିବେକାନନ୍ଦ ଙ୍କ ଦର୍ଶନ ଉପରେ ମାର୍ଗ ଦର୍ଶନ କଲେ ସ୍ୱାଧି କାଞ୍ଚନ ସୋମ ଅଗ୍ରୱାଲା

ସୁବର୍ଣ୍ଣପୁର, (୨୯/୦୪) ଆ.ପ୍ର : ମଙ୍ଗଳବାର ସନ୍ଧ୍ୟା ରେ ଶ୍ରୀ ଗୋପାଳଜୀ ଯୋଗାଶ୍ରମ ମହାନଦୀ ଯୋଗବିହାର ସୁବର୍ଣ୍ଣପୁର ଠାରେ ସ୍ୱାମୀ ବିବେକାନନ୍ଦ ଙ୍କର ଦର୍ଶନ ଏବଂ ହିନ୍ଦୁ ଧର୍ମ ପ୍ରଚାର ପ୍ରସାର ରେ...