32.9 C
Balāngīr
Thursday, July 10, 2025

ବାଇକ୍ ଚାଳକଙ୍କ ଉପରେ ଚଢିଗଲା ଟ୍ରକ

Must read

କେନ୍ଦ୍ରାପଡା, (୩୦/୦୬) :ଆପ୍ର. : ମୃତ୍ୟୁ କେତେବେଳେ କେଉଁ ବାଟେ ଆସିବ କାହାକୁ ଜଣାନଥାଏ । ଘରୁ ବାହାରି ଜଳଖିଆ ଦୋକାନକୁ ଗଲେ । ସେଠୁ ଜଳଖିଆ କିଣି ଜମିରେ ମଜୁରିଆଙ୍କୁ ଦେବାକୁ ଯାଉଥିଲେ ।

ହେଲେ ବାଟରେ ଜଗି ବସିଥିଲା ମୃତ୍ୟୁ । ଟ୍ରକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ ହୋଇଛି । କେନ୍ଦ୍ରାପଡା ଜିଲ୍ଲା ନୂଆପଡ଼ା ଗାଁରୁ ଆସିଛି ଏହି ଦୁଃଖଦ ଖବର । ନୂଆପଡା ରାସ୍ତା କାନାଡ଼ା ବ୍ୟାଙ୍କ ନିକଟରେ ବାଇକ୍‌ ଆରୋହୀଙ୍କ ଉପରେ ଟ୍ରକ ଚଢିଯିବାରୁ ଟ୍ରକ ଚକା ତଳେ ଚାପି ହୋଇ ତାଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ନୂଆପଡା ଗାଁର ମଥୁରାନନ୍ଦ ବେହେରାଙ୍କ ପୁଅ ସୁଶାନ୍ତ ବେହେରା (୩୫) । ନୂଆପଡା ବଜାରରୁ ଜଳଖିଆ ନେଇ ବିଲରେ ଚାଷ କରୁଥିବା ମୁଲିଆଙ୍କୁ ଦେବାକୁ ଯାଉଥିବା ବେଳେ କାନାଡ଼ା ବ୍ୟାଙ୍କ ନିକଟରୁ ୧୦୦ ମିଟର ଦୂରରେ ତାଙ୍କୁ ଟ୍ରକ ଧକ୍କା ଦେଇଥିଲା । ଗରଦପୁରରୁ ନୂଆପଡା ଆଡକୁ ଆସୁଥିବା ଏକ ୧୦ ଚକିଆ ଟ୍ରକ ଓଡି-୨୧ଜେ୨୬୯୧ ସୁଶାନ୍ତଙ୍କ ଉପରେ ମାଡି ଯାଇଥିଲା । ବାଇକ୍‌ଟି ଟ୍ରକ ଚକା ତଳେ ଚାପି ହୋଇଯାଇଥିଲା ।

ନିକଟ ଚାଷ ଜମିରେ କାମ କରୁଥିବା ଲୋକମାନେ ଘଟଣାସ୍ଥଳକୁ ଆସି ଟ୍ରକକୁ ଅଟକାଇଥିଲେ । ସୁଶାନ୍ତଙ୍କୁ ଟ୍ରକ ତଳୁ ବାହାର କରିବା ସମ୍ଭବ ହୋଇପାରନଥିଲା । ଶେଷରେ ଆଖି ବୁଜିଥିଲେ ସେ । ଘଟଣାସ୍ଥଳରେ ଉତ୍ତେଜନା ଦେଖାଯାଇଥିଲା । ଡ୍ରାଇଭରକୁ ଅଟକ ରଖି ଲୋକମାନେ ପୁଲିସକୁ ଖବର ଦେଇଥିଲେ । ପାଟକୁରା ପୁଲିସ ପହଞ୍ଚି ଉତ୍ୟକ୍ତ ଲୋକମାନଙ୍କୁ ବୁଝାସୁଜା କରିଥିଲେ । କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିଥିଲେ । ମୃତଦେହକୁ ବ୍ୟବଚ୍ଛେଦ କରିବାକୁ ଛାଡିନଥିଲେ । ଘଟଣାସ୍ଥଳରେ ଗରଦପୁରର ହସିଲଦାର ତୃପ୍ତି ଦାସ ପହଞ୍ଚି ଲୋକମାନଙ୍କୁ ବୁଝାସୁଜା କରିଥିଲେ ।

- Advertisement -spot_img

More articles

Leave a Reply

- Advertisement -spot_img

Latest article

ତୃତୀୟ ଦିନ ଓଡ଼ିଶା ଡ୍ରାଇଭର୍ ମହାସଂଘ୍ ବିଷମ କଟକ ବ୍ଲକ୍ ର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଜେଡି ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା ଯୋଗଦାନ

ବିଷମ କଟକ, (୧୦/୭) : ଆପ୍ର. : ତୃତୀୟ ଦିନ ଓଡ଼ିଶା ଡ୍ରାଇଭର୍ ମହାସଂଘ୍ ବିଷମ କଟକ ବ୍ଲକ୍ ର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଜେଡି ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା...

ଜଙ୍ଗଲରୁ ମିଳିଲା ଯୁବକଙ୍କ ମୃତଦେହ, ଗତ ୪ ତାରିଖରୁ ଥିଲେ ନିଖୋଜ

କନ୍ଧମାଳ, (୧୦/୭) : ଆପ୍ର. : ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର । ଫୁଲବାଣୀ ନିକଟସ୍ଥ ଖଜୁରୀପଡା ଥାନା ଅନ୍ତର୍ଗତ ଗୁଦାରୀ ବାଲୁକୁଟୀ ଜଙ୍ଗଲରୁ ମୃତଦେହ ଉଦ୍ଧାର ହୋଇଛି । ସୂଚନାଯୋଗ୍ୟ ଯେ, କନ୍ଧମାଳ...

ରାଇକିଆ ଅଞ୍ଚଳରେ ହାତୀ ଉପଦ୍ରବ : ଘରଦ୍ୱାର ଭାଙ୍ଗିଲେ ହାତୀପଲ

ରାଇକିଆ, (୧୦/୦୭) :ଆପ୍ର. : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ରଣବା ଅଞ୍ଚଳରେ କିଛି ଦିନ ହେଲା ହାତୀ ଉପଦ୍ରବ ଲାଗି ରହିଛି । ମଙ୍ଗଳବାର ୧୦ରୁ ୧୫ ଟିକିଆ ହାତୀପଲ ରଣବା ପଞ୍ଚାୟତ...

ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ, ଫେଲ ହେଲେ ପୁଣି ସୁଯୋଗ

ଭୁବନେଶ୍ବର, (୧୦/୦୭) : ଆପ୍ର. : ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ ଲାଗୁ ହୋଇଛି । ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସଂଶୋଧନ ନେଇ ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁସାରେ...

ହିନ୍ଦୁ ଠାରୁ ବୌଦ୍ଧ ସମସ୍ତେ ପାଳନ କରନ୍ତି ଗୁରୁ ପୂର୍ଣ୍ଣିମା

ଭୁବନେଶ୍ୱର, (୧୦/୦୭) : ଆପ୍ର. : ଆଜି ହେଉଛି ଗୁରୁ ପୂର୍ଣ୍ଣିମା । ଗୁରୁଙ୍କ ବିନା ଏ ସଂସାର ଅନ୍ଧକାର ମୟ । ପିତା ଓ ମାତା ଆମର ପ୍ରଥମ ଗୁରୁ ।...