ରିପୋର୍ଟ : କ୍ଷମା ସାଗର ଦାଶ
ମୁନିଗୁଡା, (୩/୩) : ରାୟଗଡା ଜିଲ୍ଲା ମୁନିଗୁଡା ଭୈରବୀ ମନ୍ଦିର ହୁକୁମତୁଳା ମୁଖ୍ୟ ରାସ୍ତା ନିକଟରେ ଦୁଇଟି ବାଇକ୍ ଦୁର୍ଘଟଣାରେ ୩ ଜଣ ଯୁବକ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ଅବସ୍ଥାରେ ମୁନିଗୁଡା ସ୍ବାସ୍ଥ୍ୟକେନ୍ଦ୍ରରୁ ରାୟଗଡାକୁ ସ୍ଥାନାନ୍ତର କରାଯାଇଛି ।
ମୃତ୍ୟୁ ଘଟିଥିବା ଯୁବକ ହେଲେ ରାହୁଲ, ରୀତିକି ଦୁର୍ଗା ଓ ସଦାନନ୍ଦ ମାଣ୍ଡିକା, ଗୁରୁତର ଆହାତ ବ୍ୟକ୍ତି ହେଲେ କ୍ଷୀରୋଦ ଦୁର୍ଗା, ପୁରୁଷୋତ୍ତମ ପ୍ରଟିକା ଏମାନଙ୍କ ଘର ଲିଟିଗୁଡା ଓ ରାମନାକୁପୁଲି ବୋଲି ଶୁଣିବାକୁ ମିଳିଛି । ସୂଚନା ମୁତାବକ ଆଜି ସନ୍ଧ୍ୟା ପ୍ରାୟ ୬.୩୦ ସମୟରେ ଦୁଇଜଣ ସାଙ୍ଗ ବାଇକରେ ଯୋଗେ ଯିବା ସମୟରେ ସାମ୍ନା ପଟୁ ଆଉ ଏକ ବାଇକ୍ ସହ ଧକ୍କା ହୋଇଥିଲା । ଘଟଣା ସ୍ଥଳରେ ଦୁଇଜଣ ମୃତ୍ୟୁ ହୋଇଥିଲେ । ଖବର ପାଇ ସଙ୍ଗେସଙ୍ଗେ ମୁନିଗୁଡା ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ଆହତ ଓ ମୃତ ଵ୍ୟକ୍ତିଙ୍କୁ ଉଦ୍ଧାର କରି ମୁନିଗୁଡା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ମଧ୍ୟ ଆଉଜଣଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁଙ୍କ ପୋଷ୍ଟ ମଟମ଼ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ମୁନିଗୁଡା ପୋଲିସ କହିଛନ୍ତି ।