32.9 C
Balāngīr
Wednesday, April 23, 2025

ବାଇକ୍ ଧକ୍କାରେ ଚାଲିଗଲା ବୃଦ୍ଧଙ୍କ ଜୀବନ

Must read

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

ରିପୋର୍ଟ : ଗୋପୀନାଥ ଗୌଡ଼ //
ରାୟଗଡ଼ (୧୪/୧୨): ରାୟଗଡ଼ ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ଭୁଜବଳ MITS କଲେଜ୍ ନିକଟ ବାଇକ୍ ଧକ୍କାରେ ଚାଳିଗଲା ବୃଦ୍ଧଙ୍କ ଜୀବନ। ବୃଦ୍ଧ ଜଣକ ହେଲେ ଭୁଜବଳ ଗ୍ରାମର ରାମଚନ୍ଦ୍ର ନାୟକ, ବୟସ ୫୮। ସେ ସ୍ଥାନୀୟ ଜେକେ କାଗଜ କଳରେ କାମ କରି ଅବସର ଗ୍ରହଣ କରି ସାରିଛନ୍ତି।

ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ ପ୍ରତ୍ୟେକ ଦିନ ଭଳି ରାମଚନ୍ଦ୍ର ନାୟକ ପ୍ରାତଃ ଭ୍ରମଣ କରିବା ପାଇଁ ଘରରୁ ବାହାରିଥିଲେ। ଅଚାନକ ସାମ୍ନା ପଟୁ ଗୋଟିଏ ବାଇକ୍ ଆସି ରାମ ଚନ୍ଦ୍ର ନାୟକଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟାବହ ଥିଲା ରାମ ଚନ୍ଦ୍ର ନାୟକ ଙ୍କ ଶରୀରରୁ ରକ୍ତର ଧାର ବୋହିବା ଦେଖିବାକୁ ମିଳିଥିଲା।

ଅତ୍ୟଧିକ ରକ୍ତ ବୋହିଯିବା ଏବଂ ମୁଣ୍ଡରେ ଆଘାତ ଲାଗି ଥିବାରୁ ଘଟଣା ସ୍ଥଳରେ ହିଁ ଟଳି ପଡ଼ିଥିଲେ ରାମ ଚନ୍ଦ୍ର ନାୟକ। ଅନ୍ୟପଟେ ବାଇକ୍ ଚାଳକ ମଧ୍ୟ ଟିକିଏ ଆହତ ହୋଇ ରାୟଗଡ଼ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି। ବାଇକ୍ ଚାଳକ ଜଣକ ହେଲେ ଈଶ୍ୱର ଉଲ୍ଲାକା ବୟସ ୨୫ ,ମୁକୁନ୍ଦପୁର ଗ୍ରାମର ଜଗନ୍ନାଥପୂର୍ ରହନ୍ତି। ତେବେ ବର୍ତ୍ତମାନ୍ ସୁଦ୍ଧା ଘଟଣା ସମ୍ପର୍କରେ ପୁଲିସ୍ ପକ୍ଷରୁ କୌଣସି ପ୍ରକାର ସବିଶେଷ ତଥ୍ୟ ମିଳି ପାରି ନାହିଁ।

- Advertisement -spot_img

More articles

- Advertisement -spot_img

Latest article

ପୁଅର ପ୍ରେମ ପାଇଁ ବାପାକୁ ହତ୍ୟା, ପୋଲିସର ତଦନ୍ତ ଜାରି

ଗଞ୍ଜାମ, (୨୨/୦୪) : ଆପ୍ର. : ପୁଅର ପ୍ରେମ ପାଇଁ ବାପାକୁ ନୃଶଂସ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ କୁମୁଣ୍ଡା ଗାଁରେ ଘଟିଛି...

କାଶୀନଗର ବ୍ଲକ ରେ ମଦ ବିରୋଧୀ ଆନ୍ଦୋଳନ

କାଶୀନଗର, (୨୨/୪) : ଆପ୍ର. : କାଶୀନଗର ବ୍ଲକ ରେ ମଦ ବିରୋଧୀ ଆନ୍ଦୋଳନ ମୁଣ୍ଡ ଟେକିଛି । ଗତ କାଲି ଅଲଡା ପଂଚାୟତ ରେ ବିଭିନ୍ନ ମହିଳା ସଂଘଠନ ଗୁଡିକ ତରଫରୁ ଅଲଡା...

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରାମାଭିଷେକ ନୀତି, ଶେଷ ହେବ ସାହିଯାତ

ପୁରୀ, (୨୨/୦୪) : ଆପ୍ର. : ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରାମାଭିଷେକ ନୀତି । ଏହାସହ ଶ୍ରୀରାମ ନବମୀରୁ ଆରମ୍ଭ ହୋଇଥିବା ଶ୍ରୀକ୍ଷେତ୍ର ସାହିଯାତ ମଧ୍ୟ ଶେଷ ହେବ । ଆଜି ଶ୍ରୀମନ୍ଦିରରେ ମଧ୍ୟାହ୍ନ...

ରାଜଧାନୀରେ ବ୍ୟାପୁଛି ଝାଡ଼ାବାନ୍ତି, ନୀଳାଦ୍ରି ନିବାସ ପରେ ଖଣ୍ଡଗିରିରେ ୬ଜଣ ଆକ୍ରାନ୍ତ

ଭୁବନେଶ୍ୱର, (୨୨/୦୪) : ଆପ୍ର. : ଭୁବନେଶ୍ୱରରେ ଝାଡ଼ାବାନ୍ତି ଆତଙ୍କ। ନୀଳାଦ୍ରି ନିବାସ ପରେ ଖଣ୍ଡଗିରିରେ ବ୍ୟାପୁଛି ଝାଡ଼ାବାନ୍ତି। ଗାନ୍ଧି ଯୁକ୍ତ ୨ ବିଦ୍ୟାପୀଠରେ ଝାଡ଼ାବାନ୍ତିରେ ୬ ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇଛନ୍ତି । ବର୍ତ୍ତମାନ...

ପାଣିରେ ବୁଡି ଚାଲିଗଲା ନାବାଳକର ଜୀବନ

ବଲାଙ୍ଗିର, (୨୨/୦୪) : ଆପ୍ର. : ପାଣିରେ ବୁଡି ନାବାଳକ ପୁଅ ର ଚାଲିଗଲା ଜୀବନ । ଗାଧୋଇବା ପାଇଁ ଚାରି ଜଣ ସାଙ୍ଗ ଯାଇ ଥିବା ବେଳେ ଜଣେ ସାଙ୍ଗ ପାଣିରେ...