ଜଳେଶ୍ବର, (୦୮/୦୫) : ଆପ୍ର. : ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ ଘଟିଛି ଅଘଟଣ । ମୁହାଁ ମୁହିଁ ଧକ୍କା ହୋଇଛି ବାଇକ ଓ ସ୍କର୍ପିଓ ।
ସୂଚନା ଅନୁସାରେ ବାଲେଶ୍ବର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ ୫୭ ନମ୍ବର ରାଜ୍ଯ ରାଜପଥର ନହରା ଛକ ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏହି ଘଟଣାରେ ଜଣେ ବାଇକ ଆରୋହୀ ଗୁରୁତର ହୋଇଛନ୍ତି । ସ୍କର୍ପିଓ ଟି ବାଇକ କୁ ଧକ୍କା ଦେବା ଫଳରେ ଭାରସାମ୍ଯ ହରାଇଥିଲା । ଯାହାଫଳରେ ସ୍କର୍ପିଓ ଟି ନୟନଜୋଡି କେନାଲକୁ ଖସିପଡିଥିଲା । ଏହି ଘଟଣାରେ ବାଇକ ଆରୋହୀ ଗୁରୁତର ହୋଇଛନ୍ତି । ଗୁରୁତରଙ୍କ ପରିଚୟ ପ୍ରମୋଦ ପ୍ରଧାନ । ସେ ଜଳେଶ୍ବର ଥାନା ସର୍କାତିୟା ଗ୍ରାମର ବାସିନ୍ଦା । ତେବେ ଏହି ଘଟଣାରେ ଉତ୍ତେଜନା ପ୍ରକାଶ ପାଇଛି । କମର୍ଦ୍ଦା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଗାଡିକୁ ଜବଦ କରିବା ସହ ତଦନ୍ତ ଜାରି ରଖିଛି ।