ସୁବର୍ଣ୍ଣପୁର, (୦୭/୦୪) : ଆପ୍ର. : ବାଇକ ଚାଳକଙ୍କୁ ଧକ୍କା ଦେଲା ହାଇୱା । ଦୁଇ ଜଣଙ୍କ ମୃତ୍ୟୁ, ଜଣେ ଗୁରତର l ସୁବର୍ଣ୍ଣପୁର ଜିଲ୍ଲା ଖାରୀ-ବଲାଡ଼ି ରାସ୍ତାର ବଲାଡ଼ି ନିକଟରେ ଦୁର୍ଘଟଣା ।
ମୃତକ ହେଲେ ଵଲାଡ଼ି ଗାଁର ଦୁର୍ଯ୍ୟୋଧନ ସୁନା ଓ ଶିବୁ ସାହୁ l ଗୁରୁତରଙ୍କ ନାଁ ଧୁକୁଟୁ କଲତା l ଧୁକୁଟା ଓ ଦୁର୍ଯ୍ୟୋଧନ ରାଉରକେଲାରେ ଶ୍ରମିକ ଭାବେ କାମ କରନ୍ତି l ଆଜି ଉଭୟେ ଘରକୁ ଫେରୁଥିବା ବେଳେ ସେମାନଙ୍କୁ ବାଇକରେ ନେବାକୁ ଆସିଥିଲେ ଶିବୁ ସାହୁ l ବଲାଡ଼ି ପହଞ୍ଚିବା ପୂର୍ବରୁ ଗାଁ ମୁଣ୍ଡ ନାଳ ନିକଟରେ ସେମାନଙ୍କ ବାଇକକୁ ଏକ ହାଇୱା ଧକ୍କା ଦେଇଥିଲା । ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଦୁର୍ଘଟଣା ଘଟାଇବା ପରେ ହାଇୱା ଚାଳକ ଫେରାର ହୋଇ ଯାଇଛି । ତରଭା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l