ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୦୨/୦୩) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ରାଜନଗର ନିକଟ ବୁଲାଣି ରାସ୍ତାରେ ବାଇକ୍ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ ହୋଇଥିବା ଜଣାପଡ଼ିଛି l
ସୂଚନା ଅନୁସାରେ ଏକ ବାଇକ୍ ଯୋଗେ ଦୁଇଜଣ ଯୁବକ ସମ୍ବଲପୁର ପଟକୁ ଯାଉଥିବା ବେଳେ ହଠାତ୍ ଏକ ବୁଲା ଗୋରୁ ରାସ୍ତା କଡକୁ ଚାଲି ଆସି ଆଗ ଚକରେ ପିଟି ହୋଇଥିଲା l ଫଳରେ ବାଇକ୍ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା l ଘଟଣା ସ୍ଥଳରୁ ଉଭୟଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସରେ ଯୋଗେ ଉଲୁଣ୍ଡା ଡାକ୍ତର ଖାନାରେ ଭର୍ତି କରିଥିଲେ l ମାତ୍ର ଏଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ l ମୃତକ ମାନେ ବିର୍ସା ହର ଏବଂ ଶ୍ରୀକାନ୍ତ ଲାକ୍ରା ବୋଲି ଜଣାପଡିଛି l