32.9 C
Balāngīr
Sunday, April 20, 2025

ବାଗ୍‍ଚୀ କରୁଣାଶ୍ରୟ ପାଲିଏଟିଭ୍ କେଆର୍ ସେଣ୍ଟର୍ ଉଦ୍‍ଘାଟିତ

Must read

ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ ପାଳିତ

ଗଞ୍ଜାମ, (୧୯/୦୪) : ଆପ୍ର. : ଗଞ୍ଜାମ ସହରସ୍ଥିତ ଆଖଡ଼ାବନ୍ଧ ସାହି ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଆଖଡ଼ାବନ୍ଧ ସାହି, ପଣ୍ଡା ସାହି, ଗୌଡ଼ ସାହି ଓ ମଧ୍ୟଖଣ୍ଡ...

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୨୧/୦୧) : ଭୁବନେଶ୍ୱର ଇନଫୋସିଟି-୨ ଅଞ୍ଚଳରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ବାଗ୍‍ଚୀ କରୁଣାଶ୍ରୟ ପାଲିଏଟିଭ୍ କେଆର୍ ସେଣ୍ଟର୍’ର ଉଦ୍‍ଘାଟନ କରିଛନ୍ତି ।WhatsApp Image 2025 01 22 at 11.35.43 ବାଗ୍‍ଚୀ କରୁଣାଶ୍ରୟ ପାଲିଏଟିଭ୍ କେଆର୍ ସେଣ୍ଟର୍ ଉଦ୍‍ଘାଟିତ

ସୂଚନାଯୋଗ୍ୟ ଯେ, ଏହି ସେଣ୍ଟର୍‌ଟି ବାଙ୍ଗାଲୋର୍ ହସ୍‌ପିସ୍ ଟ୍ରଷ୍ଟ ଅନ୍ତର୍ଭୁକ୍ତ ‘କରୁଣାଶ୍ରୟ’ ଅନୁଷ୍ଠାନର ସହଯୋଗ ଏବଂ ଶ୍ରୀମତୀ ସୁସ୍ମିତା ବାଗ୍‌ଚୀ ଓ ଶ୍ରୀ ସୁବ୍ରତ ବାଗ୍‌ଚୀଙ୍କ ଅକୁଣ୍ଠିତ ଅନୁଦାନରେ ପ୍ରତିଷ୍ଠିତ ହୋଇଛି । ଏଠାରେ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଜୀବନର ଶେଷାବସ୍ଥାରେ ପହଞ୍ଚିଥିବା ସମସ୍ତ ରୋଗୀମାନଙ୍କର ସେବା ନିଃଶୁଳ୍କ ଭାବରେ କରାଯାଏ । ଓଡିଶା ସରକାର ଏହି ସେଣ୍ଟର୍‌ ପାଇଁ ଜମି ତଥା ଅନ୍ୟାନ୍ୟ ଆନୁସଙ୍ଗିକ ଆବଶ୍ୟକ‌ତା ରିହାତି ଦରରେ ଯୋଗାଇ ଦେଇଛନ୍ତି । ସେବା ଯତ୍ନ ବ୍ୟତୀତ ‘ବାଗ୍‌ଚୀ କରୁଣାଶ୍ରୟ ପାଲିଏଟିଭ୍ କେଆର୍ ସେଣ୍ଟର୍‌ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ମଧ୍ୟ ଆଗାମୀ ଦିନରେ କାର୍ଯ୍ୟ କରିବ।

ଏଭଳି ଏକ କଲ୍ୟାଣକାରୀ ଅନୁଷ୍ଠାନର ଉଦ୍‍ଘାଟନୀ ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି କେନ୍ଦ୍ରଟି ହେଉଛି ମାନବୀୟ ଆଦର୍ଶର ଶ୍ରେଷ୍ଠ ଉଦାହରଣ ଏବଂ ଦାନ, ଦୟା ଓ କରୁଣାର ଏକ ମହାନ ପ୍ରତିଫଳନ। ମୁଖ୍ୟମନ୍ତ୍ରୀ ଏହି କେନ୍ଦ୍ରର ପ୍ରତିଷ୍ଠାତା ବାଗ୍‍ଚୀ ଦମ୍ପତିଙ୍କୁ ପ୍ରଶଂସା କରି କହିଥିଲେ ଯେ ସମାଜ ସେବା କ୍ଷେତ୍ରରେ ଏପରି ନିସ୍ୱାର୍ଥପର ଅବଦାନ ଆଜିକାଲି ଖୁବ କ୍ୱଚିତ ଦେଖିବାକୁ ମିଳୁଛି । ଏହି ଦମ୍ପତି ହେଉଛନ୍ତି ଓଡିଶା ପାଇଁ ଆଦର୍ଶ । ତାଙ୍କର ଏହି ପଦକ୍ଷେପ ନିଶ୍ଚିତ ରୂପେ ଅନ୍ୟ ମାନଙ୍କୁ ସମାଜସେବା ପାଇଁ ପ୍ରେରଣା ଯୋଗାଇବ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ କ୍ୟାନସର ରୋଗର ଚିକିତ୍ସା ଅତ୍ୟନ୍ତ ବ୍ୟୟ ବହୁଳ ଏବଂ ରୋଗରେ ରୋଗୀର ମୃତ୍ୟୁ ସହିତ ପରିବାର ମଧ୍ୟ ଆର୍ଥିକ ଅଭାବର ସମ୍ମୁଖୀନ ହୋଇଥାନ୍ତି । ଏଭଳି ସ୍ଥିତିରେ ବାଗ୍‍ଚୀ ଦମ୍ପତିଙ୍କର ସ୍ୱଳ୍ପ ମୂଲ୍ୟରେ ଚିକିତ୍ସା ପାଇଁ ଭୁବନେଶ୍ୱରରେ ଗୋଟିଏ ବିଶ୍ୱସ୍ତରୀୟ କ୍ୟାନସର ହସ୍‍ପିଟାଲ ଏବଂ ଯେଉଁ ରୋଗୀ ମାନଙ୍କ ବଞ୍ଚିବାର ଆଶା କମ୍ ରହିଛି, ସେମାନଙ୍କ ଯନ୍ତ୍ରଣାକୁ ଲାଘବ କରିବା ପାଇଁ ୧୧୦ ଶଯ୍ୟା ବିଶିଷ୍ଟ ପାଲିଆଟିଭ୍ କେୟାର ସେଣ୍ଟର ଜରିଆରେ ମାଗଣାରେ ସେବା ଯୋଗାଇ ଦେବା ମାନବ କଲ୍ୟାଣର ଏକ ଅନନ୍ୟ ନିଦର୍ଶନ ।

ଅନ୍ୟତମ ଅତିଥିଭାବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ ଭାରତବର୍ଷରେ ଲୋକସେବାର ସବୁଠାରୁ ବଡ ଆଦର୍ଶ ହେଉଛି ଏହି କରୁଣାଶ୍ରୟ । ଏହି ଅନୁଷ୍ଠାନ ହେଉଛି ତ୍ୟାଗ, କରୁଣା ଓ ସମବେଦନାକୁ ପ୍ରତିଫଳିତ କରୁଥିବା ଏକ ସ୍ୱୟଂସେବୀ ଅନୁଷ୍ଠାନ । ଓଡିଶାରେ କ୍ୟାନସର ହସ୍‍ପିଟାଲ ପ୍ରତିଷ୍ଠା ଏବଂ କରୁଣାଶ୍ରୟ ପାଇଁ ରାଜ୍ୟବାସୀଙ୍କ ତରଫରୁ ବାଗ୍‍ଚୀ ଦମ୍ପତିଙ୍କୁ ସେ କୃତଜ୍ଞତା ଜଣାଇଥିଲେ ।

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଥିଲେ ଯେ ମୃତ୍ୟୁ ସହ ସଂଗ୍ରାମ କରୁଥିବା କ୍ୟାନସର ରୋଗୀଙ୍କୁ ସେବା ଯୋଗାଇ ଦେବାପାଇଁ ମହତ୍ ଉଦ୍ଦେଶ୍ୟ ରଖି ଏହି ଅନୁଷ୍ଠାନ ପ୍ରତିଷ୍ଠା ହୋଇଛି । ବାଗ୍‍ଚୀ ମହୋଦୟ ଓ ରୋଗୀମାନଙ୍କୁ ସେବା କରୁଥିବା ନର୍ସ ଓ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ଧନ୍ୟବାଦ ଦେଇ ସେ କହିଥିଲେ ଯେ ଯେଉଁ ମହତ ଉଦ୍ଦେଶ୍ୟ ରଖି ଏହି ଅନୁଷ୍ଠାନ ଗଢିଉଠିଛି, ତାର ଲକ୍ଷ୍ୟ ପଥରେ ସେ ସଫଳ ହେଉ । ଏଥିପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ।

ଏହି କେନ୍ଦ୍ରର ପ୍ରତିଷ୍ଠାତା ଶ୍ରୀ ସୁବ୍ରତୋ ବାଗ୍‍ଚୀ କହିଥିଲେ ଯେ କ୍ୟାନସର ରୋଗ, ରୋଗୀ ସହିତ ସମଗ୍ର ପରିବାରକୁ ପ୍ରଭାବିତ କରିଥାଏ । ଏଥିପାଇଁ ଚିକିତ୍ସା ସହିତ ସମବେଦନାର ଆବଶ୍ୟକତା ରହିଛି । ଏହି କେନ୍ଦ୍ରର ନର୍ସ ଓ ସ୍ୱାସ୍ଥ୍ୟକର୍ମୀ ମାନେ ରୋଗୀ ମାନଙ୍କ ଘରକୁ ଯାଇ ମଧ୍ୟ ସେବା ଯୋଗାଉଛନ୍ତି । ସମସ୍ତଙ୍କ ସହଯୋଗରେ ଏହି କେନ୍ଦ୍ର ପ୍ରତିଷ୍ଠା ହୋଇଛି । କ୍ୟାନସର ଚିକିତ୍ସା କେବଳ ସରକାରଙ୍କ ଉପରେ ଛାଡି ଦେଲେ ହେବ ନାହିଁ, ଆମ ସମସ୍ତଙ୍କୁ ଏଥିରେ ସହଯୋଗ କରିବାକୁ ପଡିବ।

ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଏହି କେନ୍ଦ୍ରରେ ଚିକିତ୍ସିତ ହେଉଥିବା ରୋଗୀ ଓ ସେମାନଙ୍କର ସଂପର୍କୀୟ ମାନଙ୍କ ପାଖକୁ ଯାଇ କଥା ହୋଇଥିଲେ । କାର୍ଯ୍ୟକ୍ରମରେ ବେଙ୍ଗାଲୁରୁ ହସ୍‍ପିସ୍ ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ଶ୍ରୀ ଗୁରୁମିତ ସିଂ ରାନ୍ଧୁଆ ସ୍ୱାଗତ ଭାଷଣ ଦେଇଥିଲେ । ବିଧାୟକ ଶ୍ରୀ ବାବୁ ସିଂହ, ବିଧାୟକ ଶ୍ରୀ ଆକାଶ ଦାସ ନାୟକ, ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ ପାଳିତ

ଗଞ୍ଜାମ, (୧୯/୦୪) : ଆପ୍ର. : ଗଞ୍ଜାମ ସହରସ୍ଥିତ ଆଖଡ଼ାବନ୍ଧ ସାହି ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଆଖଡ଼ାବନ୍ଧ ସାହି, ପଣ୍ଡା ସାହି, ଗୌଡ଼ ସାହି ଓ ମଧ୍ୟଖଣ୍ଡ...

ଜଗନ୍ନାଥ ଡିଗ୍ରୀ କଲେଜରେ +୩ ତୃତୀୟ ବର୍ଷର ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଉତ୍ସବ

ବଲାଙ୍ଗିର, (୧୯/୦୪) : ଆପ୍ର. : ଆଜି ବଲାଙ୍ଗିର ସଦରବ୍ଲକ ଅନ୍ତର୍ଗତ ସାହାଜବାହାଲ ଗ୍ରାମର ଜଗନ୍ନାଥ ଡିଗ୍ରୀ କଲେଜରେ, +୩ ତୃତୀୟ ବର୍ଷର ଓଡ଼ିଆ ବିଭାଗର ବିଦାୟ ସମାରୋହ ପାଳନ ହୋଇଯାଇଛି । ଏଇ...

ଖୁବଶୀଘ୍ର ଆସିବ ନୂଆ ରାସନ କାର୍ଡ ଓ ନୂଆ ତାଲିକା

ଭୁବନେଶ୍ୱର, (୧୯/୦୪) : ଆପ୍ର. : ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଆସିଲା ବଡ଼ ଖବର । ରାଜ୍ୟରେ ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ମିଳିବ । ଏନେଇ ଆଜି ରାଜ୍ୟ...

ବୈତରଣୀ କେଶରି କୁଣ୍ଡରେ ଗାଧୋଇବା ବେଳେ ବୁଡ଼ିଗଲେ ୨ ଦଶମ ଶ୍ରେଣୀ ଛାତ୍ର

କେନ୍ଦୁଝର, (୧୯/୦୪) : ଆପ୍ର. : ଗାଧୋଇବା ବେଳେ ବୁଡ଼ିଗଲେ ୨ ଜଣ ଦଶମ ଛାତ୍ର। ଚମ୍ପୁଆ ସରେଇ ଗାଁଆ ବୈତରଣୀ ନଦୀ କେଶରୀ କୁଣ୍ଡରେ ଗାଧୋଇବା ବେଳେ ଦୁଇ ଛାତ୍ର ବୁଡି...

ରେଳ ଧାରଣରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

କଣ୍ଟାବାଞ୍ଜି, (୧୯/୦୪) : ଆପ୍ର. : ହରିଶଙ୍କର ରୋଡ଼ -ତୁରେକେଲା ରୋଡ଼ ରେଳ ଷ୍ଟେସନ ନିକଟରେ ଅଭାବନୀୟ ଘଟଣା । ରେଳ ଧାରଣାରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ବତ୍ତର୍ମାନ୍...