32.9 C
Balāngīr
Wednesday, April 23, 2025

ବାଘ ଛାଲ ଜବତ, ରାଜସ୍ଥାନର ୨ ବ୍ୟକ୍ତିଙ୍କ ସମେତ ୭ ଗିରଫ

Must read

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଦେବଗଡ଼, (୦୬/୦୧) : ଦେବଗଡ଼ ଜିଲ୍ଲା ଅନ୍ତର୍ଗତ ବାରକୋଟ ବନାଞ୍ଚଳ ଠିଆନାଳ ଜଙ୍ଗଲ ପାର୍ଶ୍ୱରୁ ଏକ କଲରାପତରିଆ ବାଘ ଛାଲ ଜବତ କରାଯାଇଛି ।

ଏଥିରେ ସମ୍ପୃକ୍ତି ଥିବା ଅଭିଯୋଗରେ ବାରକୋଟ ବନ ବିଭାଗ ୭ ଜଣଙ୍କୁ ଗିରଫ କରିଛି । ଏହା ସହିତ ସେମାନଙ୍କ ନିକଟରୁ ଦୁଇଟି ବାଇକ୍ ମଧ୍ୟ ଜବତ ହୋଇଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଦୁଇ ଜଣଙ୍କ ରାଜସ୍ଥାନ ଯୋଧପୁର ଜିଲ୍ଲାର ହୋଇଥିବା ବେଳେ ୪ ଜଣ ଦେବଗଡ଼ ଜିଲ୍ଲା ଏବଂ ଜଣେ ଅନୁଗୁଳ ଜିଲ୍ଲାର ଅଟନ୍ତି । ଅଭିଯୁକ୍ତମାନେ ହେଲେ ରାଜସ୍ଥାନ ଯୋଧପୁର ଜିଲ୍ଲା ବିର୍ଲାଦା ଥାନା ଅଧିନସ୍ଥ ଲାମ୍ବା ଗ୍ରାମର ଅଶୋକ ବିଷ୍ଣୋଇ (୨୦) ଓ କପର୍ଦା ଥାନାର ରାମଦାୱାସ୍କଲ୍ଲାନ୍ ଗ୍ରାମର ଅଜୟପାଲ ବିଷ୍ଣୋଇ (୨୧) ।

ସେହିପରି ଦେଓଗଡ଼ ଜିଲ୍ଲା ବାରକୋଟ ଥାନା ରାଜମୁଣ୍ଡା ଗ୍ରାମର ମାନସିଂହବରୀ (୬୪), ଝରାବାହାଲ ଗ୍ରାମର ରମେଶ ଚନ୍ଦ୍ର ନାଏକ (୪୨ ) , ଗୁରୁସଙ୍ଗ ଗ୍ରାମର ରାଜେନ୍ଦ୍ର ରଣା (୪୦) ଓ ଥିଆନାଲ ଗ୍ରାମର କର୍ମୁ ନାଏକ (୬୧) । ସେହିପରି ଅନୁଗୁଳ ଜିଲ୍ଲା ପାଲଲହଡ଼ା ଥାନା ସନବାଗଦାରୀ ଗ୍ରାମର ବୀରବର ନାହାକ (୫୨) ଗିରଫ ହୋଇଛନ୍ତି । ଗୁଳାବନ୍ଦ ଓରିଏଣ୍ଟାଲ୍ କ୍ୟାମ୍ପ ନିକଟସ୍ଥ ଜଙ୍ଗଲ ନିକଟରୁ ଏମାନଙ୍କୁ ଗିରଫ କରାଯାଇଛି । ଆଗାମି ଦିନରେ ଗିରଫଦାରୀ ସଂଖ୍ୟା ବଢ଼ିବ ବୋଲି ବନ ବିଭାଗ ଅଧିକାରୀ କହିଥିବାବେଳେ ତଦନ୍ତ ଜାରି ରହିଛି ।

- Advertisement -spot_img

More articles

- Advertisement -spot_img

Latest article

ପୁଅର ପ୍ରେମ ପାଇଁ ବାପାକୁ ହତ୍ୟା, ପୋଲିସର ତଦନ୍ତ ଜାରି

ଗଞ୍ଜାମ, (୨୨/୦୪) : ଆପ୍ର. : ପୁଅର ପ୍ରେମ ପାଇଁ ବାପାକୁ ନୃଶଂସ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ କୁମୁଣ୍ଡା ଗାଁରେ ଘଟିଛି...

କାଶୀନଗର ବ୍ଲକ ରେ ମଦ ବିରୋଧୀ ଆନ୍ଦୋଳନ

କାଶୀନଗର, (୨୨/୪) : ଆପ୍ର. : କାଶୀନଗର ବ୍ଲକ ରେ ମଦ ବିରୋଧୀ ଆନ୍ଦୋଳନ ମୁଣ୍ଡ ଟେକିଛି । ଗତ କାଲି ଅଲଡା ପଂଚାୟତ ରେ ବିଭିନ୍ନ ମହିଳା ସଂଘଠନ ଗୁଡିକ ତରଫରୁ ଅଲଡା...

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରାମାଭିଷେକ ନୀତି, ଶେଷ ହେବ ସାହିଯାତ

ପୁରୀ, (୨୨/୦୪) : ଆପ୍ର. : ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରାମାଭିଷେକ ନୀତି । ଏହାସହ ଶ୍ରୀରାମ ନବମୀରୁ ଆରମ୍ଭ ହୋଇଥିବା ଶ୍ରୀକ୍ଷେତ୍ର ସାହିଯାତ ମଧ୍ୟ ଶେଷ ହେବ । ଆଜି ଶ୍ରୀମନ୍ଦିରରେ ମଧ୍ୟାହ୍ନ...

ରାଜଧାନୀରେ ବ୍ୟାପୁଛି ଝାଡ଼ାବାନ୍ତି, ନୀଳାଦ୍ରି ନିବାସ ପରେ ଖଣ୍ଡଗିରିରେ ୬ଜଣ ଆକ୍ରାନ୍ତ

ଭୁବନେଶ୍ୱର, (୨୨/୦୪) : ଆପ୍ର. : ଭୁବନେଶ୍ୱରରେ ଝାଡ଼ାବାନ୍ତି ଆତଙ୍କ। ନୀଳାଦ୍ରି ନିବାସ ପରେ ଖଣ୍ଡଗିରିରେ ବ୍ୟାପୁଛି ଝାଡ଼ାବାନ୍ତି। ଗାନ୍ଧି ଯୁକ୍ତ ୨ ବିଦ୍ୟାପୀଠରେ ଝାଡ଼ାବାନ୍ତିରେ ୬ ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇଛନ୍ତି । ବର୍ତ୍ତମାନ...

ପାଣିରେ ବୁଡି ଚାଲିଗଲା ନାବାଳକର ଜୀବନ

ବଲାଙ୍ଗିର, (୨୨/୦୪) : ଆପ୍ର. : ପାଣିରେ ବୁଡି ନାବାଳକ ପୁଅ ର ଚାଲିଗଲା ଜୀବନ । ଗାଧୋଇବା ପାଇଁ ଚାରି ଜଣ ସାଙ୍ଗ ଯାଇ ଥିବା ବେଳେ ଜଣେ ସାଙ୍ଗ ପାଣିରେ...