32.9 C
Balāngīr
Tuesday, May 20, 2025

ବାଙ୍କେଲ ରେ ଭ୍ରମରବର ବାଇ ଓ ସଜନା ବାଇ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ; ପାତଲପଡା ଚମ୍ପିୟାନ

Must read

ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ବୃକ୍ଷ ରୋପଣ

ବ୍ରହ୍ମପୁର, (୨୦/୦୫) : ଆପ୍ର. : ଛତ୍ରପୁର ବ୍ଲକ ଅନ୍ତର୍ଗତ କରାତଳି ଗ୍ରାମରେ ବିଭିନ୍ନ ଜାଗାର ଖାଲି ସ୍ଥାନ ମାନଙ୍କରେ ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ଗୁଆ ବୃକ୍ଷ-ଚାରା ରୋପଣ କରାଯାଇଛି...

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୩୦/୧୨) : ମୁରିବାହାଲ ବ୍ଳକ ବାଙ୍କେଲ ଗ୍ରାମ ପଞ୍ଚାୟତ ସଦର ମହକୁମା ଠାରେ ଚାଲିଥିବା ସ୍ୱର୍ଗତ ଭ୍ରମରବର ବାଇ ଓ ସ୍ୱର୍ଗତା ସଜନା ବାଇ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସୋମବାର ଦିନ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ମୁଖ୍ୟ ଅତିଥି ଭାବେ ଟିକ୍ରାପଡା ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନରସିଂହ ସାହୁ,ବାଙ୍କେଲ ପଞ୍ଚାୟତ ପୂର୍ବତନ ସରପଞ୍ଚ ନନ୍ଦିକିଶୋର ଭୋଇ, ବାଙ୍କେଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଦିନେଶ କୁମାର ସୁନା, ଭରିଶ୍ରବା ପାଣ୍ଡେ, ପାର୍ଥରାମ ଭୋଇ, କାର୍ତ୍ତିକ ପୁଟେଲ, ଗଣ ଦୀପ, ବନବାସ ସାହୁ, ବିଷ୍ଣୁ ପ୍ରସାଦ ନାଥ, ପିଣ୍ଟୁ, ଦେବାନନ୍ଦ ପାଣ୍ଡେ, ଲଳିତ ପୁଟେଲ, ପୂର୍ଣ୍ଣ ସାହୁ, ଚନ୍ଦ୍ର ବାଗ, ପୂର୍ଣ୍ଣଚନ୍ଦ୍ର ପୁଟେଲ ପ୍ରମୁଖ ମଞ୍ଚାସିନ ଥିଲେ |ଅତିଥି ବୃନ୍ଦ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ପୁରସ୍କାର ବିତରଣ କରିଥିଲେ। ଫାଇନାଲ ମ୍ୟାଚରେ ଜଗୁଆ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ ଓଭର ରେ ୭ ୱିକେଟ ହରାଇ ୧୫୮ ରନ୍ କରି ଥିବା ବେଳେ ପାତଲପଡା ଦଳ ୧୧.୨ ଓଭରରେ ୪ ୱିକେଟ ହରାଇ ୧୫୯ ରନ୍ କରି ଚମ୍ପିୟାନ ହୋଇଥିଲେ ।

ଶଙ୍କର ରଣା ଓ ଜୁଗଲ ନାଗ ଖେଳ ପରିଚାଳନା, ପିଣ୍ଟୁ ମହାନ୍ତି ଓ ଯୁଗେଶ ୟାଦବ ଧାରା ବିବରଣୀ ଏବଂ ଆନନ୍ଦ ପାଣ୍ଡେ ଓ ସମିର ପୁଟେଲ ସ୍କୋର ବୋର୍ଡ ଦାୟିତ୍ଵରେ ଥିବା ବେଳେ ଟୁର୍ଣ୍ଣାମେଣ୍ଟ କୁ ଆୟୋଜନ କରିଥିଲେ ବାଇ ବ୍ରଦର୍ସ୍ ଅଶୋକ ବାଇ, ଆଲୋକ ରଂଜନ ବାଇ, ପ୍ରକାଶ ବାଇ, ପ୍ରଦିପ କୁମାର ବାଇ ଓ ଶେଷଦେବ ବାଇ ଟୁର୍ଣ୍ଣାମେଣ୍ଟକୁ ବାଙ୍କେଲ କ୍ରିକେଟ ଟିମ୍ ର ସମସ୍ତ ଖେଳାଳି ପ୍ରମୁଖ ସହଯୋଗ କରିଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ବୃକ୍ଷ ରୋପଣ

ବ୍ରହ୍ମପୁର, (୨୦/୦୫) : ଆପ୍ର. : ଛତ୍ରପୁର ବ୍ଲକ ଅନ୍ତର୍ଗତ କରାତଳି ଗ୍ରାମରେ ବିଭିନ୍ନ ଜାଗାର ଖାଲି ସ୍ଥାନ ମାନଙ୍କରେ ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ଗୁଆ ବୃକ୍ଷ-ଚାରା ରୋପଣ କରାଯାଇଛି...

ନୂଆପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା: ସ୍ବାମୀଙ୍କ ଆଖି ଆଗରେ ସ୍ତ୍ରୀଙ୍କ ଉପରେ ଚଢ଼ିଗଲା ଟ୍ରକ୍

ନୂଆପଡ଼ା, (୨୦/୦୫) : ଆପ୍ର. : ନୂଆପଡ଼ା ସଦର ଥାନା ଅନ୍ତର୍ଗତ ଏକତା ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସ୍ବାମୀଙ୍କ ଆଖି ଆଗରେ ସ୍ତ୍ରୀଙ୍କ ଉପରେ ଚଢ଼ିଗଲା ଟ୍ରକ୍ । ଘଟଣାସ୍ଥଳରେ ସ୍ତ୍ରୀ...

ଖଇରକାଠ ଜବତ କଲା ବନ ବିଭାଗ

ବଲାଙ୍ଗିର, (୨୦/୦୫) : ଆପ୍ର. : ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ପୋଲିସ ଗତକାଲି ସନ୍ଧ୍ୟାରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ମୁରସିଂବିଟ ନିକଟସ୍ଥ ସିକୁଆଁ ଗାଁରୁ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଯୋଗେ ବେଆଇନ ଭାବେ...

କାଳବୈଶାଖୀ ବର୍ଷାରେ ବେହାଲ କଟକ ସହର

କଟକ, (୨୦/୦୫) : ଆପ୍ର. : କଟକରେ କାଳବୈଶାଖୀ ପ୍ରଭାବରେ ବର୍ଷା ଜାରି । ଘଡ଼ଘଡ଼ି ସହ ପ୍ରବଳ ବର୍ଷାରେ ବେହାଲ ହୋଇଛି କଟକ ସହର । ପ୍ରବଳ ବର୍ଷା ପାଇଁ ତଳିଆ ଅଞ୍ଚଳରେ...

ବନବାହାଲରେ ୩୫ଟିକିଆ ହାତୀପଲଙ୍କ ଦ୍ଵାରା ପୁଣି ଚାଷୀଙ୍କ ୩ ଏକର ଡ଼ାଳୁଆ ଧାନ ଫସଲ ନଷ୍ଟ

ମୁରିବାହାଲ, (୨୦/୦୫) : ଆପ୍ର. : ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜର ତିଖାଲି ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଆସି ଦୀର୍ଘ ୫ମାସ ହେବ ରହିଯାଇଥିବା ୩୫ଟିକିଆ ହାତୀପଲ ବିଭିନ୍ନ ସମୟରେ ପାର୍ଶ୍ଵବର୍ତ୍ତୀ ବହୁ...