32.9 C
Balāngīr
Monday, April 28, 2025

ବାଙ୍ଗିରିପୋଷି ବ୍ଲକ ଅଞ୍ଚଳରେ ପୁଣି କଳାବାଘ ଆତଙ୍କ, ଆତଙ୍କରେ ଗ୍ରାମବାସୀ

Must read

ବାଙ୍ଗିରିପୋଷି, (୧୧/୦୪) : ଆପ୍ର. : ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ ଅଞ୍ଚଳରେ ପୁଣି କଳା ବାଘ ଆତଙ୍କ

ଶିମିଳିପାଳ ପାଦ ଦେଶରେ ଥିବା ପିଠାବଟା ନର୍ଥ ୱାଇଲଡ ଲାଇଫ ରେଞ୍ଜ ଅଧୀନ ଚାକିଡ଼ି ଓ ସୋରିଷପାଳ ଗ୍ରାମ ପଞ୍ଚାୟତର ଜାମତଳିଆ, ଖଡିଘାଟି, କୁସୁମତୋଟା, ବାରିବେଡା, ଫୁଲଝରଣ, ଜାରକାଣି, ବସିଲାକଚା, ବାଉଁଶ ପାହାଡି, ଚିଲିକି, ନେଦାମ ପ୍ରମୁଖ ଗ୍ରାମ ଗୁଡିକ ନିକଟରୁ ଗୃହ ପାଳିତ ପଶୁ ମାନଙ୍କୁ ଆକ୍ରମଣ କରି ଏକ କଳାବାଘ ବୋଲି ଉକ୍ତ ଅଞ୍ଚଳର ଗ୍ରାମବାସୀ ଅଭିଯୋଗ କରି ଆସୁଛନ୍ତି।

ପୂର୍ବରୁ ପାଦ ଚିହ୍ନ ଦେଖି ତାହା କଲରା ପତରିଆ ବାଘ ବୋଲି ବନ ବିଭାଗ କହିଥିବା ବେଳେ ଉକ୍ତ ଅଞ୍ଚଳରେ ଏକ କଳାବାଘ ଲୋକଙ୍କ ଅତି ନିକଟତର ପହଞ୍ଚିଥିବା ନେଇ ଗ୍ରାମବାସୀଙ୍କ ଦ୍ୱାରା କରାଯାଇଥିବା ଭିଡିଓ ଭାଇରଲ ହେବାରେ ଲାଗିଛି। ସ୍ପଷ୍ଟ ଦିବାଲୋକରେ ରାସ୍ତା କୋଡରେ ବାଘଟି ଶିକାର ପାଇଁ ଛପି ରହିଥିବା ଦେଖିବାକୁ ମିଳିଥିଲା। ତେବେ ସମସ୍ତେ ପାଟି କରିବାରୁ ଦୌଡ଼ି ପଳାଇଥିଲା। ଅନ୍ୟପକ୍ଷେ ବାଘ ଟି ଏବେ ଗ୍ରାମଆଭିମୁଖୀ ହେଉଥିବାରୁ ଏହା ଉଭୟ ଗ୍ରାମବାସୀ ଓ ବାଘ ପାଇଁ ବିପଦ ସୃଷ୍ଟି କରିବାରେ ଲାଗିଛି।

ପ୍ରକାଶ ଯୋଗ୍ୟ, ଗତ ଫେବୃଆରୀ ୯ ତାରିଖ ସୋରିଷପାଳ ପଞ୍ଚାୟତ ଅନ୍ତର୍ଗତ ନେଦାମ ନିକଟସ୍ଥ ଜଙ୍ଗଲରେ ଜିତୁ ମାରାଣ୍ଡିଙ୍କ ଏକ ବଳଦକୁ ବାଘ ମାରି ଦେଇଥିବା ବେଳେ ଦୁର୍ଗା ହାଁସଦା ଙ୍କ ଏକ ମଇଁଷି ଓ ଘୁଷୁରିକୁ ଦରମରା କରି ଦେଇଥିଲା। ସେହିପରି ବାରିବେଡ଼ା ଗ୍ରାମର ଲାଛୁରାମ ମୁର୍ମୁ, କୁଶାଳ ମୁର୍ମୁ, ଦୁଲାରାମ ମୁର୍ମୁ ନିକଟସ୍ଥ ଜଙ୍ଗଲକୁ ଗୋରୁ ଚରାଇବା ପାଇଁ ଯାଇଥିବା ବେଳେ ସେଥି ମଧ୍ୟରୁ ନିଖୋଜ ଥିବା ୩ଟି ଗୋରୁଙ୍କ କ୍ଷତାକ୍ତ ମୃତଦେହ ଜଙ୍ଗଲରୁ ଗ୍ରାମବାସୀ ମାନେ ଉଦ୍ଧାର କରିଥିଲେ।

ଖବର ପାଇ ପିଠାବଟା ଉତ୍ତର ରେଞ୍ଜ ର ବଡ଼ଗାଁ ରେଞ୍ଜ ଅଧିକାରୀ ମନ ରଞ୍ଜନ ନାଏକ , ଫରେଷ୍ଟର ସଂଜୟ କୁମାର ସେଠୀ ଓ ଅନ୍ୟ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବାଘପାଦ ଚିହ୍ନ ତଦନ୍ତ କରିଥିଲେ। ତେବେ ବନ ବିଭାଗ ତାହା ଏକ କଲରା ପତରିଆ ବାଘ କହୁଥିବା ବେଳେ ଭିଡିଓ ରୁ କଳାବାଘ ବୋଲି ଜଣାପଡୁଛି।ସବୁଜାଣି ମଧ୍ୟ ବନ ବିଭାଗ ଚୁପ ହୋଇ ବସି ରହୁଥିବା ଯୋଗୁ ଗ୍ରାମବାସୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି। ଏନେଇ ବନ ବିଭାଗ ତରଫରୁ କୌଣସି ସ୍ପଷ୍ଟ ଉତ୍ତର ମିଳିପାରିନାହିଁ।

- Advertisement -spot_img

More articles

- Advertisement -spot_img

Latest article

ଅବକାରୀ ଚଢ଼ାଉରେ ମହୁଲି ମଦ ସହ ୨ଟି ସ୍କୁଟି : ୨ଟି ମୋଟର ସାଇକେଲ ଜବତ

ରାଉରକେଲା, (୨୮/୦୪) : ଆପ୍ର. : ଆଜି ରାଉରକେଲା ଅବକାରୀ ଅଧୀକ୍ଷକ ଝସକେତନ ବରିହାଙ୍କ ନିର୍ଦ୍ଦେଶ କ୍ରମେ, ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ଜିଅବାହାଲ, ରୁପୁଟୋଲା, ସେକ୍ଟର-୩, ଝିରପାଣି, ଅଚଂଳରେ ଚଢ଼ାଉ କରି...

ହାଇୱା-ବାଇକ ଧକ୍କା : ଜଣେ ମୃତ, ତିନି ଗୁରୁତର

ପାଟଣାଗଡ଼, (୨୮/୦୪): ଆପ୍ର. : ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଘସିଏନ ଲରମ୍ଭା ମୁଖ୍ୟରାସ୍ତା ମଝିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ହାଇୱାକୁ ପଛପଟୁ ପିଟିଲା ବାଇକ, ଜଣେ ମୃତ ତିନିଜଣ ଗୁରୁତର ।...

ଗଞ୍ଜାମରେ ବିଭତ୍ସ ହତ୍ୟା; ଦୁଇ ଭାଇଙ୍କୁ ହତ୍ୟା କରି ଶାଳବଣ ଜଙ୍ଗଲରେ ଜାଳିଦେଲେ ଦୁବୃର୍ତ

ଗଞ୍ଜାମ, (୨୮/୦୪) : ଆପ୍ର. : ପୁଣି ଅଶାନ୍ତ ହେଲା ଗଞ୍ଜାମ । ଖଲ୍ଲିକୋର୍ଟ ବେଗୁନିଆପଡ଼ା ଥାନା ଅଞ୍ଚଳରେ ଦୁଇ ଭାଇଙ୍କୁ ମାରି ଜଙ୍ଗଲରେ ଜାଳିଦେଲେ ଦୁର୍ବୁତ୍ତ । ବେଗୁନିଆପଡା ଥାନାଞ୍ଚଳର ଶାଳବଣ ଗାଁ...

ଯାଜପୁରରେ ଚାଞ୍ଚଲ୍ୟ ,ମହିଳାଙ୍କ ହାତମୁହଁ ବାନ୍ଧି ଦୁଷ୍କର୍ମ କଲେ ,ମାଡ଼ ମାରିଲେ ଦୁର୍ବୁତ୍ତ

ଯାଜପୁର, (୨୮/୦୪) : ଆପ୍ର. : ଯାଜପୁରରେ ଲଜ୍ୟା । ଯାଜପୁର ସହରରେ ଜଣେ କର୍ମଜୀବୀ ମହିଳାଙ୍କ ହାତମୁହଁ ବାନ୍ଧି ଦୁଷ୍କର୍ମ ଘଟଣା ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପୀଡିତା ଲୋକଲଜ୍ୟା...

ଶଶୁର ଘରକୁ ଫେରିବା ବାଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଗଛରେ ପିଟି ହେଲା ସ୍କର୍ପିଓ, ନବ ବିବାହିତଙ୍କ ସମେତ ୪ ମୃତ

ରାଉଲକେଲା, (୨୮/୦୪) : ଆପ୍ର. : ଦିଅଁ ଦର୍ଶନ ସାରି ଫେରୁଥିବା ବେଳେ ଗଛରେ ପିଟିହେଲା ସ୍କର୍ପିଓ । ଦୁର୍ଘଟଣାରେ ନବ ବିବାହିତାଙ୍କ ସମେତ ଚାଲିଗଲା ୪ ଜଣଙ୍କର ଜୀବନ ଓ ଜଣେ...