ମୁନିଗୁଡ଼ା, (୧୩/୩) : ଆ.ପ୍ର. : ମୁନିଗୁଡ଼ା ଥାନା ଅନ୍ତର୍ଗତ ହାଟ ମୁନିଗୁଡ଼ା ପଞ୍ଚାୟତର ବାଞ୍ଜିକୁସୁମ ସରକାରୀ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଆଜି ଅତିଥି ମାନଙ୍କ ମାର୍ଗଦର୍ଶନ ଓ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ଆୟୋଜିତ ହୋଇଯାଇଛି ।
ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଇଶ୍ୱରୀ ବାଡ଼ିକାଙ୍କ ସଭାପତିତ୍ବ ଓ ସହକାରୀ ଶିକ୍ଷକ ଗଣେଶ ପ୍ରସାଦ ସେଠୀଙ୍କ ସଂଯୋଜନାରେ ଆୟୋଜିତ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ପରିଷଦ ସଦସ୍ୟା ସୁଜାତା କାଡ୍ରାକା, ମୁଖ୍ୟବକ୍ତା ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଦଳାଇ, ସମ୍ମାନିତ ଅତିଥି ମୁନିଗୁଡ଼ା ବ୍ଲକ ଅନ୍ତର୍ଗତ ପାତ୍ରଗୁଡ଼ା କ୍ଳଶ୍ଟର ସିଆରସିସି ଅଶ୍ଵିନୀ ବାରିକ, ଗ୍ରାମର ବରିଷ୍ଠ ନାଗରିକ ମୁଗୁରି କାଡ୍ରାକା, ପରିଚାଳନା କମିଟି ସଭାପତି ନବୀନ ମୁମ୍ବରୁକା ପ୍ରମୁଖ ଉପସ୍ଥିତ ରହି ପ୍ରଭୁ ଶ୍ରୀଜଗନ୍ନାଥ ଓ ବିଦ୍ୟାଦାତା ଗଣେଶଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉତ୍ସବର ଶୁଭାରମ୍ଭ କରିଥିଲେ ।
ବିଦ୍ୟାଳୟର ଛାତ୍ରୀମାନେ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ।ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତି ବାଡିକା ଅତିଥି ପରିଚୟ ସହ ବାର୍ଷିକ ବିବରଣୀ ପାଠ କରିଥିଲେ।ସମସ୍ତ ସମ୍ମାନିତ ଅତିଥିମାନେ ଛାତ୍ରଛାତ୍ରୀ ମାନଙ୍କ ଶୃଙ୍ଖଳାକୁ ଦେଖି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏବଂ ବିଦ୍ୟାର୍ଥୀ ମାନଙ୍କୁ ପ୍ରଶଂସା କରିବା ସହ ବିଦ୍ୟାର୍ଥୀ ମାନଙ୍କୁ ଭଲ ମଣିଷ ହେବାକୁ ପରାମର୍ଶ ଦେଇଥିଲେ । ଏଥିସହ ମୁଖ୍ୟଅତିଥି ଶ୍ରୀମତୀ କାଡରାକା ସମସ୍ତ ଅବିଭାବକ ମାନଙ୍କୁ ସେମାନଙ୍କ ପିଲା ମାନଙ୍କ ଉଜ୍ବଳ ଭବିଷ୍ୟତ ନିର୍ମାଣ ପାଇଁ ନିଜ ନିଜର ଘରେ ଉନ୍ନତ ପରିବେଶ ସୃଷ୍ଟି କରିବା ସହିତ ପିଲାମାନଙ୍କ ଜୀବନରେ ସମୟାନୁବର୍ତ୍ତିତା, ଶୃଙ୍ଖଳା, ଏକାଗ୍ରତା ଏବଂ ସଂସ୍କାର ଆଣିବାପାଇଁ ସମୟ ବାହାର କରିବାକୁ ମାର୍ଗଦର୍ଶନ ଦେଇଥିଲେ ।
ପରେ ବିଭିନ୍ନ କ୍ଷେତ୍ରରେ ଶ୍ରେଷ୍ଠ କୃତ୍ତି ବିଦ୍ୟାର୍ଥୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପ୍ରମାଣ ପାତ୍ର,ଉପହାର ଦେଇ ପୁରସ୍କୃତ କରାଯାଇଥିଲା।ସାଂସ୍କୃତିକ କାର୍ଯ୍ୟକ୍ରମରେ ପିଲାମାନଙ୍କ ଚମତ୍କାର ନୃତ୍ୟ,ସଙ୍ଗୀତ ଓ ଅଭିନୟରେ ଉପସ୍ଥିତ ଅତିଥି,ଅବିଭାବକ ଏବଂ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ମନ୍ତ୍ରମୁଗ୍ଧ କରି ଦେଇଥିଲା। ଶେଷରେ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ବାଡିକା ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମରେ ଅନେକ ଅବିଭାବକ, ଗ୍ରାମବାସୀ, ପଞ୍ଚାୟତର ଅନେକ ବିଦ୍ୟାଳୟରୁ ଶିକ୍ଷକ ଶିକ୍ଷୟତ୍ରୀ ନିମନ୍ତ୍ରିତ ଅତିଥିଭାବେ ଉପସ୍ଥିତ ରହି ଉତ୍ସବକୁ ଉପଭୋଗ କରିବା ସହିତ ବିଦ୍ୟାର୍ଥୀ ମାନଙ୍କୁ ଉତ୍ସାହିତ କରିଥିଲେ ।