ବଣାଇ, (୧୯/୦୫) : ଆପ୍ର. : ବାପା ଟାଙ୍ଗିଆ ଚୋଟରେ ଝିଅ ଗୁରୁତର। ସୁନ୍ଦରଗଡ ଜିଲ୍ଲା ଲହୁଣୀପଡା ଥାନା ଗଦାପାଲି ଗାଁରେ ଅଭାବନୀୟ ଘଟଣା ।
ଅର୍ଜୁନ ରଣା ମଦ୍ୟପାନ କରି ତାଙ୍କ ସ୍ତ୍ରୀଙ୍କ ଝଗଡ଼ା କରୁଥିବା ବେଳେ ତାଙ୍କୁ ଉତ୍ତ୍ୟକ୍ତ ହୋଇ ମାରିବାକୁ ଟାଙ୍ଗିଆ ଧରି ଗୋଡ଼ାଇଥିଲା। ୧୩ ବର୍ଷୀୟ ଝିଅ ବାପାକୁ ଅଟକାଇବାକୁ ଯାଇ ମାଆକୁ ଘର ଭିତରେ ପୁରାଇଦେଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଝିଅ ମୁଣ୍ଡରେ ଟାଙ୍ଗିଆ ମାରିଥିଲା। ମୁଣ୍ଡ ଓ ହାତରେ ଗଭୀର ଆଘାତ ପାଇବା ପରେ ଚିତ୍କାର କରିବାରୁ ପଡୋଶୀମାନେ ଦୌଡ଼ି ଆସି ଝିଅକୁ ବଣାଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଝିଅର ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାକୁ ରାଉରକେଲାକୁ ସ୍ଥାନାନ୍ତରିତ କରାଯାଇଛି । ଆକ୍ରମଣକାରୀ ବାପା ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଲହୁଣୀପଡ଼ା ଥାନା ପୋଲିସ ତଦନ୍ତ ଚଳାଇଛି।