ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୨୦/୧୨) : ମୁରିବାହାଲ ବ୍ଲକ ସଦର ମହକୁମାକୁ ବାବା ବୈଦ୍ୟନାଥ ଜ୍ୟୋତିର୍ଲିଙ୍ଗ ବାବାଧାମ ମନ୍ଦିରର ପୂଜକ ପ୍ୟାରେଲାଲ ମିଶ୍ର ଗୁରୁବାର ପଦାର୍ପଣ କରିଥିଲେ ।
ତାଙ୍କୁ ମହିଳା ମାନଙ୍କ ଦ୍ଵାରା ସଙ୍କୀର୍ତ୍ତନ୍ୟ ପରିବେଷଣ ସହ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯିବା ପରେ ରାଧାକୃଷ୍ଣ ଓ ଶିବ ମନ୍ଦିରକୁ ପାଛୋଟି ନିଆଯାଇଥିଲା । ଏହି ଅବସରରେ ମୁରିବାହାଲ ରାମେଶ୍ବର ବାବା ବୋଲବମ କମିଟି ସଭାପତି ସୁଧାଂଶୁ ପୋଢ଼ ଯାଦବ, କୋଷାଧ୍ୟକ୍ଷ ଦିବ୍ୟସୁନ୍ଦର ସାହୁ,କରନ ଜାଲ,ସମ୍ପାଦକ ଉଦିତ କୁମାର କଟା, ଉପସଭାପତି ସୁଦାମ ସାହୁ, କମିଟିର ସଦସ୍ୟ ଲିଲାଧର ଶର୍ମା, ବାବୁଲାଲ କେତକୀ, ଯଦୁ ସାହୁ , ବିରଞ୍ଚି ଭୋଇ , ଲିକୁନ ସାହୁ, ରୋହନ ଜାଲ , ଚିନ୍ମୟ ଖର୍ସେଲ, ହିମାଂଶୁ ହେର୍ଣ୍ଣl, ନେତ୍ରା ମାଝି, ଜନକ ଖର୍ସେଲ , ପିଙ୍କୁ ହାତୀ , ରଞ୍ଜିତ ଆଚାରି, ନୀତେଶ ସାହୁ ଓ ରାଧାକୃଷ୍ଣ ସଙ୍କୀର୍ତ୍ତନ୍ୟ ମଣ୍ଡଳୀର ସମସ୍ତ ମାତୃ ମଣ୍ଡଳୀ, ବାୟକ ଶ୍ରୀ ଡ଼ାଙ୍ଗ ସହଯୋଗ କରିଥିଲେ । ଏଥିରେ ରାଧାକୃଷ୍ଣ ଓ ଶିବମନ୍ଦିର ପରିଚାଳନା କମିଟିର ସଭାପତି ରାଜିବ କୁମାର ମହାନ୍ତି, ଉପସଭାପତି ଭୀଷ୍ମରାଜ ମେହେର,ସୁଧୀର ପାଣି, ତରୁଣ ପୋଢ଼, ଭରତ ଦାସ, କୁନ୍ତ ପୋଢ଼, ହିମାଂଶୁ ଜାଲ, ବିଜୟଲାଲ ଦୀପ ,ରାମଚନ୍ଦ୍ର ମହାରଣା ପ୍ରମୁଖ ସହଯୋଗ କରିଥିଲେ ।