ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୨୬/୦୫) : ରାୟଗଡା ସହରରେ ବାରମ୍ଵାର ବିଦ୍ୟୁତ୍ କାଟ କୁ ନେଇ ଜନ ଅସନ୍ତୋଷ ଦେଖା ଦେଇଛି ।
୨୪ ଘଣ୍ଟା ବିଜୁଳି ଉପରେ ନିର୍ଭର କରି ଚଳୁଥିବା ବିଦ୍ୟୁତ୍ ଉପଭକ୍ତା ବାରମ୍ବାର ବିଦ୍ୟୁତ୍ କାଟ ନେଇ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ସକାଳ, ସଂଧ୍ୟା ଓ ରାତି ରେ ବାରମ୍ଵାର ବିଦ୍ୟୁତ୍ ର ଲୁଚକାଳି ଖେଳ ପରି ହେଉଥିବା ଦେଖିବାକୁ ମିଳୁଛି । ଗୋଟିଏ ପଟେ ଖରା ଛୁଟି ଚାଲିଥିବା ବେଳେ, ଛାତ୍ର ଛାତ୍ରୀ ନାନା ପ୍ରକାର ସମର କୋର୍ସ କରିବା ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି । ବିଦ୍ୟୁତ୍ ବିଭାଗର ବାରମ୍ଵାର ବିଜୁଳି କାଟ କୁ ନେଇ ସ୍ଥାନୀୟ ବାସିନ୍ଦା ଅସନ୍ତଶ ବ୍ୟକ୍ତ କରିଛନ୍ତି । ବିଦ୍ୟୁତ ବିଭାଗର କର୍ମଚାରୀ ମାନଙ୍କୁ ଏ ନେଇ ଅଭିଯୋଗ କଲେ ଫୋନ୍ କୋଲ୍ ରିସିଭ୍ କରି ନ ଥିବା ବେଳେ, ତତ୍ପରତା ଦେଖାଉ ନାହାନ୍ତି ବୋଲି ଅଭିଯୋଗ ହୋଇଛି । ବିଦ୍ୟୁତ ବିଭାଗ ମନ ଇଛା କାର୍ଯ୍ୟ କରୁଥିବା ନେଇ ବିଦ୍ୟୁତ୍ ଉପଭକ୍ତା ଗଣ ମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି ।
ଗଛରୁ ପତ୍ର ଟିଏ ନ ହୋଲୁଥିବା ସ୍ଥଳେ ବାରମ୍ଵାର ବିଦ୍ୟୁତ୍ କାଟ ଚିନ୍ତା ବଢ଼ାଉଛି । ବିଦ୍ୟୁତ ବିଭାଗ ର
କର୍ମଚାରି ମାନଙ୍କୁ କାହିଁକି ବିଦୁତ୍ କାଟୁଛ ବୋଲି ଫୋନ୍ ଯୋଗେ ପ୍ରଶ୍ନ କରିଲେ ଅନେକ ସମୟ ରେ ଫୋନ୍ ବନ୍ଦ ରହିଥିବା ଓ କୋଲ୍ ରିଶୀଭ କରନ୍ତି ନାହିଁ। ବାରମ୍ବାର ବିଜୁଳି କାଟ ଯୋଗୁଁ ଘର, ଦୋକାନ, ସରକାରୀ ଓ ବେସରକାରୀ ଅନୁଷ୍ଠାନ, ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକରେ ଲାଗିଥିବା ଟିଭି, ଫ୍ୟାନ, ଷ୍ଟେବଲାଇଜର, ଏ.ସି, ଫ୍ରିଜ ଓ ନାନା ପ୍ରକାର ବୈଦୁତିକ ଉପକରଣ ମାନ ଅଚଳ ହୋଇଯାଉଛି । ବର୍ଷା ପବନ ନ ଥିଲେ ସୁଦ୍ଧା ବାରମ୍ଵାର ବିଦ୍ୟୁତ୍ କାଟ ହୋଇଥାଏ ।
ଆଜକୁ ଦିର୍ଘ ଛଅ ମାସ ଧରି ବିଦ୍ୟୁତ ବିଭ୍ରାଟ ପ୍ରସଙ୍ଗରେ ସ୍ଥାନୀୟ ବାସି ଅଭିଯୋଗ କରି ଆସୁଥିଲେ ସୁଦ୍ଧା, ବିଭାଗୀୟ ଅଧିକାରୀ ଙ୍କ କୌଣସି ପ୍ରକାର ସନ୍ତସଜନକ ଉତ୍ତର ମିଳି ପାରୁନାହିଁ । ଆଗାମୀ ଦିନରେ ଯଦି ଏ ନେଇ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ ନ କରାଯାଏ, ତେବେ ବିଦ୍ୟୁତ୍ ବିଲ୍ ପୈଠ କରିବୁ ନାହିଁ ବୋଲି ଚେତାବନି ଦେଇଛନ୍ତି । ଗୋଟିଏ ପଟେ ବିଦ୍ୟୁତ୍ ବିଭାଗର ଆବଶ୍ୟକତା ଠାରୁ ଅଧିକ ବିଲ୍ ଆସିଥିବା ସ୍ଥଳେ, ରାଜ୍ୟ ସରକାରଙ୍କ ଜୁଲାଇ ମାସରୁ ୧୦୦ୟୁନିଟ ମାଗଣା ବିଜୁଳି ଘୋଷଣା ସାଧାରଣ ରେ
ପ୍ରଶ୍ନବାଚୀ ସୃଷ୍ଟି କରିଛି ।