32.9 C
Balāngīr
Tuesday, May 20, 2025

ବାଲାଜୀ ସଂସ୍କୃତି ସଂଗଠନର ୧୭ତମ ବାର୍ଷିକ ଉତ୍ସବ ସମାହିତ

Must read

ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ବୃକ୍ଷ ରୋପଣ

ବ୍ରହ୍ମପୁର, (୨୦/୦୫) : ଆପ୍ର. : ଛତ୍ରପୁର ବ୍ଲକ ଅନ୍ତର୍ଗତ କରାତଳି ଗ୍ରାମରେ ବିଭିନ୍ନ ଜାଗାର ଖାଲି ସ୍ଥାନ ମାନଙ୍କରେ ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ଗୁଆ ବୃକ୍ଷ-ଚାରା ରୋପଣ କରାଯାଇଛି...

ବ୍ରହ୍ମପୁର, (୦୮/୦୫) :ଆପ୍ର. : ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବାଲାଜୀ ସଂସ୍କୃତି ସଂଗଠନ ତରଫରୁ ପରିଚାଳିତ ହୋଇ ଆସିଥିବା ଶ୍ରୀ ଶ୍ରୀ ବାଲାଜୀ ସ୍ୱାମୀଙ୍କ ମନ୍ଦିରର ୧୭ତମ ପ୍ରତିଷ୍ଠା ଉତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି ।

ଗତ ୩୦ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଠାକୁରଙ୍କ ପ୍ରାତଃ-କାଳୀନ ସେବା, ପୂଜା ଓ ଅଭିଷେକ କାର୍ଯ୍ୟ ସମ୍ପନ୍ନ କରି ଠାକୁରଙ୍କୁ ନଗର ପରିଭ୍ରମଣ କରାଇ ଭେଞ୍ଜେଟେଶ୍ୱର୍ ସ୍ଵାମୀଙ୍କ ମାଙ୍ଗଳିକ କଲ୍ୟାଣ କାର୍ଯ୍ୟ ଶ୍ରୀ ଶ୍ରୀ ରାମାୟଣାମ୍ମା ସୌଭାଗ୍ୟ କଲ୍ୟାଣମଣ୍ଡପରେ ବିଧିବଦ୍ଧ ଭାବେ ସମାହିତ ହୋଇଯାଇଛି । ଏହି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମକୁ ପ୍ରତିପାଦିତ କରିବା ପାଇଁ ଛତ୍ରପୁରସ୍ଥ ରିଡ଼ିଙ୍ଗରୁମ୍ ହତା ମଧ୍ୟରେ ଆୟୋଜିତ ଶାସ୍ତ୍ରୀୟ ସଙ୍ଗୀତ ସାଂସ୍କୃତିକ କାର୍ଯ୍ୟକ୍ରମ ଗତ ସୋମବାର ସନ୍ଧ୍ୟାରେ ପରିବେଷଣ ହୋଇଥିଲା । ଆନ୍ଧ୍ର ପ୍ରଦେଶର ପ୍ରଖ୍ୟାତ ସଙ୍ଗୀତଜ୍ଞ ବି. ରାମଣା ମୂର୍ତ୍ତିଙ୍କ ନିର୍ଦ୍ଦେଶନାରେ ସ୍ୱତନ୍ତ୍ର ଆକର୍ଷଣରେ ବି.ଏ. ନାରାୟଣ ରାଓ, ଶ୍ରୀମତୀ ନିରୋଶା, ଶ୍ରୀମତୀ ପଦ୍ମା ଓଡ଼ିଆ ତେଲୁଗୁ, ହିନ୍ଦୀରେ ସଙ୍ଗୀତ ଗାନ କରିଥିଲେ । ଏପରିକ ଜାତୀୟସ୍ତରର ଲୋକପ୍ରିୟ ବହୁ ପ୍ରଖ୍ୟାତ କଣ୍ଠଶିଳ୍ପୀ ଯୋଗଦେଇ ଶ୍ରୀ ବୈଷ୍ଣବ ସମ୍ମତ ଭକ୍ତି ଭାବନାର ଶାସ୍ତ୍ରୀୟ ସଙ୍ଗୀତ ପରିବେଷଣ କରି ଅଗଣିତ ଦର୍ଶକଙ୍କୁ ବିମୋହିତ କରିଥିଲେ ।

ପ୍ରଥମ ପର୍ଯ୍ୟାୟରେ ଅନୁଷ୍ଠିତ ସ୍ଵାଗତ ସମ୍ବର୍ଦ୍ଧନା ସଭାରେ ପ୍ରସିଦ୍ଧ ବେଦ ପଣ୍ଡିତ ଜ୍ୟୋତିଷ ବିଶାରଦ ଯେ କି, ସମାଜ ପ୍ରତି ତାଙ୍କର ୪୩ ବର୍ଷ ଧରି ପୂଜାରୀ ଭାବରେ ଦୀର୍ଘ ଦିନର ତ୍ୟାଗ ନିଷ୍ଠାପର ସେବା କାର୍ଯ୍ୟ ଯୋଗୁ ଅନୁଷ୍ଠାନ ତରଫରୁ ତାଙ୍କ ପ୍ରତିଭାକୁ ସମ୍ମାନ ଜଣାଇ ଆର୍‌.ଧନଞ୍ଜୟ ଆଚାର୍ୟୁଲୁ ଏବଂ ତାଙ୍କ ଧର୍ମପତ୍ନୀଙ୍କୁ ସସ୍ତ୍ରୀକ ସହ ମଞ୍ଚ ଉପରେ ଆହ୍ୱାନ କରି ଉପଢ଼ୌକନ ସହ ସମ୍ୱର୍ଦ୍ଧିତ କରାଯାଇଥିଲା । ସେହିପରି ସଭାମଞ୍ଚରେ ସ୍ଥାନୀୟ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ଟ୍ରଷ୍ଟି ଆଦିକନ୍ଦ ପାଣିଗ୍ରହୀ, ବରିଷ୍ଠ ଆଇନଜୀବି ରମେଶ ଚୌଧୁରୀ, ସ୍ଵାଧୀନ କୁମାର ରଥ ଏନ୍. ପ୍ରଭାକର ରାଓ, କେ. ରାମବାବୁଙ୍କ ସମେତ ମହିଳା ମଣ୍ଡଳୀଙ୍କ ଦ୍ୱାରା ଏହି ସମ୍ମାନୀତ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମକୁ ବରିଷ୍ଠ ଆଇନଜିବୀ ବି. ଶ୍ରୀନିବାସ ସଂଯୋଜନା ଓ ପରିଚାଳନା କରିଥିବା ବେଳେ ଆର୍. ରାବଣା ରାଓ ସକ୍ରୀୟ ସହଯୋଗ କରିଥିଲେ ।

- Advertisement -spot_img

More articles

Leave a Reply

- Advertisement -spot_img

Latest article

ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ବୃକ୍ଷ ରୋପଣ

ବ୍ରହ୍ମପୁର, (୨୦/୦୫) : ଆପ୍ର. : ଛତ୍ରପୁର ବ୍ଲକ ଅନ୍ତର୍ଗତ କରାତଳି ଗ୍ରାମରେ ବିଭିନ୍ନ ଜାଗାର ଖାଲି ସ୍ଥାନ ମାନଙ୍କରେ ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ଗୁଆ ବୃକ୍ଷ-ଚାରା ରୋପଣ କରାଯାଇଛି...

ନୂଆପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା: ସ୍ବାମୀଙ୍କ ଆଖି ଆଗରେ ସ୍ତ୍ରୀଙ୍କ ଉପରେ ଚଢ଼ିଗଲା ଟ୍ରକ୍

ନୂଆପଡ଼ା, (୨୦/୦୫) : ଆପ୍ର. : ନୂଆପଡ଼ା ସଦର ଥାନା ଅନ୍ତର୍ଗତ ଏକତା ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସ୍ବାମୀଙ୍କ ଆଖି ଆଗରେ ସ୍ତ୍ରୀଙ୍କ ଉପରେ ଚଢ଼ିଗଲା ଟ୍ରକ୍ । ଘଟଣାସ୍ଥଳରେ ସ୍ତ୍ରୀ...

ଖଇରକାଠ ଜବତ କଲା ବନ ବିଭାଗ

ବଲାଙ୍ଗିର, (୨୦/୦୫) : ଆପ୍ର. : ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ପୋଲିସ ଗତକାଲି ସନ୍ଧ୍ୟାରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ମୁରସିଂବିଟ ନିକଟସ୍ଥ ସିକୁଆଁ ଗାଁରୁ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଯୋଗେ ବେଆଇନ ଭାବେ...

କାଳବୈଶାଖୀ ବର୍ଷାରେ ବେହାଲ କଟକ ସହର

କଟକ, (୨୦/୦୫) : ଆପ୍ର. : କଟକରେ କାଳବୈଶାଖୀ ପ୍ରଭାବରେ ବର୍ଷା ଜାରି । ଘଡ଼ଘଡ଼ି ସହ ପ୍ରବଳ ବର୍ଷାରେ ବେହାଲ ହୋଇଛି କଟକ ସହର । ପ୍ରବଳ ବର୍ଷା ପାଇଁ ତଳିଆ ଅଞ୍ଚଳରେ...

ବନବାହାଲରେ ୩୫ଟିକିଆ ହାତୀପଲଙ୍କ ଦ୍ଵାରା ପୁଣି ଚାଷୀଙ୍କ ୩ ଏକର ଡ଼ାଳୁଆ ଧାନ ଫସଲ ନଷ୍ଟ

ମୁରିବାହାଲ, (୨୦/୦୫) : ଆପ୍ର. : ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜର ତିଖାଲି ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଆସି ଦୀର୍ଘ ୫ମାସ ହେବ ରହିଯାଇଥିବା ୩୫ଟିକିଆ ହାତୀପଲ ବିଭିନ୍ନ ସମୟରେ ପାର୍ଶ୍ଵବର୍ତ୍ତୀ ବହୁ...