ରିପୋର୍ଟ : ବିଭୂତି ଲହରିଆ
ବାଲିଗୁଡା , (୧୬/୧) : ବାଲିଗୁଡ଼ା ଉପ ଜିଲ୍ଲାପାଳ କାର୍ଯ୍ୟାଳୟ ସଭାଗୃହ ଠାରେ ରାଜ୍ୟ ସରକାର ଙ୍କ ବର୍ଦ୍ଧିତ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।
ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ଜିଲ୍ଲାର ବିଭିନ୍ନ ବ୍ଲକ୍ ରେ ବର୍ଦ୍ଧିତ ଭତ୍ତା ବଣ୍ଟନ କରାଯାଇଛି । ଏହି ନୂତନ ବର୍ଦ୍ଧିତ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ରେ ଜି ଉଦୟଗିରି ବିଧାୟକ ପ୍ରଫୁଲ ପ୍ରଧାନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଳିକ ବାଲିଗୁଡା ଏନଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ନଗର ସାଂସଦ ପ୍ରତିନିଧି ଆଦିକନ୍ଧ ପଟନାୟକ,ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଧୀରଜ ପାତ୍ର ବାଲିଗୁଡା ବ୍ଲକ ଅଧ୍ୟକ୍ଷା ଉପସ୍ଥିତ ରହି ରାଜ୍ୟ ସରକାର ଙ୍କ ୮୦ବର୍ଷ ରୁ ଉର୍ଧ୍ଵ ବର୍ଦ୍ଧିତବାର୍ଦ୍ଧକ୍ୟଓ 80ଶତକଡାପ୍ରତିଶତ ଥିବା ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କୁ ୩୫୦୦ ଟଙ୍କା ଭତ୍ତା ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମ କୁ ବାଲିଗୁଡା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦିନେଶକହଁର ଏବଂ ବାଲିଗୁଡା ଏନଏସି କମ୍ୟୁନିଟି ଅର୍ଗାନାଇଜର ମିନାକ୍ଷୀ ପାଣିଗ୍ରାହୀ ସମେତ ବିଭାଗୀୟ କର୍ମଚାରୀ ସହଯୋଗ କରିଥିଲେ ।