32.9 C
Balāngīr
Wednesday, April 23, 2025

ବାଲିଗୁଡାରେ ବଡଦିନ ଶାନ୍ତି ଶୃଙ୍ଖଳା ର ସହିତ ପାଳିତ

Must read

ରିପୋର୍ଟ : ବିଭୂତି ଲହରିଆ
ବାଲିଗୁଡା, (୨୪/୧୨) : ପ୍ରଭୁଯୀଶୁ ଖ୍ରୀଷ୍ଟ ଧରାବତରଣ ଉପଲକ୍ଷେ ବାଲିଗୁଡା ସହର ସମେତ କୋଟଗଡ, ତୁମୁଡିବନ୍ଧ, କ ନୂଆଗାଁ ବ୍ଲକ ସମେତ ବିଭିନ୍ନ ଅଞ୍ଚଳ ରେ ଆନନ୍ଦ ଉଲ୍ଲାସ ର ସହିତ ବଡଦିନ ପାଳିତ ହୋଇଛି ।WhatsApp Image 2024 12 25 at 16.42.14 1 ବାଲିଗୁଡାରେ ବଡଦିନ ଶାନ୍ତି ଶୃଙ୍ଖଳା ର ସହିତ ପାଳିତ

ଖ୍ରୀଷ୍ଟ ଧର୍ମାବଲମ୍ବୀ ଭାଇଭଉଣୀ ମାନଙ୍କର ଗୋଟିଏ ବର୍ଷର ଅପେକ୍ଷା ର ଅନ୍ତ ଘଟିଛି । ପ୍ରଭୁ ଯୀଶୁଖ୍ରୀଷ୍ଟ ଙ୍କ ଆଗମନ ରେ ଶ୍ରଦ୍ଧାଳୁ ମାନେ ବିଭିନ୍ନ ଚର୍ଚ୍ଚ ଉପାସନା ଗୃହରେ ସମବେତ ହୋଇ ମଧ୍ୟ ରାତ୍ର ପ୍ରାର୍ଥନା କୋରେଲ ଗାନ ସହିତ ଦିବ୍ୟ ଯଜ୍ଞ ଅନୁଷ୍ଠିତ ହୋଇଛି । ବଡଦିନ ଉପଲକ୍ଷେ ଚର୍ଚ୍ଚ ଉପାସନ ଗୃହ ଗୁଡିକ ରେ ଆଲୋକ ମାଳା ରେ ସୁସଜ୍ଜିତ ହୋଇ ଝଲସୁଛି । ପ୍ରଭୁ ଯୀଶୁ ଖ୍ରୀଷ୍ଟ ଜନ୍ମଦିନ ଅବସରରେ ଶ୍ରଦ୍ଧାଳୁ ମାନେ ବିଭିନ୍ନ ଚର୍ଚ୍ଚ ଗୁଡିକରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ।

ବଡଦିନ ଉପଲକ୍ଷେ ବାଲିଗୁଡା ପୋଲିସ ପକ୍ଷରୁ ବାଲିଗୁଡା ଓ ବାରଖମା ରେ ଫ୍ଲାଗ ମାର୍ଚ୍ଚ ଅନୁଷ୍ଠିତ ହୋଇଛି । ବାଲିଗୁଡା ଏସଡିପିଓ କମଳ କୁମାର ପଣ୍ଡା ଙ୍କ ନେତୃତ୍ୱ ରେ ବାଲିଗୁଡା ଓ ବାରଖମା ରେ ବଡଦିନ କୁ ଶାନ୍ତି ଶୃଙ୍ଖଳାରେ ପାଳନ ପାଇଁ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ ଅନୁଷ୍ଠିତ ହୋଇଛି । ବାଲିଗୁଡା ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ସମେତ ପୋଲିସ ଅଧିକାରୀ, ଡିବିଏଫ, ସିଆରପି ଫୋର୍ସ ବାଲିଗୁଡା ସହର ଓ ବାରଖମା ରେ ପୋଲିସ ଫୋର୍ସ ଫ୍ଲାଗ ମାର୍ଚ୍ଚ ରେ ଅଂଶଗ୍ରହଣ କରିଥିଲେ ।

ବଡଦିନକୁ ଶାନ୍ତି ଶୃଙ୍ଖଳାର ସହିତ ଖ୍ରୀଷ୍ଟ ଭାଇ ଭଉଣୀ ମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଙ୍କ ଧରାବତରଣ ଉଛବ ପାଳନ ପାଇଁ ପୋଲିସ ପକ୍ଷରୁ କଡା କଡ଼ି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସେହିପରି ସହର ର ମୂଖ୍ୟ ଛକ ମାନଙ୍କ ରେ ପୋଲିସ ପକ୍ଷରୁ ତନଖି କରାଯାଉଛି । ବାଲିଗୁଡା, ବାରଖମା ସମେତ ବିଭିନ୍ନ ଅଞ୍ଚଳ ରେ ଥିବା ଗୀର୍ଜା, ପ୍ରାର୍ଥନା ଗୃହ ମାନଙ୍କ ରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବାଲିଗୁଡା ଥାନା ଅଧିକାରୀ କହିଛନ୍ତି । ବଡଦିନ ପର୍ବ ବାଲିଗୁଡା ସହରସମେତ ବିଭିନ୍ନ ଅଞ୍ଚଳ ରେ ଧୂମଧାମ ରେ ପାଳିତ ହୋଇଛି ।

- Advertisement -spot_img

More articles

- Advertisement -spot_img

Latest article

ପୁଅର ପ୍ରେମ ପାଇଁ ବାପାକୁ ହତ୍ୟା, ପୋଲିସର ତଦନ୍ତ ଜାରି

ଗଞ୍ଜାମ, (୨୨/୦୪) : ଆପ୍ର. : ପୁଅର ପ୍ରେମ ପାଇଁ ବାପାକୁ ନୃଶଂସ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ କୁମୁଣ୍ଡା ଗାଁରେ ଘଟିଛି...

କାଶୀନଗର ବ୍ଲକ ରେ ମଦ ବିରୋଧୀ ଆନ୍ଦୋଳନ

କାଶୀନଗର, (୨୨/୪) : ଆପ୍ର. : କାଶୀନଗର ବ୍ଲକ ରେ ମଦ ବିରୋଧୀ ଆନ୍ଦୋଳନ ମୁଣ୍ଡ ଟେକିଛି । ଗତ କାଲି ଅଲଡା ପଂଚାୟତ ରେ ବିଭିନ୍ନ ମହିଳା ସଂଘଠନ ଗୁଡିକ ତରଫରୁ ଅଲଡା...

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରାମାଭିଷେକ ନୀତି, ଶେଷ ହେବ ସାହିଯାତ

ପୁରୀ, (୨୨/୦୪) : ଆପ୍ର. : ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରାମାଭିଷେକ ନୀତି । ଏହାସହ ଶ୍ରୀରାମ ନବମୀରୁ ଆରମ୍ଭ ହୋଇଥିବା ଶ୍ରୀକ୍ଷେତ୍ର ସାହିଯାତ ମଧ୍ୟ ଶେଷ ହେବ । ଆଜି ଶ୍ରୀମନ୍ଦିରରେ ମଧ୍ୟାହ୍ନ...

ରାଜଧାନୀରେ ବ୍ୟାପୁଛି ଝାଡ଼ାବାନ୍ତି, ନୀଳାଦ୍ରି ନିବାସ ପରେ ଖଣ୍ଡଗିରିରେ ୬ଜଣ ଆକ୍ରାନ୍ତ

ଭୁବନେଶ୍ୱର, (୨୨/୦୪) : ଆପ୍ର. : ଭୁବନେଶ୍ୱରରେ ଝାଡ଼ାବାନ୍ତି ଆତଙ୍କ। ନୀଳାଦ୍ରି ନିବାସ ପରେ ଖଣ୍ଡଗିରିରେ ବ୍ୟାପୁଛି ଝାଡ଼ାବାନ୍ତି। ଗାନ୍ଧି ଯୁକ୍ତ ୨ ବିଦ୍ୟାପୀଠରେ ଝାଡ଼ାବାନ୍ତିରେ ୬ ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇଛନ୍ତି । ବର୍ତ୍ତମାନ...

ପାଣିରେ ବୁଡି ଚାଲିଗଲା ନାବାଳକର ଜୀବନ

ବଲାଙ୍ଗିର, (୨୨/୦୪) : ଆପ୍ର. : ପାଣିରେ ବୁଡି ନାବାଳକ ପୁଅ ର ଚାଲିଗଲା ଜୀବନ । ଗାଧୋଇବା ପାଇଁ ଚାରି ଜଣ ସାଙ୍ଗ ଯାଇ ଥିବା ବେଳେ ଜଣେ ସାଙ୍ଗ ପାଣିରେ...