ବାଲିଗୁଡା, (୧୫/୪) : ଆପ୍ର : ମେରୁ ଯାତ୍ରାସହ ସମ୍ପନ୍ନ ହୋଇଛି ବାଲିଗୁଡା ର ମା ଦକ୍ଷିଣ କାଳୀଙ୍କ ପାରମ୍ପରିକ ଦଣ୍ଡ ଯାତ୍ରା l
ଆଜକୁ ୧୦୪ ବର୍ଷ ହେବ ପ୍ରତିବର୍ଷ ମା ଦକ୍ଷିଣ କାଳୀଙ୍କ ଏହି ଦଣ୍ଡ ଯାତ୍ରା ମହାଆଡମ୍ବର ସହ ପାଳିତ ହୋଇ ଆସୁଛି l ପ୍ରତିବର୍ଷ ଏପ୍ରିଲ ୧ ତାରିଖ ଠାରୁ ଏହି ଦଣ୍ଡ ଯାତ୍ରା ଦୀର୍ଘ ୧୩ ଦିନ ଧରି ଅନୁଷ୍ଠିତ ହୋଉଥିବା ବେଳେ ମେରୁ ପର୍ବ ପାଳନ ସହ ଏହା ସମାପନ ହୋଇଥାଏ l ଧୂଳି ଦଣ୍ଡ, ପାଣି ଦଣ୍ଡ ପରି ଷୋହଳ ଦଣ୍ଡ ପରେ ମେରୁ ଘରେ ଝାମୁ ଯାତ୍ରା ରେ ଦୁଇ ଟି ବେଲ କାଠ ରେ ତିଆରି ଖୁଣ୍ଟ ରେ ପାଟଭୁକ୍ତା ଙ୍କୁ ଓଲଟାଇ ଝୁଲାଇ ଦିଆଯାଏ l ତଳେ ଥିବା ଅଗ୍ନିକୁଣ୍ଡ ରେ ଝୁଣା ପକାଇ ପାଟଭୁକ୍ତା ଙ୍କୁ ଅଗ୍ନି ଝାସ ଦେବା ପରେ ତେର ଦିନ ଧରି ଚାଲିଥିବା ଦଣ୍ଡ ଯାତ୍ରା ର ବ୍ରତ ଭାଙ୍ଗିବା ସହ ଦଣ୍ଡଯାତ୍ରା ସମାପନ ହୋଇଥାଏ l
ପ୍ରଥମେ ମା କାଳୀଙ୍କ ଆବିର୍ଭାବ ନେଇ ଏକବାର ଦିନ ଅର୍ଥାତ ଏପ୍ରିଲ ଏକ ତାରିଖ ଦିନ ପୂଜାର୍ଚନା ସହ ମା ଙ୍କୁ ଆରୋଧନା କରାଯାଏ l ମା ଙ୍କ ଆବାହନ ନେଇ ପୂଜାର୍ଚନା ପରେ ମା କାଳୀଙ୍କ ଆବିର୍ଭାବ ପରେ ଦଣ୍ଡ ଉଠିଥାଏ l ଏଥିସହ ଏହି ଦଣ୍ଡ ଯାତ୍ରା ତେର ଦିନ ଧରି ନିଷ୍ଠା ର ସହ ପାଳନ ହୁଏ l ମାନସିକଧାରୀ ଓ ଶ୍ରଦ୍ଧାଳୁ ଅତି ନିଷ୍ଠା ର ସହ ଦଣ୍ଡଯାତ୍ରା ରେ ବ୍ରତ ପାଳନ କରିଥାନ୍ତି l ତେବେ ଦଣ୍ଡ ଯାତ୍ରା ର ଉଦଯାପନୀ ଦିବସ ଅର୍ଥାତ ମେରୁ ଯାତ୍ରା ଦିନ ପାଟଭୁକ୍ତା ଙ୍କୁ ଝାମୁ ମଣ୍ଡପ ରେ ଅଗ୍ନିଝାସ ଦେବା ସହ ସମସ୍ତ ଉପାସୁଆ ଙ୍କ ବ୍ରତ ଭାଙ୍ଗିବା ସହ ଏହି ଦଣ୍ଡଯାତ୍ରା ର ସମାପନ ହୋଇଥାଏ l
ଏହି ପବିତ୍ର ମେରୁଯାତ୍ରା ପାଳନ ଅବସରରେ ହଜାର ହଜାର ମାନସିକଧାରୀ, ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଥିଲା l ଶ୍ରୀ ଶ୍ରୀ ରୁଦ୍ର କାଳୀ ଙ୍କ ନାମ ଉଚ୍ଚାରଣ ସହ ହୁଳହୁଳି ମହୁରୀ ଢୋଲ ବାଜା ରେ ପ୍ରକମ୍ପିତ ହୋଇଥିଲା ସମଗ୍ର ଅଂଚଳ l ମା ଙ୍କ ଦର୍ଶନ ସହ ଆଶିଷ ଲାଭ କରିବା ସହ ବେଶ ଭାବ ବିହ୍ଵଳ ହୋଇଥିଲେ ହଜାର ହଜାର ଭକ୍ତ ଗଣ l ବାଲିଗୁଡା ସମେତ ବାଟାଗୁଡା ରେବୀଙ୍ଗିଆ ବାରଖମା ମେଲସିକିଆ କତେରଭଟା ପୋଖରୀବନ୍ଧ, ଡାକା, ସିଟୁପଡି ଋତୁଙ୍ଗିଆ କିଳୁପଡା ଦାଉଗାଁ ଗୋଚ୍ଛାପଡା ଲେତିଙ୍ଗିଆ ଅଂଚଳ ରେ ମାସନ୍ତ ଓ ସଂକ୍ରାନ୍ତି ମେରୁ ସମାପନ ହୋଇଛି l