32.9 C
Balāngīr
Saturday, July 12, 2025

ବାଲିଗୁଡା ବନଖଣ୍ଡ ପକ୍ଷରୁ ଚାରା ବିତରଣ କେନ୍ଦ୍ର ଶୁଭାରମ୍ଭ

Must read

ବାଲିଗୁଡା, (୩/୭) : ଆପ୍ର. : ଚଳିତ ବର୍ଷ ୭୬ ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ସ୍ଥାନୀୟ ବନ ବିଭାଗ ଦ୍ବାରା ସର୍ବସାଧାରଣ ଚାରା ବିତରଣ କେନ୍ଦ୍ର ଉଦଘାଟନ ହୋଇଯାଇଛି ।WhatsApp Image 2025 07 03 at 17.25.17 ବାଲିଗୁଡା ବନଖଣ୍ଡ ପକ୍ଷରୁ ଚାରା ବିତରଣ କେନ୍ଦ୍ର ଶୁଭାରମ୍ଭ

ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ବାଲିଗୁଡା କାର୍ଯ୍ୟାଳୟ ପକ୍ଷରୁ ଆଦିବାସୀ ମହାବିଦ୍ୟାଳୟ ସମ୍ମୁଖରେ ଚାରା ବିତରଣ କେନ୍ଦ୍ର ଶୁଭାରମ୍ଭ ହୋଇଛି । ଚାରା ବିତରଣ କେନ୍ଦ୍ରରୁ ଲୋକ ଗୋଟିଏ ଗଛକୁ ଟଙ୍କାଏ ଲେଖାଏଁ ଦେଇ ଗଛ ନେଇ ପାରିବେ । ଜଣେ ଲୋକ ସର୍ବାଧିକ ୧୦ଟି ଗଛ ନେଇପାରିବେ । ଏହି ଚାରା ବିତରଣ କେନ୍ଦ୍ର କୁ ବାଲିଗୁଡା ଡିଏଫଓ ବିଶ୍ବରାଜ ପଣ୍ଡା ଉଦଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଏସିଏଫଓ ସୂର୍ଯ୍ୟକାନ୍ତ ବେହେରା ରେଞ୍ଜର ଡି ସୁବାଷ ଚନ୍ଦ୍ର ଫରେଷ୍ଟର ପ୍ରଭାତ କୁମାର ଦୋରା, ଟିକେଶ୍ୱର୍ ବେହେରା, ଗିରିଶ ଚନ୍ଦ୍ର ସାହୁ, ଫରେଷ୍ଟ ଗାର୍ଡ ଦାଶରଥି ପଣ୍ଡା ଉପସ୍ଥିତ ଥିଲେ l ବାଲିଗୁଡା ଡିଏଫଓ ବିଶ୍ୱରାଜ ପଣ୍ଡା ମାଆ ପାଇଁ ଗଛ ଟିଏ ଲଗାଇବାକୁ ଜନ ସାଧାରଣ ଙ୍କୁ ନିବେଦନ କରିଥିଲେ lWhatsApp Image 2025 07 03 at 17.25.18 ବାଲିଗୁଡା ବନଖଣ୍ଡ ପକ୍ଷରୁ ଚାରା ବିତରଣ କେନ୍ଦ୍ର ଶୁଭାରମ୍ଭ

- Advertisement -spot_img

More articles

Leave a Reply

- Advertisement -spot_img

Latest article

ତିନି ଲକ୍ଷ ୫୫ ହଜାର ଟଙ୍କା ର ଚୋରା ଗଞ୍ଜେଇ ଜବତ, ତିନି ଅଭିଯୁକ୍ତ ଗିରଫ

ବଲାଙ୍ଗୀର/ଟିଟିଲାଗଡ଼, (୧୦/୦୭) : ଆପ୍ର. : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ଼ ରେଳ ଷ୍ଟେସନ ରୁ ତିନି ଗଞ୍ଜେଇ ଚୋରା ଚାଲାଣ କରୁଥିବା ଯୁବକ ଶହ ତିରିଶ କେଜି ୫୦୦ ଗ୍ରାମ ଗଞ୍ଜେଇ...

ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ: ସଂକ୍ରମିତ ସ୍ଥାନରୁ ୧୦ କି.ମି ମଧ୍ୟରେ କୁକୁଡ଼ା ଦୋକାନ ବନ୍ଦ

ପିପିଲି, (୧୨/୦୭) : ଆପ୍ର. : ରାଜ୍ୟରେ ବଢ଼ିଲାଣି ବାର୍ଡ ଫ୍ଲୁ ଭୟ । ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ। ନମୁନା ପରୀକ୍ଷାରୁ ଆସିଲା ପଜିଟିଭ୍ ରିପୋର୍ଟ । ନH5N1 ଆଭିଏନ୍‌...

ଭୁବନେଶ୍ୱରରେ ପହଞ୍ଚିଲେ ରାହୁଲ ଗାନ୍ଧୀ: ସମ୍ୱିଧାନ ବଞ୍ଚାଅ ସମାବେଶରେ ହେବେ ସାମିଲ

ଭୁବନେଶ୍ୱର, (୧୨/୦୭) :ଆପ୍ର. : ଓଡ଼ିଶାରେ ରାହୁଲ । ଭୁବନେଶ୍ବରରେ ପହଞ୍ଚିଲେ ରାହୁଲ ଗାନ୍ଧୀ । ଦିଲ୍ଲୀରୁ ବିମାନରେ ଆସି ପହଞ୍ଚିବା ପରେ ତାଙ୍କୁ ବିମାନବନ୍ଦରରେ କଂଗ୍ରେସ ନେତାମାନେ ଭବ୍ୟ ସ୍ବାଗତ କରିଛନ୍ତି...

ସଡ଼କ ଦୁର୍ଘଟଣାରେ ବାଇକ ଚାଳକ ମୃତ

ସୋନପୁର, (୧୨/୦୭) : ଆପ୍ର. : ଅଜଣା ଗାଡ଼ିରେ ବାଇକ ପିଟି ହୋଇ ଚାଲିଗଲା ବାଇକ ଚାଳକଙ୍କ ଜୀବନ । ଘଟଣା ଘଟିଛି ସୋନପୁର - ବଲାଙ୍ଗିର ସୀମାନ୍ତ ବିଲେଇସର୍ଡ଼ା ଗ୍ରାମ ନିକଟରେ...

ଘଞ୍ଚ ଜଙ୍ଗଲରୁ ମିଳିଲା ମୃତଦେହ, ପରିଚୟ ଅସ୍ପଷ୍ଟ

ଭଞ୍ଜନଗର, (୧୨/୦୭) : ଆପ୍ର. : ଘଞ୍ଚ ଜଙ୍ଗଲରେ ପୋତା ଯାଇଥିଲା ମୃତଦେହ । ମୃତଦେହ ନିକଟରେ ଲାଗିଛି ଧୂପକାଠି । ପାଖରେ ପଡ଼ିଛି କିଛି ଖଇ, ଚାଉଳ ଏବଂ ଖୁଚୁରା ପଇସା...