ରିପୋର୍ଟ : ବିଭୂତି ଲହରିଆ
ବାଲିଗୁଡା, (୧୮/୧) : ବାଲିଗୁଡା ବନଖଣ୍ଡ ପକ୍ଷରୁ ବନାଗ୍ନି ନିରାକରଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି ।
ବାଲିଗୁଡା ଡିଏଫଓ କାର୍ଯ୍ୟଳୟ ସମ୍ବିଳନୀ କକ୍ଷ ରେ ବନାଗ୍ନି ନିରାକରଣ ପ୍ରସ୍ତୁତି ବୈଠକ ରେ ବାଲିଗୁଡା ବନଖଣ୍ଡ ଅନ୍ତର୍ଗତ କୋଟଗଡ, ତୁମୁଡିବନ୍ଧ, ବେଲଘର, କ ନୂଆଗାଁ, ସିମନବାଡ଼ି, ବ୍ରାହ୍ମଣୀଗାଁ,ଏବଂ ବାଲିଗୁଡା ବନାଞ୍ଚଳ ର ରେଞ୍ଜର, ବନପାଳ, ସମେତ ଲୋକ ପ୍ରତିନିଧି ଯୋଗ ଦେଇଥିଲେ । ଗ୍ରୀଷ୍ମ ଋତୁ ରେ ନିଆଁ ଦାଉ ରୁ ଜଙ୍ଗଲ ର ସୁରକ୍ଷା ପାଇଁ ବନଖଣ୍ଡ ପକ୍ଷରୁ ସଚେତନତା ଶିବିର ଅନୁଷ୍ଠିତ ହୋଇଛି । ଏହି ବନାଗ୍ନି ନିରାକରଣ ପାଇଁ ବାଲିଗୁଡା ବନଖଣ୍ଡ ପକ୍ଷରୁ ଏକ ସଚେତନତା ରଥ ଶୁଭାରମ୍ଭ ହୋଇଛି । ବନାଗ୍ନି ନିରାକରଣ ସଚେତନତା ଶିବିର ବାଲିଗୁଡା ଡିଏଫଓ ବିଶ୍ୱରାଜ ପଣ୍ଡା ଙ୍କ ତ୍ବତାବଧାନ ରେ ଅନୁଷ୍ଠିତହୋଇଛି ।
ଏଥିରେ ମୁଖ୍ୟଅତିଥି ରୂପେ କନ୍ଧମାଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଳିକ,ସଂମାନିତ ଅତିଥିଭାବେ ବାଲିଗୁଡା ଏସଡିପିଓ ରମେନ୍ଦ୍ର ପ୍ରସାଦ, ଆଇନଜୀଵୀ କୌଶିକ ସାହୁ, ଏସିଏଫ ସୂର୍ଯ୍ୟକାନ୍ତ ବେହେରା, ମଞ୍ଚାସିନ ଥିଲେ । ବାଲିଗୁଡା ବନଖଣ୍ଡ ରେ ବନାଗ୍ନି ନିରାକରଣ ନେଇ ବିଭିନ୍ନ ବନାଞ୍ଚଳ ରେଞ୍ଜର ସେମାନଙ୍କର ବନାଗ୍ନି ନିରାକରଣ ରେ ଆଗୁଆ ପଦକ୍ଷେପ ସମ୍ପର୍କ ରେ ମତଵ୍ୟକ୍ତ କରିଥିଲେ । ଗ୍ରୀଷ୍ମ ଋତୁ ରେ ନିଆଁ ଦାଉ ରୁ ଜଙ୍ଗଲ ର ସୁରକ୍ଷା ପାଇଁ ବନଖଣ୍ଡ ପକ୍ଷରୁ ସଚେତନତା ଶିବିର ଅନୁଷ୍ଠିତ ହୋଇଛି । ଏହି ବନାଗ୍ନି ନିରାକରଣ ପାଇଁ ବାଲିଗୁଡା ବନଖଣ୍ଡ ପକ୍ଷରୁ ଏକ ସଚେତନତା ରଥ ଶୁଭାରମ୍ଭ ହୋଇଛି ।
ଏହି କାର୍ଯ୍ୟକ୍ରମ କୁ ତୁମୁଡିବନ୍ଧ ରେଞ୍ଜର କାଳିଚରଣ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଦେବାଶିଷ ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ । ବାଲିଗୁଡା ବନାଞ୍ଚଳ ଫରେଷ୍ଟର ପ୍ରଭାତ କୁମାର ଦୋରା ସମେତ ବନକର୍ମଚାରୀ ସହଯୋଗ କରିଥିଲେ ।