ରିପୋର୍ଟ : ବିଭୂତି ଲହରିଆ
ବାଲିଗୁଡା, (୨୭/୧) : କନ୍ଧମାଳ ଜିଲ୍ଲା ବାଲିଗୁଡା ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମ ଠାରେ ୭୬ ତମ ସାଧାରଣତନ୍ତ୍ର ଦିବସ ମହା ଆଡମ୍ବର ସହ ପାଳିତ ହୋଇଅଛି l
ବାଲିଗୁଡା ଉପଜିଲ୍ଲାପାଳ ଡ଼ ରୀନା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତୋଳନ କରିବା ସହ ସମ୍ମିଳିତ ପ୍ୟାରେଡ ରେ ଅଭିବାଦନ ଗ୍ରହଣ କରିଥିଲେ l ଦେଶ ସ୍ୱାଧୀନତା ପାଇଁ ଶହୀଦ ବୀର ସଂଗ୍ରାମୀ ଙ୍କ ଉଦେଶ୍ୟ ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ନିଜ ର ଅଭିଭାଷଣ ପ୍ରଦାନ କରିଥିଲେ ମୁଖ୍ୟ ଅତିଥି ଡ଼ ରୀନା ପ୍ରଧାନ l ଆରକ୍ଷୀ ବାହିନୀ, ସ୍କାଉଟ ସହ ବିଭିନ୍ନ ସ୍କୁଲ ର ଛାତ୍ର ଛାତ୍ରୀ ପ୍ୟାରେଡ ରେ 34 ଟି ଦଳ ଅଂଶ ଗ୍ରହଣ କରିଥିଲେ l ପ୍ୟାରେଡ ଶେଷରେ ଛାତ୍ର ଛାତ୍ରୀ ଦୁଃସାହାସିକ କ୍ରୀଡା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ l ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା l ସୁରକ୍ଷା ଦୃଷ୍ଟି ରୁ ବ୍ୟାପକ ପୋଲିସ ମୃତୟନ ସହ ନିଜେ ବାଲିଗୁଡା ଏସଡିପିଓ ରମେନ୍ଦ୍ର ପ୍ରସାଦ ଉପସ୍ଥିତ ରହି ସ୍ଥିତି ପରଖି ଥିଲେ l
ସେହିପରି ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ, ବ୍ଲକ କାର୍ଯ୍ୟଳୟ, ଉପଖଣ୍ଡ ଚିକିତ୍ସାଳୟ ବିଜୁଜନତାଦଳ କାର୍ଯ୍ୟଳୟ ସମେତ ବିଭିନ୍ନ ସଂଗଠନ ସ୍କୁଲ କଲେଜ ରେ ସାଧାରଣତନ୍ତ୍ର ଦିବସ ଆଡମ୍ବର ସହକାରେ ପାଳିତ ହୋଇଛି | ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଧୀରଜ ପାତ୍ର ଏବଂ ସହ ସମ୍ପାଦକ ତୀର୍ଥବାସୀ ଘଡେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ |