ବାଲିଗୁଡା, (୨୧/୩) : ଆ.ପ୍ର. : ବାଲିଗୁଡା ର ଅଧିଷ୍ଠାତ୍ରୀ ଦେବୀ ମାଆ ପାଟ୍ଟଖଣ୍ଡା ଙ୍କ ପୀଠ ରେ ଧୁମ ଧାମରେ ପାଳିତ ହୋଇଯାଇଛି କାନ୍ଦୁଲ ଭଜା ଭେଟଘାଟ l
ପଶ୍ଚିମ ଓଡିଶା ର ନୂଆଖାଇ ଭଳି କନ୍ଧମାଳ ଜିଲ୍ଲା ର ବାଲିଗୁଡା ଉପଖଣ୍ଡ ରେ ଆଜକୁ ହଜାର ବର୍ଷ ରୁ ଉର୍ଦ୍ଧହେବ ପାରମ୍ପରିକ କାନ୍ଦୁଲ ଭଜାଯାତ୍ରା ପାଳନ ହେଉଥିବା ବେଳେ ଦୁଇବର୍ଷ ହେବ ମାଆ ପାଟ୍ଟଖଣ୍ଡl ଦୁର୍ଗା ପୂଜା ସମିତି ପକ୍ଷରୁ ଏହି ଭେଟଘାଟ କାର୍ଯ୍ୟକ୍ରମ ହୋଇ ଆସୁଛି l କାନ୍ଦୁଲ ଭଜା ଯାତ୍ରା ଏକ କୃଷି ଭିତ୍ତିକ ଲୋକ ପର୍ବ ଅଟେ l ଏହି ଯାତ୍ରା ଫଗୁଣ ମାସ କୃଷ୍ଣ ପକ୍ଷରେ ପାଳିତ ହୁଏ l
ଏହି କାନ୍ଦୁଲ୍ ଭଜା ଯାତ୍ରା ପୀଢ଼ି ପରେ ପୀଢ଼ି ମାଆ ପାଟ୍ଟ ଖଣ୍ଡା ଓ ବରାଳ ଦେଵୀ ପୀଠରେ ହୋଇଆସୁଛି ଏହା ମଧ୍ୟ ଲୋଳ ପର୍ବ ନାମରେ ପରିଚିତ l ପ୍ରତ୍ୟେକ ବର୍ଷଭଳି ଚଳିତ ଫଗୁଣ ମାସ ମଙ୍ଗଳ ବାର ଦିନ ରେ ବାଲିଗୁଡା ରେ ପ୍ରଚଳିତ ରୀତିନୀତି ଅନୁସାରେ ଯାତ୍ରା ଆୟୋଜିତ ହୋଇ ଯାଇଥିବା ବେଳେ ଗୁରୁବାର ଦିନ ମାଆ ପାଟ୍ଟଖଣ୍ଡା ଙ୍କ ନିକଟରେ ଧୁମ ଧାମ ରେ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବାଲିଗୁଡା ପୁରୁଣା ସାହି ରାଜା ଅରୁଣ ପାତ୍ର ଓ ନୂଆସାହି ଯୁବରାଜ ପ୍ରଶାନ୍ତ ପାତ୍ର ଙ୍କ ସହିତ ଅଠର ମୁଠାମୁଖ୍ୟ ରାଜ ପୁରୋହିତ ଙ୍କ ପୂଜାର୍ଚ୍ଚନା ପରେ ପାଟ୍ଟପଟୁଆର ପାରମ୍ପରିକ ବାଦ୍ୟର ତାଳେ ତାଳେ ତାଳେ ହଜାର ହଜାର ଗ୍ରାମବାସୀ ଙ୍କୁ ଧରି ମାଆ ଙ୍କ ନିକଟରେ ପହଞ୍ଚିଥିଲେ l
ଦୁଇରାଜା ଙ୍କୁ ମା ପାଟଖଣ୍ଡା ଦୁର୍ଗାପୂଜା ସମିତି ପକ୍ଷରୁ ନିମନ୍ତ୍ରଣ କରାଯାଇଥିଲା l ବାଲିଗୁଡା ପାତ୍ର ରାଜା ଅରୁଣ ପାତ୍ର ଙ୍କ ପୁରୁଣା ସାହି ବାସଭବନ ଠାରେ ଅଠର ଟି ମୁଠା ମୁଖିଆ କୁ ପାରମ୍ପରିକ ବାଦ୍ୟରେ ସ୍ୱାଗତ କରିଥିଲେ ଗ୍ରାମବାସୀ l ପରେ ମୁଠା ମୁଖ୍ୟ ମାନଙ୍କ ଉପସ୍ଥିତି ରେ ବାଲିଗୁଡା ରାଜା ଙ୍କୁ ମଞ୍ଚ ରେ ଗ୍ରାମବାସୀ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା l ବାଲିଗୁଡା ରାଜା ଅରୁଣ ପାତ୍ର ପଟୁଆର ରେ ବାହାରି ବିଭିନ୍ନ ମନ୍ଦିର ଦର୍ଶନ କରି ଭେଟ ଘାଟ କୁ ସମସ୍ତ ଗ୍ରାମବାସୀ ଓ ମୁଠା ମୁଖିଆ ଙ୍କ ସହିତ ଶୋଭାଯାତ୍ରା ରେ ମା ପାଟଖଣ୍ଡା ମନ୍ଦିର ଯାଇଥିଲେ l ସେହିପରି ନୁଆସାହି ଯୁବ ରାଜ ପ୍ରଶାନ୍ତ ପାତ୍ର ପଟୁଆରରେ ଗ୍ରାମବାସୀ ଙ୍କ ଗ୍ରହଣ ରେ ବିରାଟ ଶୋଭାଯାତ୍ରା ରେ ଆସି ମା ପାଟଖଣ୍ଡା ମନ୍ଦିର ରେ ପହଁଚିଥିଲେ l
ମା ପାଟଖଣ୍ଡାଙ୍କୁ ଉଭୟ ପାତ୍ର ରାଜା ପୂଜାଅର୍ଚନା କଲାପରେ ଭେଟଘାଟ ହୋଇଥିଲା l ଦୁର୍ଗା ପୂଜା ସମିତି ପକ୍ଷରୁ କାନ୍ଦୁଲ ଭଜା ଭେଟ ଘାଟ ରେ ମୁଖ୍ୟ ଅତିଥି ଭାବେ ବାଲିଗୁଡା ଡ଼ିଏଫ ଓ ବିଶ୍ୱରାଜ ପଣ୍ଡା, ସଭାପତି ଲଳିତ ପାତ୍ର, ସମ୍ପାଦକ ଶିବରାମ ପ୍ରଧାନୀ, ଉପସଭାପତି ଭୀମସେନ ବିନ୍ଧାଣୀ, ସମେତ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ମାଆ ପାଟ୍ଟଖଣ୍ଡା ଙ୍କ ଐତିହାସିକ କିମ୍ବଦନ୍ତୀ କାନ୍ଦୁଲ ଭଜାଯାତ୍ରା ର ମହତ୍ୱ ସମ୍ପର୍କ ରେ ଆଲୋକପାତ କରିଥିଲେ l ପରେ ମା ପାଟଖଣ୍ଡା ଦୁର୍ଗା ପୂଜା ସମିତି ପକ୍ଷରୁ ସମ୍ବର୍ଦ୍ଧନା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା l