ରିପୋର୍ଟ : ବିଭୂତିଲହରିଆ
ବାଲିଗୁଡ଼ା, (୭/୧) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ୩୬ ତମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି ।
ସଭାପତି ସୁଧାଂଶୁ ମୋହନ ପତିଙ୍କ ଅଧକ୍ଷତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଲିଗୁଡା ତହସିଲଦାର ଦୀପ୍ତିପ୍ରକାଶ ବେହେରା, ମୁଖ୍ୟବକ୍ତା ଭାବେ ଦକ୍ଷିଣପୂର୍ବ ସମ୍ଭାଗ ମୁଖ୍ୟ ରୀତାରାଣୀ ମିଶ୍ର, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଭାଜପା ସଭାପତି ଜଗନ୍ନାଥ ସାହୁ, ବ୍ଲକ ସାଂସଦ ପ୍ରତିନିଧି ରଞ୍ଜିତ ସାହୁ ନଗର ସାଂସଦପ୍ରତିନିଧି ଆଦିକନ୍ଦପଟନାୟକ ଯୋଗ ଦେଇଥିଲେ । ପ୍ରଧାନାଚାର୍ଯ୍ୟ ଅତିଥି ପରିଚୟ ଓ ବିଦ୍ୟାଳୟ ପରିଚାଳନା କମିଟି ସଂପାଦକ ତୀର୍ଥବାସୀ ଘଡ଼ାଇ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ଅନୁଷ୍ଠାନର ବାର୍ଷିକ ମୁଖପତ୍ର କାନନ କଳିକା ଉନ୍ମୋଚିତ ହୋଇଥିଲା । ପରିଚାଳନା କମିଟି ଉପସଭାପତି ଅଧ୍ୟାପକ ଦଣ୍ଡପାଣି ଭୂୟାଁ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ଅନୁଷ୍ଠାନ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।