ରିପୋର୍ଟ : ବିଭୂତି ଲହରିଆ
ବାଲିଗୁଡା, (୨୧/୨) : ବାଲିଗୁଡା ଉପଜିଲ୍ଲାପାଳ ଙ୍କ ସମ୍ବିଳନୀ କକ୍ଷ ରେ ଉପଜିଲ୍ଲାପାଳ ଡ଼ା ରୀନା ପ୍ରଧାନ ଙ୍କ ଅଧ୍ୟକ୍ଷତା ରେ ସହରର ଆଇନ ଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥା କୁ ନେଇ ଉପଖଣ୍ଡ ପ୍ରଶାସନ ଏବଂ ବିଭିନ୍ନ ବେସରକାରୀ ଅନୁଷ୍ଠାନର ସଦସ୍ୟ ଙ୍କୁ ନେଇ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି ।
ଏଥିରେ ବାଲିଗୁଡା ଏସଡିପିଓ ରମେନ୍ଦ୍ର ପ୍ରସାଦ,ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ଗଦାଧର ପାତ୍ର ତହସିଲଦାର ଦୀପ୍ତି ପ୍ରକାଶ ବେହେରା, ଏନଏସି କାର୍ଯ୍ୟନିର୍ବାହି ଅଧିକାରୀ ବିବେକାନନ୍ଦ ଦଳାଇ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ବାଲିଗୁଡା ସହର ରେ ଆଇନ ଶୃଙ୍ଖଳା, ଟ୍ରାଫିକ ସମସ୍ୟା ସହର ରେ କିଛି ଦିନ ଧରି ବଢୁ ଥିବା ଚୋରୀ, ଦୁର୍ଘଟଣା, ସହର ରେ ସିସି ଟିଭି ର ସୁବ୍ୟବସ୍ଥିତ,ବାଇପାସ ସ୍ଥାୟୀ ଅଟୋ ଷ୍ଟାଣ୍ଡ, ଦୈନିକ ମାର୍କେଟ ବ୍ୟବସ୍ଥା ଆଦି ର ସୁପରିଚାଳନା ନେଇ ଆଲୋଚନା ହୋଇଛି । ଏଥି ସହିତ ସହର ର ବିଭିନ୍ନ ସମସ୍ୟା କୁ ନେଇ ମଧ୍ୟ ଏହି ଉଚ୍ଚ ସ୍ତରୀୟ ବୈଠକ ରେ ଆଲୋଚନା କରାଯାଇଥିଲା । ବାଲିଗୁଡା ଏସଡିପିଓ ରମେନ୍ଦ୍ର ପ୍ରସାଦ ବାଲିଗୁଡା ଉପଖଣ୍ଡ ରେ ଆଇନ ଶୃଙ୍ଖଳା ଓ ଟ୍ରାଫିକ ସମସ୍ୟା କୁ ନେଇ ପୋଲିସ ସଜାଗ ରହିଛି । ଏଥିରେ ବାଲିଗୁଡା ବାସୀ ପୋଲିସ ପ୍ରଶାସନ କୁ ସହଯୋଗ କରିବା ପାଇଁ ଅପିଲ କରିଥିଲେ ।
ଉପଜିଲ୍ଲାପାଳ ଡ଼ା ରୀନା ପ୍ରଧାନ ବାଲିଗୁଡା ଉପଖଣ୍ଡ ତଥା ସହର ରେ ଦୁର୍ଘଟଣା, ଟ୍ରାଫିକ ସମସ୍ୟା, ଆଇନ ଶୃଙ୍ଖଳା ବାଇପାସ ସମସ୍ୟା ଉଠା ଦୋକାନୀ ଥଇଥାନ ବ୍ୟବସ୍ଥା ନେଇ ଉଚ୍ଚ ସ୍ତରୀୟ ବୈଠକ ରେ ସମୀକ୍ଷା କରିଥିଲେ । ଏଥିରେ ବାଲିଗୁଡା ବଣିକ ସଂଘ, ଅଟୋ ଚାଳକ ସଂଘ ଟ୍ରାକ୍ଟର ମାଲିକ ସଂଘ ଟ୍ରକ ଆସୋସିଏସନ, ଠିକାଦାର ସଂସ୍ଥା ଗଣମାଧ୍ୟମ ପ୍ରତିନିଧି ସମେତ ବିଭିନ୍ନ ସରକାରୀ ଅଧିକାରୀ ସମେତ ବୁଦ୍ଧିଜୀବୀ ଯୋଗ ଦେଇ ବାଲିଗୁଡା ସହର ବିକାଶ କାର୍ଯ୍ୟ ତ୍ୱରାନ୍ୱିତ ନେଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ ।