32.9 C
Balāngīr
Tuesday, July 15, 2025

ବାଲୁଙ୍କେଶ୍ବର ମନ୍ଦିର ପ୍ରତିଷ୍ଠା ଉତ୍ସବ

Must read

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୨୫/୦୨) : ରାୟଗଡା ସହର ସର୍ବ ଶ୍ରେଷ୍ଠ ଦେବତା ସ୍ଵୟଂଭୂ ସଦାଶିବ ବାଲୁଙ୍କେଶ୍ବର ମହାଦେବଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇ ଯାଇଛି ।WhatsApp Image 2025 02 24 at 23.28.32 ବାଲୁଙ୍କେଶ୍ବର ମନ୍ଦିର ପ୍ରତିଷ୍ଠା ଉତ୍ସବ

ଏହି ପବିତ୍ର କାର୍ଯ୍ୟକ୍ରମରେ ବାଲୁଙ୍କେଶ୍ବର ମହାଦେବଙ୍କ ବାର୍ଷିକ ଉତ୍ସବ, ମହା ଶିବରାତ୍ରି ପାଳନ ଏବଂ ବିଶ୍ଵଶାନ୍ତି ତ୍ରୟମ୍ବକ ମହାଯଜ୍ଞ ଅନୁଷ୍ଟିତ ହେବ । ସପ୍ତ ଦିନାତ୍ମକ ଏହି ପବିତ୍ର କାର୍ଯ୍ୟକ୍ରମ ଫାଲଗୁନ ମାସ କୃଷ୍ଣପକ୍ଷ ଏକାଦଶୀ ଯୁକ୍ତ ଦ୍ଵାଦଶୀ ଚଳିତ ମାସ ୨୪ତାରିଖ ସୋମବାର ଠାରୁ ଆରମ୍ଭ ହୋଇ ଫାଲଗୁନ ମାସ ଶୁକ୍ଲ ପକ୍ଷ ତୃତୀୟା ୨ମାର୍ଚ୍ଚ ୨୦୨୫ରବିବାର ପର୍ୟ୍ୟନ୍ତ ରିତି ନୀତି ଅନୁସାରେ ପାଳନ ହେବ ।

ପ୍ରଥମ ଦିନ ଦୀକ୍ଷା ଗ୍ରହଣ, ଜଳଯାତ୍ରା, ଅଙ୍କୁରା ରୋପଣ, କର୍ମାରମ୍ଭ, ଶାଲା ସଂସ୍କାର, କୁଣ୍ଡାଗ୍ନି ସଂସ୍କାର , ସବିଗ୍ରହ ପ୍ରାସାଦ ଧାନ୍ୟା ଧିବାସ, ହୋମ ଆରତୀ ଓ ପୁଷ୍ପାଞ୍ଜଳି ହୋଇଥିଲା । ସୁଦୂର ବ୍ରହ୍ମବୁର ରୁ ଆସିଥିବା ନୀଳ ମାଧବ ତ୍ରିପାଠୀ ହୋମ ଯଜ୍ଞ କାର୍ଯ୍ୟ ପରିଚାଳନା କରୁଥିବା ବେଳେ, ସ୍ଥାନୀୟ ଅଞ୍ଚଳର ରାଜ ପୁରୋହିତ ବିରଞ୍ଚି ନାରାୟଣ ଦାସ, ବ୍ରଜ କିଶୋର ଦାସ, ବାବୁନା ମିଶ୍ର, କୃଷ୍ନ ଚନ୍ଦ୍ର ଦାସ, ଯଜ୍ଞରେ ସହଯୋଗ କରୁଥିବା କହିଛନ୍ତି ମନ୍ଦିର ମୁଖ୍ୟ ପୂଜକ ଶ୍ରୀ ପ୍ରଦୀପ ରଣା ।

- Advertisement -spot_img

More articles

- Advertisement -spot_img

Latest article

ତେଜୁଛି ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ ଓ ବାମପନ୍ଥୀ ଦଳ

ଭୁବନେଶ୍ୱର, (୧୫/୦୭) : ଆପ୍ର. : ଆସନ୍ତା ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ ଓ ବାମପନ୍ଥୀ ଦଳ । କଂଗ୍ରେସ, ବାମଦଳ ସମେତ ୭ ରାଜନୈତିକ ଦଳର ଓଡ଼ିଶା...

ପରକୀୟା ପ୍ରୀତି କୁ ସ୍ତ୍ରୀ ବିରୋଧ କରିବାରୁ ସ୍ୱାମୀ ଙ୍କ ଆତ୍ମହତ୍ୟା

ବାଲିଗୁଡା, (୧୫/୭) : ଆପ୍ର. : ସ୍ୱାମୀ ର ଅନ୍ୟ ଏକ ଯୁବତୀ ଙ୍କ ସହ ପ୍ରେମ ବ୍ୟାପାର କୁ ନେଇ ପ୍ରଥମ ସ୍ତ୍ରୀ ର ବିରୋଧ ପରେ ସ୍ୱାମୀ ଓ ତାଙ୍କ...

ବାଲିଗୁଡା ବନଖଣ୍ଡ ରେ ବୃକ୍ଷ ରୋପଣ ବୁଲି ଦେଖିଲେ ପିସିସିଏଫ୍

ବାଲିଗୁଡା, (୧୫/୭) : ଆପ୍ର. : ବାଲିଗୁଡା ବନଖଣ୍ଡ ରେ ବୃକ୍ଷ ରୋପଣ ବୁଲି ଦେଖିଲେ ପିସିସିଏଫ୍ l ବାଲିଗୁଡା ବନ ଖଣ୍ଡ ରେ ବନ ମହୋତ୍ସବ ସପ୍ତାହ ପାଳନ ପରେ ଆଜି ବାଲିଗୁଡ଼ା...

ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଶୋକସଭା ନାରୀ ନିର୍ଯାତନା କମିଟି ଗଠନ

ମୁରିବାହାଲ, (୧୫/୭) : ଆପ୍ର. : ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଶୋକସଭା ନାରୀ ନିର୍ଯାତନା କମିଟି ଗଠନ । ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ...

ଉଚ୍ଚଶିକ୍ଷା ବିଭାଗକୁ ବଡ଼ ନିର୍ଦ୍ଦେଶ ଦେଲେ ସରକାର: ୨୪ ଘଣ୍ଟା ମଧ୍ୟରେ

ବାଲେଶ୍ୱର, (୧୫/୦୭) : ଆପ୍ର. : ବାଲେଶ୍ୱର ସ୍ଥିତ ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଏହି ଘଟଣାରେ ବରୋଧୀ ବିଜେଡି ଏବଂ କଂଗ୍ରେସ...