32.9 C
Balāngīr
Sunday, April 20, 2025

ବାଲୁଙ୍କେଶ୍ଵର ମାହାଦେବଙ୍କ ମନ୍ଦିର ପ୍ରତିଷ୍ଠା ଦିବସର ଅନ୍ତିମ ଦିନ

Must read

ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ ପାଳିତ

ଗଞ୍ଜାମ, (୧୯/୦୪) : ଆପ୍ର. : ଗଞ୍ଜାମ ସହରସ୍ଥିତ ଆଖଡ଼ାବନ୍ଧ ସାହି ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଆଖଡ଼ାବନ୍ଧ ସାହି, ପଣ୍ଡା ସାହି, ଗୌଡ଼ ସାହି ଓ ମଧ୍ୟଖଣ୍ଡ...

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୦୪/୦୩) : ଶ୍ରୀଶ୍ରୀ ବାଲୁଙ୍କେଶ୍ଵର ମହାଦେବଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନ୍ତିମ ଦିନରେ ନୂତନ ବିଗ୍ରହ ଗୁଡ଼ିକ ପ୍ରାଣ ପ୍ରତିଷ୍ଠା, ସିଂହାସନ ରୁଢ଼, ଧ୍ଵଜ ସ୍ଥାପନ ତ୍ରିଶୂଳ ପ୍ରତିଷ୍ଠା, ସୂର୍ଯ୍ୟ ପୂଜା, ବାଲୁଙ୍କେଶ୍ଵର ମହାଦେବଙ୍କର ରୁଦ୍ରାଭିଶେକ ହୋଇଥିଲା ।

ବିଭିନ୍ନ ଦେବାଦେବୀଙ୍କ ସହିତ ମଣ୍ଡଳ ଗୁଡିକରେ ପୂଜାର୍ଚ୍ଚନା ହୋଇଥିଲା। ଅପରାହ୍ନରେ ମନ୍ଦିର ଉପରେ କଳସ ଓ ତ୍ରିଶୂଳ ସ୍ଥାପନ କରଯାଇଥିଲା। ଏହାପରେ ଯଜ୍ଞରେ ହୋମାଦି କର୍ମ ଅନୁଷ୍ଟିତ ହୋଇ ତତପଶ୍ଚାତ କର୍ତ୍ତା ମାନଙ୍କର ପୁନଃ ବିବାହ କାର୍ଯ୍ୟ ସମ୍ପାଦନ ହୋଇଥିଲା । ଅଗ୍ନିଙ୍କର ଘୃତ ହବିସେକ ହୋଇଥିଲା। ଏବଂ ସଂଧ୍ୟା ୭.୩୦ ମିନିଟ ସମୟରେ ପୂର୍ଣ୍ଣାହୁତି ହୋଇ ଯଜ୍ଞ ଶେଷ ହୋଇଥିଲା। ହୋମ ଯଜ୍ଞ କାର୍ଯ୍ୟକ୍ରମରେ ଗଞ୍ଜାମରୁ ଆସିଥିବା ନୀଳ ମାଧବ ତ୍ରିପାଠୀ ଏବଂ ତାଙ୍କ ସହଯୋଗି ମାନଙ୍କ ଦ୍ଵାରା ସୁରୁଖୁରୁରେ ସମାପନ ହୋଇଥିଲା । ସ୍ଥାନୀୟ ଅଂଚଳର ରାଜ୍ ପୁରୋହିତ ବିରଞ୍ଚି ନାରାୟଣ ଦାସ, ବ୍ରଜ କିଶୋର ତ୍ରିପାଠି, ବାବୁନା ମିଶ୍ର, କୃଷ୍ଣ ଚନ୍ଦ୍ର ଦାସ ପ୍ରମୁଖ ଯଜ୍ଞରେ ସହୋଜଗ କରିଥିଲେ।

ହଜାର ହଜାର ଶ୍ରଦ୍ଧାଳୁ ମାନଙ୍କ ପାଇଁ ଅନ୍ନ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ଯ ହୋଇଥିଲା। ଏହି ପବିତ୍ର କାର୍ଯ୍ୟରେ ବିଭିନ୍ନ ସ୍ବେଛାସେବୀ ସଂଗଠନ ଓ ଶ୍ରଦ୍ଧାଳୁ ମାନେ ଓ ସ୍ଥାନୀୟ ଲୋକ ସହୋଜୋଗ କରିଥିଲେ। ମନ୍ଦିର ପରିସର ମଧ୍ୟରେ ଚାଲିଥିବା ୨୪ପ୍ରହର ନାମ ସଙ୍କୀର୍ତ୍ତନ ମଧ୍ୟ ଆଜି ନଗର ପରିକ୍ରମା କରି କାର୍ଯକ୍ରମ ଶେଷ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ମଙ୍ଗ ଧରିଥିଲେ ମନ୍ଦିର ସଭାପତି ଝୁନା ପଣ୍ଡା। ତାଙ୍କୁ କାର୍ଯ୍ୟରେ ସମ୍ପୂର୍ଣ୍ଣ ସହୋଜଗ କରିବା ନିମନ୍ତେ, ରଞ୍ଜନ ରଥ, ବାପି ତ୍ରିପାଠି, ସତ୍ୟବାଦି ପତି, ଅଜିତ୍ ଦାସ, ଲୁଲୁ ପଣ୍ଡା, ଅଜିତ ପଣ୍ଡା, ଅଜୟ ରଥ, ସତ୍ୟ ପାଢ଼ୀ, ବୁଲା ପାଢ଼ୀ, ପାପୁନି ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ। ଏହି ପବିତ୍ର ଯଜ୍ଞ ରାୟଗଡ଼ ବାସୀଙ୍କ ସହଯୋଗ ଓ ଶୁଭ କାମନା ଦ୍ଵାରା ସମାପନ ହୋଇଛି ଏଥିପାଇଁ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଛନ୍ତି ମନ୍ଦିର ମୁଖ୍ୟ ପୂଜକ ଶ୍ରୀ ପ୍ରଦୀପ ରଣା।

- Advertisement -spot_img

More articles

- Advertisement -spot_img

Latest article

ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ ପାଳିତ

ଗଞ୍ଜାମ, (୧୯/୦୪) : ଆପ୍ର. : ଗଞ୍ଜାମ ସହରସ୍ଥିତ ଆଖଡ଼ାବନ୍ଧ ସାହି ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଆଖଡ଼ାବନ୍ଧ ସାହି, ପଣ୍ଡା ସାହି, ଗୌଡ଼ ସାହି ଓ ମଧ୍ୟଖଣ୍ଡ...

ଜଗନ୍ନାଥ ଡିଗ୍ରୀ କଲେଜରେ +୩ ତୃତୀୟ ବର୍ଷର ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଉତ୍ସବ

ବଲାଙ୍ଗିର, (୧୯/୦୪) : ଆପ୍ର. : ଆଜି ବଲାଙ୍ଗିର ସଦରବ୍ଲକ ଅନ୍ତର୍ଗତ ସାହାଜବାହାଲ ଗ୍ରାମର ଜଗନ୍ନାଥ ଡିଗ୍ରୀ କଲେଜରେ, +୩ ତୃତୀୟ ବର୍ଷର ଓଡ଼ିଆ ବିଭାଗର ବିଦାୟ ସମାରୋହ ପାଳନ ହୋଇଯାଇଛି । ଏଇ...

ଖୁବଶୀଘ୍ର ଆସିବ ନୂଆ ରାସନ କାର୍ଡ ଓ ନୂଆ ତାଲିକା

ଭୁବନେଶ୍ୱର, (୧୯/୦୪) : ଆପ୍ର. : ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଆସିଲା ବଡ଼ ଖବର । ରାଜ୍ୟରେ ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ମିଳିବ । ଏନେଇ ଆଜି ରାଜ୍ୟ...

ବୈତରଣୀ କେଶରି କୁଣ୍ଡରେ ଗାଧୋଇବା ବେଳେ ବୁଡ଼ିଗଲେ ୨ ଦଶମ ଶ୍ରେଣୀ ଛାତ୍ର

କେନ୍ଦୁଝର, (୧୯/୦୪) : ଆପ୍ର. : ଗାଧୋଇବା ବେଳେ ବୁଡ଼ିଗଲେ ୨ ଜଣ ଦଶମ ଛାତ୍ର। ଚମ୍ପୁଆ ସରେଇ ଗାଁଆ ବୈତରଣୀ ନଦୀ କେଶରୀ କୁଣ୍ଡରେ ଗାଧୋଇବା ବେଳେ ଦୁଇ ଛାତ୍ର ବୁଡି...

ରେଳ ଧାରଣରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

କଣ୍ଟାବାଞ୍ଜି, (୧୯/୦୪) : ଆପ୍ର. : ହରିଶଙ୍କର ରୋଡ଼ -ତୁରେକେଲା ରୋଡ଼ ରେଳ ଷ୍ଟେସନ ନିକଟରେ ଅଭାବନୀୟ ଘଟଣା । ରେଳ ଧାରଣାରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ବତ୍ତର୍ମାନ୍...