32.9 C
Balāngīr
Thursday, July 10, 2025

“ବାଲ୍ୟ ବିବାହ କୁ ନା ବିଦ୍ୟାଳୟ କୁ ହଁ କୁହନ୍ତୁ” କାର୍ଯ୍ୟକ୍ରମ ଅନୁଷ୍ଠିତ

Must read

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

ରିପୋର୍ଟ : ଧ୍ରୁବରାଜ ମିଶ୍ର //
ସୋନପୁର,(୩/୧୨) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ତରଫରୁ ଜିଲ୍ଲାରେ ଶିଶୁ ସୁରକ୍ଷା ଓ ବାଲ୍ୟ ବିବାହ କୁ ବନ୍ଦ କରାଯିବା ଉପରେ ଗୁରୁତ୍ୱାରୋପ କରାଯାଉଛି l ଏହି ପରିପ୍ରେକ୍ଷୀରେ ଜିଲ୍ଲାର ପ୍ରତ୍ୟେକ ବ୍ଲକ ଅଞ୍ଚଳର ଗ୍ରାମ ଗୁଡିକରେ ବାଲ୍ୟ ବିବାହ ଓ ଶିଶୁ ସୁରକ୍ଷା ସମ୍ୱନ୍ଧୀୟ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଶିଶୁ ସୁରକ୍ଷା ବିଭାଗ ତରଫରୁ ଜିଲ୍ଲା ସମାଜ ମଙ୍ଗଳ ବିଭାଗଙ୍କ ସହଯୋଗରେ “ବାଲ୍ୟ ବିବାହ କୁ ନା ବିଦ୍ୟାଳୟ କୁ ହଁ କୁହନ୍ତୁ” ଚାଲୁ ରହିଛି l1de39c78 4d3b 4308 a089 447ceb9f0c15 "ବାଲ୍ୟ ବିବାହ କୁ ନା ବିଦ୍ୟାଳୟ କୁ ହଁ କୁହନ୍ତୁ" କାର୍ଯ୍ୟକ୍ରମ ଅନୁଷ୍ଠିତ

ଏହି ପରିପ୍ରେକ୍ଷୀରେ ଆଜି ସୁବର୍ଣ୍ଣପୁର ଜିଲ୍ଲପାଳ ଶ୍ରୀମତୀ ଅଵୋଲୀ ସୁନିଲ ନରୱଣେ, ଶିଶୁ ଵିକାଶ ପ୍ରକଳ୍ପ ସୋନପୁର ସୌଜନ୍ୟ ରେ କଳାପଥର ଗ୍ରାମ ପଂଚାୟତ ରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ “ବାଲ୍ୟ ବିବାହ କୁ ନା ବିଦ୍ୟାଳୟ କୁ ହଁ କୁହନ୍ତୁ” ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଜି ଜିଲ୍ଲାର ୬୦ ଗ୍ରାମପଂଚାୟତ ଏବଂ ୧୪ ଗୋଟି ଗ୍ରାମକୁ ବାଲ୍ୟବିବାହ ମୁକ୍ତ ପଞ୍ଚାୟତ ଓ ଗ୍ରାମ ଘୋଷଣା କରିଛନ୍ତି l ଆଜି ସୁଦ୍ଧl ଜିଲ୍ଲାର ୭୬୭ଗୋଟି ଗ୍ରାମ ଓ ଜିଲ୍ଲାର ୬୦ ଟି ଗ୍ରାମପଂଚାୟତ କୁ ଜିଲ୍ଲା ପ୍ରଶାସନ ଓ ସମ୍ପୃକ୍ତ ବିଭାଗ ଦ୍ୱାରା ବାଲ୍ୟ ବିବାହ ମୁକ୍ତ ଘୋଷଣା କରାଯାଇଛି l

ଏହି କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ ତଥା ଲୋକାଭିମୁଖୀ କରିବା ନିମନ୍ତେ ଜିଲ୍ଲପାଳ ଶ୍ରୀମତୀ ନରୱଣେ ଉପସ୍ଥିତ ସମ୍ପୃକ୍ତ ଅଧିକାରୀ ସ୍ଥାନୀୟ ସ୍ବେଛାସେବୀ ସଂଗଠନ,ଓ ଜନ ସାଧାରଣଙ୍କୁ ପରାମର୍ଶ ଦେବା ସହ ବାଲ୍ୟବିବାହ କୁ ପ୍ରୋତ୍ସାହିତ କରୁଥିବା ଅଥବା ପ୍ରଲୋଭିତ କିମ୍ବା ବାଧ୍ୟ୍ୟ ବଧକତା କରୁଥିବା ବ୍ୟକ୍ତି ବିଶେଷ ଙ୍କୁ ଆଇନ ଅନୁସାରେ ଦଣ୍ଡିତ କରାଯିବା ଉପରେ ଗୁରୁତ୍ଵାରୋପ କରିଛନ୍ତି l ଜିଲ୍ଲପାଳ ଜିଲ୍ଲାର ସମସ୍ତ କିଶୋର କିଶୋରୀ ମାନଙ୍କୁ ବାଲ୍ୟବିବାହ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ସହିତ ଉପଯୁକ୍ତ ଶିକ୍ଷା ଗ୍ରହଣ କରି ଜିଲ୍ଲାର ଗୌରବ ଆଣିବାକୁ ପରାମର୍ଶ ଦେଇଛନ୍ତି l

ଆଜିର ଏହି ବାଲ୍ୟ ବିବାହ ମୁକ୍ତ ଘୋଷଣା କାର୍ଯ୍ୟକ୍ରମ ରେ ଶ୍ରୀମତୀ ଗୌରୀମଣି ହାଁସଦା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଚତୁର୍ଭୁଜ ଦାଶ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ରାକେଶ ପଧାନ, ଜିଲ୍ଲା ବାଲ୍ୟ ବିବାହ ପ୍ରତିରୋଧ ପରାମର୍ଶଦାତା, ଏକ୍ସନଏଡ଼, ବି ଡି ଓ-ସୋନପୁର ସୌମ୍ୟ ରଞ୍ଜନ ସ୍ୱାଇଁ, ସି ଡି ପି ଓ ନିବେଦିତା ସରାଫ,ପ୍ରମୁଖ ଅତିଥି ଭାବେ ଯୋଗଦାନ କରିଥିବା ବେଳେ କାର୍ଯ୍ୟକ୍ରମ ଅବସରରେ ସନ୍ଧ୍ୟାରାଣୀ ପଧାନ ସରପଞ୍ଚ, କଳାପଥର ଜିପି., ସୁଶୀଲ କୁମାର ମହାପାତ୍ର, ପି ଇ ଓ,ମଞ୍ଜୁଲତା ସ୍ୱାଇଁ, ଏଲ ଏସ, ପ୍ରଭାମୟୀ, ଚାଇଲଡ ଲାଇନ ସଂଯୋଜକ, ଆଶିଷ କୁମାର ନାଏକ, ଚାଇଲଡ ଲାଇନ ସ୍ବେଛାସେବୀ, ଏବଂ ସ୍କୁଲ ଶିକ୍ଷକ ଶିକ୍ଷୟତ୍ରୀ ତଥା ବିଭାଗ ର ଅନ୍ୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ l

- Advertisement -spot_img

More articles

- Advertisement -spot_img

Latest article

ତୃତୀୟ ଦିନ ଓଡ଼ିଶା ଡ୍ରାଇଭର୍ ମହାସଂଘ୍ ବିଷମ କଟକ ବ୍ଲକ୍ ର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଜେଡି ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା ଯୋଗଦାନ

ବିଷମ କଟକ, (୧୦/୭) : ଆପ୍ର. : ତୃତୀୟ ଦିନ ଓଡ଼ିଶା ଡ୍ରାଇଭର୍ ମହାସଂଘ୍ ବିଷମ କଟକ ବ୍ଲକ୍ ର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଜେଡି ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା...

ଜଙ୍ଗଲରୁ ମିଳିଲା ଯୁବକଙ୍କ ମୃତଦେହ, ଗତ ୪ ତାରିଖରୁ ଥିଲେ ନିଖୋଜ

କନ୍ଧମାଳ, (୧୦/୭) : ଆପ୍ର. : ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର । ଫୁଲବାଣୀ ନିକଟସ୍ଥ ଖଜୁରୀପଡା ଥାନା ଅନ୍ତର୍ଗତ ଗୁଦାରୀ ବାଲୁକୁଟୀ ଜଙ୍ଗଲରୁ ମୃତଦେହ ଉଦ୍ଧାର ହୋଇଛି । ସୂଚନାଯୋଗ୍ୟ ଯେ, କନ୍ଧମାଳ...

ରାଇକିଆ ଅଞ୍ଚଳରେ ହାତୀ ଉପଦ୍ରବ : ଘରଦ୍ୱାର ଭାଙ୍ଗିଲେ ହାତୀପଲ

ରାଇକିଆ, (୧୦/୦୭) :ଆପ୍ର. : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ରଣବା ଅଞ୍ଚଳରେ କିଛି ଦିନ ହେଲା ହାତୀ ଉପଦ୍ରବ ଲାଗି ରହିଛି । ମଙ୍ଗଳବାର ୧୦ରୁ ୧୫ ଟିକିଆ ହାତୀପଲ ରଣବା ପଞ୍ଚାୟତ...

ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ, ଫେଲ ହେଲେ ପୁଣି ସୁଯୋଗ

ଭୁବନେଶ୍ବର, (୧୦/୦୭) : ଆପ୍ର. : ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ ଲାଗୁ ହୋଇଛି । ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସଂଶୋଧନ ନେଇ ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁସାରେ...

ହିନ୍ଦୁ ଠାରୁ ବୌଦ୍ଧ ସମସ୍ତେ ପାଳନ କରନ୍ତି ଗୁରୁ ପୂର୍ଣ୍ଣିମା

ଭୁବନେଶ୍ୱର, (୧୦/୦୭) : ଆପ୍ର. : ଆଜି ହେଉଛି ଗୁରୁ ପୂର୍ଣ୍ଣିମା । ଗୁରୁଙ୍କ ବିନା ଏ ସଂସାର ଅନ୍ଧକାର ମୟ । ପିତା ଓ ମାତା ଆମର ପ୍ରଥମ ଗୁରୁ ।...