32.9 C
Balāngīr
Saturday, April 26, 2025

ବାସୁଦେବ ବିଜ୍ଞାନ କଲେଜ ରେ ଆତ୍ମସୁରକ୍ଷା ତାଲିମ୍ ଶିବିର ଉଦଯାପିତ

Must read

ରିପୋର୍ଟ : ଶୁଭଙ୍କର ଦାଶ
ପୁରୁଷୋତ୍ତମପୁର, (୧୮/୦୧) : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତରଗର୍ତ ଭାଟ୍ଟକୁମରଡ଼ା ସ୍ଥିତ ବାସୁଦେବ ସେଠୀ ବିଜ୍ଞାନ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପରିସରରେ ଯୁକ୍ତଦୁଇର ପ୍ରଥମ ଶ୍ରେଣୀ ଛାତ୍ରୀମାନଙ୍କ ନିମନ୍ତେ ଚାଲିଥିବା ଆତ୍ମସୁରକ୍ଷା ତାଲିମ୍ ଶିବିର ଶୁକ୍ରବାର ଦିନ ଉଦଯାପନ ହୋଇଯାଇଛି l

ଅଧ୍ୟକ୍ଷା ଗୌରୀ କୁମାରୀ ପାଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମମାରୋହ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ପରିଚାଳନା କମିଟିର ପୂର୍ବତନ ସଭାପତି ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ସ୍ଥାନୀୟ ଭାରତୀୟ ଷ୍ଟେଡ଼ ବ୍ୟାଙ୍କ ଶାଖାର ପରିଚାଳକ ଚି଼ଙ୍କୁ ଦାସ ଓ ସମ୍ମାନୀତ ଅତିଥିଭାବେ ଅନୁଷ୍ଠାନର ପୂର୍ବତନ ଅଧକ୍ଷ ବିଜୟ କୁମାର ଡାକୁଆ ପ୍ରମୁଖ ଯୋଗ ଦେଇ ଛାତ୍ରୀମାନଙ୍କୁ ନିର୍ଭିକ ଓ ଆତ୍ମବିଶ୍ୱାସୀ ହେବା ସଙ୍ଗେ ସଙ୍ଗେ ବିଭିନ୍ନ ପରିସ୍ଥିତିର ମୁକାବିଲା କରିବା ପାଇଁ ଛାତ୍ରୀମାନଙ୍କୁ ମାର୍ଗଦର୍ଶନ କରାଇଥିଲେ l ଏହି ପ୍ରଶିକ୍ଷଣ ଶିବିରକୁ ରାଜନୀତି ବିଜ୍ଞାନର ଅଧ୍ୟାପିକା ପ୍ରମୋଦିନୀ ରାଉତଙ୍କ ସଂଯୋଜନା କରିଥିବା ବେଳେ, ଡେମୋନଷ୍ଟିଟର କୁମୁଦ ରଞ୍ଜନ ଦାସ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ l

ଆତ୍ମସୁରକ୍ଷା ତାଲିମ୍ ଶିବିର ଉଦଯାପିତ ଉତ୍ସବରେ ଉପସ୍ଥିତ ଥିବା ସମସ୍ତ ଛାତ୍ରୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା l ତାଲିମ୍ ପ୍ରାପ୍ତ ପ୍ରଶିକ୍ଷୀକା ଦିବ୍ୟାନି ସାହୁ, ଓ ପୂଜାରାଣୀ ପ୍ରଧାନ ଅଂଶଗ୍ରହଣ କରି ଥିବା ବେଳେ ତାକୁ ଉଦବିଦ୍ଧ ବିଜ୍ଞାନ ଅଧ୍ୟାପିକା ରିତାରାଣୀ ରଥ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ଅଧ୍ୟାପିକା, ଅଧ୍ୟାପକ ଓ ସମସ୍ତ କର୍ମଚାରୀ ବୃନ୍ଦଉପସ୍ଥିତ ରହି ସହଯୋଗ କରିଥିଲେ l

- Advertisement -spot_img

More articles

- Advertisement -spot_img

Latest article

ଯୋବ୍ରା ନିକଟରେ ମହାନଦୀରେ ବୁଡିଗଲେ ୩ ଜଣ, ଦୁଇ ଉଦ୍ଧାର

କଟକ, (୨୫/୦୪) : ଆପ୍ର. : ଯୋବ୍ରା ନିକଟରେ ମହାନଦୀରେ ବୁଡିଗଲେ ୩ ଜଣ । ସ୍ଥାନୀୟ ଲୋକଙ୍କ ଦ୍ୱାରା ଜଣେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି । ଗାଧୋଉଥିବା ବେଳେ ଘଟିଛି...

ବାହ୍ୟ ରାଜ୍ୟ କୁ ଗଞ୍ଜେଇ ଚୋରା ଚାଲାଣ ବେଳେ ଦୁଇ ବ୍ୟବସାୟୀ ଗିରଫ

ବଲାଙ୍ଗୀର/ଟିଟିଲାଗଡ, (୨୪/୦୪) : ଆପ୍ର. : ଟିଟିଲାଗଡ ରେଳ ଷ୍ଟେସନ ରୁ କ୍ରମାଗତ ଭାବେ ଗଞ୍ଜେଇ ଚୋରା ଚାଲାଣ ଚାଲିଥିବା ବେଳେ ମଝିରେ ମଝିରେ ଅନେକ ଗଞ୍ଜେଇ ମାଫିଆ ଙ୍କୁ କାବୁ କରାଯାଉଛି...

ଜଳିଗଲା ବୁଲେଟ ଗାଡ଼ି, ଦୁଇ ଯୁବକ ଗୁରୁତର

ବଲାଙ୍ଗୀର, (୨୫/୦୪) : ଆପ୍ର. : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ବେଲପଡ଼ା ସହର ନିବାସୀ ସୁମନ୍ତ ବଛା ଓ ଅଜିତ ନାଗ ନାମକ ଦୁଇ ଯୁବକ ବୁଲେଟ ଯୋଗେ ଟିଟିଲାଗଡ ଦେଇ ଖୋଲାନ...

ଖବର ପ୍ରସାରଣ ପରେ ବିଭାଗୀୟ ଅଧିକାରୀ ଙ୍କୁ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ବଲାଙ୍ଗୀର/ଟିଟିଲାଗଡ, (୨୪/୦୪) : ଆପ୍ର. : ଖବର ପ୍ରସାରଣ ପରେ ବିଭାଗୀୟ ଅଧିକାରୀ ଙ୍କୁ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ । ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ ପୌର ପରିଷଦ ଅଧିକାରୀ ତଥା ପଦାଧିକାରୀ...

ସାନନ୍ଦ ମେହେରକୁ ଗିରଫ ଓ ପ୍ରକାଶ ଲୁହାଙ୍କୁ ନ୍ୟାୟ ଦାବିରେ ଥାନା ଘେରିଲେ ହଜାର ହଜାର ପୁରୁଷ ମହିଳା

ସୁବର୍ଣ୍ଣପୁର, (୨୪/୦୪) : ଆ.ପ୍ର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଘେରିଲେ ହଜାର ହଜାର ପୁରୁଷ ମହିଳା । ପ୍ରାପ୍ତ ସୂଚନା ଅନୁସାରେ କିଛିଦିନ ପୂର୍ବରୁ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହାଙ୍କ...