32.9 C
Balāngīr
Tuesday, May 13, 2025

ବାହ୍ୟ ରାଜ୍ୟ କୁ ଗଞ୍ଜେଇ ଚୋରା ଚାଲାଣ ବେଳେ ଦୁଇ ବ୍ୟବସାୟୀ ଗିରଫ

Must read

ପ୍ରକାଶ ପାଇଲା ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ଫଳ, ବାଜି ମାରିନେଲେ ଝିଅ

ଭୁବନେଶ୍ୱର, (୧୩/୦୫) : ଆପ୍ର. : ଚଳିତ ବର୍ଷର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ସର୍ବ ଭାରତୀୟ ସ୍ତରରେ କୃତକାର୍ଯ୍ୟ ହାର ୮୮.୩୯...

ବଲାଙ୍ଗୀର/ଟିଟିଲାଗଡ, (୨୪/୦୪) : ଆପ୍ର. : ଟିଟିଲାଗଡ ରେଳ ଷ୍ଟେସନ ରୁ କ୍ରମାଗତ ଭାବେ ଗଞ୍ଜେଇ ଚୋରା ଚାଲାଣ ଚାଲିଥିବା ବେଳେ ମଝିରେ ମଝିରେ ଅନେକ ଗଞ୍ଜେଇ ମାଫିଆ ଙ୍କୁ କାବୁ କରାଯାଉଛି ।

ଏହି ଟିଟିଲାଗଡ ରେଳ ଜଙ୍କସନ ରୁ ସାରା ଭାରତକୁ ର ଅନ୍ୟ ରାଜ୍ୟ ଗୁଡ଼ିକ ଗମନା ,ଗମନ ସୁବିଧା ଥିବାରୁ ଗଞ୍ଜେଇ ଚୋରା କାରବାର ଚାଲି ଆସୁଥିବା ବେଳେ ଦୁଇ ଜଣ ଗଞ୍ଜେଇ ଚାଲାଣ କରିବା ଅଭିଯୋଗ ରେ ଟିଟିଲାଗଡ ପୋଲିସ ଦ୍ବାରା ଗିରଫ ହେବା ସୂଚନା ମିଳିଛି । ପ୍ରକାଶ ଯେ, ଏସ ଆଇ ପ୍ରଦୀପ ଦୁରିଆ ଏକ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଥିଲେ ଯେ କିଛି ବ୍ୟକ୍ତି ଟିଟିଲାଗଡ଼ର ରେଳ ଷ୍ଟେସନ ରୁ ଅନ୍ୟ ରାଜ୍ୟ କୁ ଚୋରା ଗଞ୍ଜେଇ ଚାଲାଣ କରିବା ପାଇଁ ଆସିଛନ୍ତି । ଏ ନେଇ ଥାନାଧିକାରୀ କଲ୍ୟାଣୀ ବେହେରାଙ୍କୁ ସୂଚନା ଦେବା ପରେ ଏକ ଟିମ୍ ଗଠନ କରି ଥାନଧିକାରୀ କଲ୍ୟାଣୀ ବେହେରା ଙ୍କ ନେତୃତ୍ୱ ରେ ଏସ ଆଇ ପି କେ ଦୁରିଆ, ହୀରା ଖାଲକୋ, କିରନ ଜାନି, ଏ ଏସ ଆଇ କାର୍ତ୍ତିକ ପ୍ରଧାନ, ଏମ କେ ବିଶି, ଅହଲ୍ୟା ସୁନାନିଙ୍କୁ ନେଇ ଏକ ଟିମ ଗଠନ କରି ରେଡ କରିବାକୁ ଯୋଜନା ପ୍ରସ୍ତୁତ କରିଥିଲେ ।

ବାହ୍ୟ ରାଜ୍ୟ କୁ ଚୋରା ଚାଲାଣ ନିମନ୍ତେ ସେମାନେ ଟ୍ରେନ ଟିକେଟ କରି ସାରିଥିବା ବେଳେ ଅତର୍କିତ ଭାବେ ଦୁଇ ମୁଖ୍ୟ ବ୍ୟବସାୟୀ ଙ୍କୁ ପୋଲିସ ଟିମ୍ କାବୁ କରିବା ରେ ସଫଳ ହୋଇ ଥିଲେ । ଉକ୍ତ ଦୁଇ ଜଣ ବ୍ୟକ୍ତିଙ୍କୁ ଗଞ୍ଜେଇ ସହ ସେମାନଙ୍କ ଠାରୁ ଦୁଇଟି ମୋବାଇଲ, ନଗଦ ୩୯୬୦ ଟଙ୍କା ବାହାରି ଥିଲା । ହେଲେ ବିହାର ରାଜ୍ୟର ସୁମନ କୁମାର(୨୪) ଓ ରାଜୀବ କୁମାର (୨୪)। ଦୁଇ ଜଣଙ୍କ ଠାରୁ ୨୩ କେଜି ୯୩୫ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି । ଏ ନେଇ ଏକ ମାମଲା ରୁଜ୍ଜୁ ସହ ଦୁଇ ବ୍ୟବସାୟୀ ଙ୍କୁ ଗିରଫ ସହ ଅଧିକ ତଦନ୍ତ ଜାରି ରହିଛି ବୋଲି ପ୍ରକାଶ ପାଇଛି ।

- Advertisement -spot_img

More articles

- Advertisement -spot_img

Latest article

ପ୍ରକାଶ ପାଇଲା ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ଫଳ, ବାଜି ମାରିନେଲେ ଝିଅ

ଭୁବନେଶ୍ୱର, (୧୩/୦୫) : ଆପ୍ର. : ଚଳିତ ବର୍ଷର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ସର୍ବ ଭାରତୀୟ ସ୍ତରରେ କୃତକାର୍ଯ୍ୟ ହାର ୮୮.୩୯...

ଯାତ୍ରୀବାହୀ ବସକୁ ପିଟିଲା ଟ୍ରକ, ୨୦ ଆହତ

କରଞ୍ଜିଆ, (୧୩/୦୫) : ଆପ୍ର. : କରଞ୍ଜିଆ ଥାନା ଚଢ଼େଇଭୋଳ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଯାତ୍ରୀବାହୀ ବସକୁ ପଛ ପଟେ ଧକା ଦେଲା ଟ୍ରକ । ଦୁର୍ଘଟଣାରେ ଓଲଟି ପଡିଛି ଶିବ...

ମଦ ନେଲା ଜୀବନ, ଭିଣୋଇ ମାଡ଼ରେ ୩ ଶଳାଙ୍କ ମୃତ୍ୟୁ

ମାଲକାନଗିରି, (୧୩/୦୫) : ଆପ୍ର. : ମଦ ନେଲା ୩ ଜୀବନ । ଭିଣୋଇ ମାଡ଼ରେ ୩ ଶଳାଙ୍କ ମୃତ୍ୟୁ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । ମୃତକ ହେଲେ...

କସ୍ତୁରବା ସବିକା ମହାବିଦ୍ୟାଳୟରେ ଆନ୍ତର୍ଜାତିକ ନର୍ସ ଦିବସ ପାଳନ

ପୁରୁଷୋତ୍ତମପୁର, (୧୩/୦୫) : ଆପ୍ର. : କସ୍ତୁରବା ସେବିକା ମହାବିଦ୍ୟାଳୟ ରେ ଆନ୍ତର୍ଜାତିକ ନର୍ସ ଦିବସ ପାଳିତ ହୋଇଛି । କଥା ରେ ଅଛି ମାନବ ସେବା ହିଁ ନରାୟଣ ସେବା, ଏହି ପରିପ୍ରେକ୍ଷୀରେ...

ଅଙ୍ଗଦାନ କରି ଅମର ହୋଇଗଲେ ଆଦିବାସୀ ଯୁବକ

ଗୁଣପୁର, (୧୩/୫) : ଆପ୍ର. : କଥାରେ ଅଛି ମଣିଷ ଜୀବନ ପାଣି ଫୋଟକା । ଖୁସିରେ ଘରୁ ବାହାରି ଥିଲେ କିନ୍ତୁ ବିଧାତାର ଲେଖା ଅଲଗା ଥିଲା, ଦୂର୍ଘଟଣାର ଶିକାର ହେଲେ...