32.9 C
Balāngīr
Wednesday, April 30, 2025

ବିଂଶତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ଅନୁଷ୍ଠିତ

Must read

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୧୯/୧୨) : ଆଜି କୃଷି ବିଜ୍ଞାନ କେନ୍ଦ୍ର ଗୁଣପୁର ଠାରେ ବିଂଶତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2024 12 19 at 12.23.52 1 ବିଂଶତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ଅନୁଷ୍ଠିତ

ଉକ୍ତ ବୈଠକରେ ଡଃ.ପ୍ରସନ୍ନ କୁମାର ମହାନ୍ତି ( ଡେପୁଟି ଡାଇରେକ୍ଟର ଅଫ୍ ଏକ୍ସଟେନସନ, ଓୟୁଏଟି, ଭୁବନେଶ୍ୱର) ଅଧ୍ୟକ୍ଷତା କରି କୃଷି ବିଜ୍ଞାନ କେନ୍ଦ୍ର ଆହୁରି କିପରି ଲୋକାଭିମୁଖୀ ହୋଇପାରିବ ଓ କୃଷକ ମାନଙ୍କ ଆୟ କିପରି ଦ୍ଵିଗୁଣିତ ହେବ ସେ ବିଷୟରେ ପରାମର୍ଶ ଦେଇଥିଲେ । ଡ଼ଃ କଲ୍ୟାଣ ସୁନ୍ଦର ଦାସ (ପ୍ରିନସପାଲ ସାଇଟିଷ୍ଟ ଆଇ ସି ଏ ଆର, ଅଟ୍ରି ,କୋଲକତା) ପ୍ରଫେସର ପ୍ରସନ୍ନଜିତ ମିଶ୍ର ଡିନ ଡାଇରେକ୍ଟର ଅଫ ଏସ୍କଟେନସନ ଇଆଭାସି ମାଧ୍ୟମରେ ବିଭିନ୍ନ କୃଷି ଭିତ୍ତିକ ଜ୍ଞାନ କୌଶଳ ସମ୍ପର୍କରେ ଆଲୋଚନା କରିଥିଲେ । କୃଷି ବିଜ୍ଞାନ କେନ୍ଦ୍ର ଗୁଣପୁର ମୂଖ୍ୟ ତଥା ବରିଷ୍ଠ ବୈଜ୍ଞାନିକା ସୁସ୍ମିତା ମହାନ୍ତି ରବି ଓ ଖରିଫ ଚାଷରେ କୃଷି ବିଜ୍ଞାନ କେନ୍ଦ୍ରର ଅବଦାନ ଓ ଆଗାମୀ ୨୫-୨୬ ବର୍ଷର ଚାଷ କ୍ଷେତ୍ରରେ କଣ ସଵୁ ନୂତନ ପ୍ରୟୋଗ କରାଯିବ ତା ଉପରେ ଆଲୋକପାତ କରିଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ବୃନ୍ଦାବନ ବେହେରା (ଏ ଡି ଓ ଗୁଣପୁର), ଦୟାନିଧି ରାଉତ (ଡି ଡି ଏଚ ରାୟଗଡ଼ା) , ଦେବରାଜ ନାୟକ (ସି ଡ଼ି ଭି ଓ ରାୟଗଡ଼ା), ଜ୍ଞାନାଲୋକ , ସତ୍ୟବ୍ରତ ସାହୁ (ଏ ଏଚ ଓ ଗୁଣପୁର), ଡଃ ଜ୍ଞାନଲୋକ ଦାସ( ଏ ଡି ଆର ), ଗଙ୍ଗାଧର ମିଶ୍ର (ଏଫ୍ ଆର ଓ ଗୁଣପୁର) , ଆଲୋକ କୁମାର ଆଚାର୍ଯ୍ୟ ( ଏସ୍ ଡି ଭି ଓ ଗୁଣପୁର), ସି ଡ଼ି ପି ଓ ଗୁଣପୁର ,ମୂର୍ତ୍ତକା ଓ ଜଳ ସଂରକ୍ଷଣ ବିଭାଗ ଏଵଂ ଅଗ୍ରଣୀ ଚାଷୀମାନେ ଯୋଗଦେଇ ନିଜ ନିଜ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ।

ବିଶେଷ କରି ଆଗାମୀ ଖରିଫ ଋତୁରେ ମରୁଡି ସହନଶୀଳ ଓ ସ୍ଵଳ୍ପ ଅବଧି ଧାନ ବିହନ, କୁକୁଡ଼ା ଚାଷ, ଜୈବିକ କୃଷି, ମୋ ବଗିଚା, ଅଣୁ ଜଳସେଚନ, ପାଣିପାଗ ଅନୁକୂଳ ଚାଷ, ଛତୁ ଚାଷ, ମହୁ ଚାଷ, ଚିନାବାଦାମ ଚାଷ, ସମନ୍ୱିତ ଚାଷ, ଷ୍ଟ୍ରଵେରି ଚାଷ, ସପୁରୀ ଚାଷ, ଜୈବିକ ଉପାୟରେ ରୋଗପୋକ ନିୟନ୍ତ୍ରଣ, କୃଷକ ଉତ୍ପାଦନ ସଙ୍ଗଠନ, ମୂଲ୍ୟଯୁକ୍ତ ପ୍ରକ୍ରିୟାକରଣ ଓ ଵଜାରିକରଣ ଉପରେ ଅଧିକ ଗୁରୁତ୍ଵ ଦେବାକୁ ଆଲୋଚନା ହୋଇଥିଲା । କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ରାଜୀବ ଟୁଡୁ ଧନ୍ୟବାଦ ଅର୍ପଣ କରିଥିଵା ବେଳେ ବୈଜ୍ଞାନିକ ପରିମଳ ତରାଇ, ନାରାମ ରାମୁ, ପାଣିପାଗ ବିଶେଷଜ୍ଞ ହିମାଦ୍ରୀ ବାଗ, ସୁମିତ୍ରା ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ଉପାନ୍ତ ଅଞ୍ଚଳରେ ପାନୀୟ ଜଳ କଷ୍ଟ

କୋଲନରା, (୨୯/୦୪) : ଆପ୍ର. : ବଣ ଜଙ୍ଗଲ ଘେରା ଉପାନ୍ତ ଅଞ୍ଚଳରେ ଟିକର ପଡା ଗ୍ରାମ ଅବସ୍ଥିତ । ଗ୍ରାମରେ ମୋଟ ୪୫ ଗୋଟି ପରିବାର ରହୁଥିବା ବେଳେ ୨୧୫ ଜଣ...

ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ସ୍ମାରକ ପତ୍ ପ୍ରଦାନ

ରାୟଗଡ଼ା, (୨୯/୪) : ଆପ୍ର. : ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ଡାକରାରେ ରାୟଗଡ଼ ଜିଲ୍ଲା ଶାଖା ତରଫରୁ ଈପିଏଫ୍ ପେନସନରସ୍ ତଥା ବରିଷ୍ଠ ନାଗରିକ ମାନେ ସ୍ଥାନୀୟ ଜିଲ୍ଲାପାଳଙ୍କ ଜରିଆରେ...

କୁମୁଲି ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ

କୋରାପୁଟ, (୩୦/୪) : ଆପ୍ର. : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ, କଟକର ବୋରିଗୁମ୍ମା ବ୍ଲକ୍ କୁମୁଲି ସର୍କଲ ଅନ୍ତର୍ଗତ ୮ ଗୋଟି କ୍ଲଷ୍ଟରର ପ୍ରାଥମିକ ଶିକ୍ଷକ ସଂଘର ଅବଧି ସଂପୂର୍ଣ୍ଣ...

କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ କାଉନସିଲ ବୈଠକ ଅନୁଷ୍ଠିତ

କାଶୀନଗର, (୨୯/୪) : ଆପ୍ର. : ଗଜପତି ଜିଲ୍ଲାରେ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅସ୍ଥାୟୀ କାର୍ଯ୍ୟାଳୟ ସଭାଗୃହ ଠାରେ କାଉନସିଲ ବୈଠକ ଅନୁଷ୍ଠିତ ହୋଇଥିଲା । ଏନ୍ଏସି ଅଧ୍ୟକ୍ଷା ଏମ. ସୁଧାରାଣୀ, ଉପାଧ୍ୟକ୍ଷ...

ବିବେକାନନ୍ଦ ଙ୍କ ଦର୍ଶନ ଉପରେ ମାର୍ଗ ଦର୍ଶନ କଲେ ସ୍ୱାଧି କାଞ୍ଚନ ସୋମ ଅଗ୍ରୱାଲା

ସୁବର୍ଣ୍ଣପୁର, (୨୯/୦୪) ଆ.ପ୍ର : ମଙ୍ଗଳବାର ସନ୍ଧ୍ୟା ରେ ଶ୍ରୀ ଗୋପାଳଜୀ ଯୋଗାଶ୍ରମ ମହାନଦୀ ଯୋଗବିହାର ସୁବର୍ଣ୍ଣପୁର ଠାରେ ସ୍ୱାମୀ ବିବେକାନନ୍ଦ ଙ୍କର ଦର୍ଶନ ଏବଂ ହିନ୍ଦୁ ଧର୍ମ ପ୍ରଚାର ପ୍ରସାର ରେ...