ରିପୋର୍ଟ : ବିଭୂତି ଲହରିଆ
ବାଲିଗୁଡା, (୧୭/୮) : କ.ନୂଆଗାଁ ବ୍ଲକ ସଭାଗୃହ ରେ ପଂଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଅଛି l
କ.ନୂଆଗାଁ ବ୍ଲକ ଅଧକ୍ଷ୍ୟା ସୁଲୋଚନା ଦଳବେହେରା ଙ୍କ ସଭାପତିତ୍ୱ ରେ ଏହି ବୈଠକରେ ବାଲିଗୁଡା ବିଧାୟକ ଚକ୍ରମଣୀ କଂହର, ବିଡ଼ିଓ ମନ୍ମଥନାଥ ମଳିକ,ଜିଲ୍ଲା ପରିଷଦ ସଭ୍ୟା ଅନିତା ମଳିକ ଯୋଗ ଦେଇଥିଲେ l ଏହି ବୈଠକ ରେ ୧୪ ଗୋଟି ପଂଚାୟତ ର ସରପଞ୍ଚ, ସମିତିସଭ୍ୟ ଙ୍କ ସମେତ ସମସ୍ତ ବିଭାଗ ର ଅଧିକାରୀ ଉପସ୍ଥିତ ରହିଥିଲେ l କ.ନୂଆଗାଁ ବ୍ଲକ ର ସର୍ବାଙ୍ଗୀନ ଉନ୍ନତି ନେଇ ଅନେକ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ପ୍ରସଙ୍ଗ ରେ ବୈଠକରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା l କ. ନୂଆଗାଁ ବ୍ଲକ ର ସମସ୍ତ ଜନ ପ୍ରତିନିଧି ନିଜ ନିଜ ପଂଚାୟତ ର ସମସ୍ୟା ସମ୍ବଦ୍ଧରେ ଅବଗତ କରିବା ସହ ପ୍ରଶାସନିକ ସ୍ତରରେ ସମାଧାନ ନେଇ ଦୃଷ୍ଟି ଆକର୍ଷଣ କରିଥିଲେ l କ ନୂଆଗାଁ ବ୍ଲକ ରେ ବିକାଶ କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ବିଧାୟକ ଚକ୍ରମଣି କହଁର ଗୁରୁତ୍ୱ ଦେଇ ପଦକ୍ଷେପ ପାଇଁ ମତ ପ୍ରକାଶ କରିଛନ୍ତି l