32.9 C
Balāngīr
Wednesday, April 23, 2025

ବିଜୁ ପଟ୍ଟନାୟକଙ୍କ ସ୍ମୃତିରେ “ବିଜୁ ଟ୍ରଫି” ଭଲିବଲ ଟୁର୍ଣ୍ଣାମେଣ୍ଟ-୨୦୨୫ ଅନୁଷ୍ଠିତ

Must read

ରିପୋର୍ଟ : ଶୁଭଙ୍କର ଦାଶ
ବ୍ରହ୍ମପୁର, (୦୭/୦୨) : ବିଜୁ ପଟ୍ଟନାୟକଙ୍କ ସ୍ମୃତିରେ ଉନ୍ମୁକ୍ତ ଜନସମାରୋହ ମଧ୍ୟରେ ଏକ ଖେଳ ମହୋତ୍ସବ ଆୟୋଜିତ ହୋଇଛି ।

ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏହି “ବିଜୁ ଟ୍ରଫି” ଭଳିବଲ ଟୁର୍ଣ୍ଣାମେଣ୍ଟ ୨୦୨୫ ଜାନୁଆରୀ ୩୧ ରୁ ୫ ଫେବୃଆରୀ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଅଛି । ଆଜି ଏହି କାର୍ଯ୍ୟକ୍ରମ ର ଶେଷ ଦିବସ ଏହି କ୍ରୀଡା ଅନୁଷ୍ଠାନରେ ଗଞ୍ଜାମ, ଗଜପତି,କନ୍ଧମାଳ ଆଦି ଜିଲ୍ଲାର କୋଣ ଅନୁକୋଣ ରୁ ୧୬ ଟି ଭିନ୍ନ-ଭିନ୍ନ ସଂସ୍ଥାର ଖେଳାଳିମାନେ ଅଂଶଗ୍ରହଣ କରିଛନ୍ତି । ଆଜିର ଫାଇନାଲ ଖେଳରେ ବ୍ରହ୍ମପୁର ର ମା ଦୁର୍ଗା ଟିମ ସହ ଗଜପତି ର ଗୋଲୀ ୬ ଙ୍କ ସହ ପ୍ରତିଯୋଗିତା ହୋଇଥିଲା ଯେଉଁ ଥିରେ ବ୍ରହ୍ମପୁର ର ମା ଦୁର୍ଗା ଟିମ ବିଜୟ ହୋଇଥିଲେ ।

ବିଜୟୀ ଖେଳାଳି ମାନଙ୍କୁ ଟ୍ରଫି, ପ୍ରଶସ୍ତିପତ୍ର ଏବଂ ଉପହାର ପ୍ରଦାନକରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମ ରେ ବ୍ରହ୍ମପୁର ପୂର୍ବତନ ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲ, ତାଙ୍କ ସହ ବ୍ରହ୍ମପୁର ମହାନଗର ନିଗମ ର କର୍ପୋରେଟର ଗଣ, ବିଜେଡି ର ବହୁ ବରିଷ୍ଠ ନେତା ଏବଂ ଦଳର ସମସ୍ତ କର୍ମକର୍ତା ଉପସ୍ଥିତ ଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ଅଭିଯୁକ୍ତର କାଠ ଫାଳିଆ ମାଡ଼ରେ କନେଷ୍ଟବଳ ଗୁରୁତର, ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଭର୍ତ୍ତି

ବଲାଙ୍ଗିର, (୨୩/୦୪) : ଆପ୍ର. : ଥାନା ଭିତରେ ପୋଲିସକୁ ଆକ୍ରମଣ । କାଠ ଫାଳିଆ ମାଡ଼ରେ କନେଷ୍ଟବଳ ସୁଦାମ ନାଗ ଗୁରୁତର । ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଗୁରୁତର କନେଷ୍ଟବଳଙ୍କୁ ଭର୍ତ୍ତି...

ନାବାଳିକାକୁ ଗଣ ଦୁଷ୍କର୍ମ: ୩ ଯୁବକଙ୍କ ସଂପୃକ୍ତ, ପୁଲିସ ତଦନ୍ତ ଆରମ୍ଭ

ସୁନ୍ଦରଗଡ଼଼, (୨୩/୦୪) : ଆପ୍ର. : ସୁନ୍ଦରଗଡ଼଼ ଜିଲ୍ଲା ତଳସରା ଥାନା ଅଞ୍ଚଳରେ ଲଜ୍ଜା। ଜଙ୍ଗଲକୁ ଟେକି ନେଇ ନାବାଳିକାକୁ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏକୋଇଶିଆ ଭୋଜି ଖାଇ ସାଙ୍ଗମାନଙ୍କ...

ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ବିଶ୍ୱ ପୃଥିବୀ ଦିବସ ପାଳିତ

ପାଟଣା, (୨୪/୦୩) : ଆପ୍ର. : ଢେଙ୍କିକୋଟ ଟିକିରା ସ୍ଥିତ ଘଟଗାଁ ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଆଜି ବିଶ୍ୱ ପୃଥିବୀ ଦିବସ ଉତ୍ସାହପୂର୍ଣ୍ଣ ଭାବେ ପାଳନ ହୋଇଯାଇଛି । ପ୍ରାକୃତିକ ସଂପଦର ରକ୍ଷା,...

ବସ୍‌ରୁ ପଡି ଛାତ୍ରୀ ଗୁରୁତର

କଣ୍ଟାବାଞ୍ଜି, (୨୩/୦୪) : ଆପ୍ର. : ବସ୍‌ରୁ ପଡି ନବମ ଶ୍ରେଣୀ ଛାତ୍ରୀ ଗୁରୁତର । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି କୁକୁଡାହାଟ ଗାଁ ନିକଟରେ ଅଭାବନୀୟ ଘଟଣା ଘଟିଛି । ଆଜି ବସ୍‌ ରୁ...

ସରାସକୋଲା ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ବଣ୍ଟନ

ପାଟଣା, (୨୩/୦୪) : ଆପ୍ର. : ପାଟଣା ବ୍ଲକ ସରାସକୋଲା ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ଆଜି ନୂତନ ପୋଷାକ ବଣ୍ଟନ କରାଯାଇଛି । ଏଠାରେ ୧୩୫ ଜଣ ଛାତ୍ରଛାତ୍ରୀ ପୋଷାକ ବଣ୍ଟନ କରାଯାଇଥିବା...