32.9 C
Balāngīr
Monday, April 28, 2025

ବିଜୁ ବାବୁଙ୍କ ୧୦୯ ତମ ଜନ୍ମ ଦିବସ ପାଳନ କରିଲେ ବିଜୁ ଜନତା ଦଳ

Must read

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୦୬/୦୩) : ରାୟଗଡା ନୁଆ ବସଷ୍ଟାଣ୍ଡ ନିକଟରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରି ବିଜୁ ବାବୁଙ୍କ ଓଡ଼ିଶା ବାସୀଙ୍କ ପ୍ରତି ଥିବା ଅବଦାନର ସ୍ମୃତିଚାରଣ କରିଛନ୍ତି ରାୟଗଡ଼ ବିଜୁ ଜନତା ଦଳ।WhatsApp Image 2025 03 05 at 14.57.55 ବିଜୁ ବାବୁଙ୍କ ୧୦୯ ତମ ଜନ୍ମ ଦିବସ ପାଳନ କରିଲେ ବିଜୁ ଜନତା ଦଳ

ଆଜି ସକାଳ ଠିକ୍ ୯ଘଣ୍ଟିକା ସମୟରେ ସ୍ଥାନୀୟ ନୁଆ ବସଷ୍ଟାଣ୍ଡସ୍ଥିତ ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକ ଙ୍କ ୧୦୯ତମ ଜନ୍ମ ଜୟନ୍ତୀ ପାଳନ ନିମନ୍ତେ ଏକାଠି ହେଇଥିଲେ ନେତା ଓ କର୍ମୀ ମାନେ। ଏହି ସମାବେଶରେ ଜିଲ୍ଲା ପାରିଷଦ ଅଧ୍ୟକ୍ଷା ସରସ୍ଵତୀ ମାଝୀ, ପୌର ପରିଷଦ ଉପାଧ୍ୟକ୍ଷା ଶ୍ରିମତି ସୁଭ୍ରା ପଣ୍ଡା, ରାୟଗଡ଼ ନିର୍ବାଚନ ମଣ୍ଡଳୀର ବିଧାୟିକା ପ୍ରାର୍ଥୀନୀ ଶ୍ରୀମତି ଅନୁଷୟା ମାଝୀ, ୧୩ନମ୍ୱର୍ ୱାର୍ଡ କାଉନସିଲର ଶ୍ରୀମତି ପ୍ରତିମା ପାଣିଗ୍ରାହୀ, ପୌର ପରିଷଦର ଅଧ୍ୟକ୍ଷ ମହେଶ ପଟନାୟକ, ବରିଷ୍ଠ ଆଇନଜୀବି ବ୍ରଜ ସୁନ୍ଦର ନାୟକ, ବିନାୟକ କର, ସୁଜାତା ପାଳ, ଅଶୋକ ପଣ୍ଡା, ବୁଲା ପାଢ଼ୀ, ଟିଟୁ ରଥ, ପାପୁନି ନନ୍ଦ, ସୁଜାତା ସାହୁକାର ସୁନିତା ରାଓ, କୁମାରି ମେଲେକା, ଇନ୍ଦୁ ଦାସ, ସନ୍ତସ ପାତ୍ର, କାଉନସିଲର ସରୋଜିନୀ ଓ ମମତା, ପି ଗୌରୀ ଶଙ୍କର ପ୍ରମୁଖ ଉପସ୍ଥିତ ଥିଲେ।WhatsApp Image 2025 03 05 at 14.57.55 1 ବିଜୁ ବାବୁଙ୍କ ୧୦୯ ତମ ଜନ୍ମ ଦିବସ ପାଳନ କରିଲେ ବିଜୁ ଜନତା ଦଳ

ଉପସ୍ଥିତ ଭଦ୍ର ମଣ୍ଡଳୀ ବିଜୁ ବାବୁଙ୍କ ଜନ୍ମ ଦିନ କୁ ସରକାର ଅଣଦେଖା କରିବା ସହ ବିଜୁ ବାବୁଙ୍କ କୃତିକୁ ବର୍ତ୍ତମାନ୍ ଶାସକ ଦଳ ମଳିନ କରିବା ପାଇଁ ଉଦ୍ୟମ କରୁଛନ୍ତି ବୋଲି କଢ଼ା ନିନ୍ଦା କରିଛନ୍ତି ବିଜେଡ଼ି ନେତା। କେନ୍ଦ୍ର ସରକାର ଏପ୍ରିଲ ୨୪ତାରିଖରେ ପଞ୍ଚାୟତି ରାଜ ଦିବସ ପାଳିବାର ଯଥେଷ୍ଟ ପୂର୍ବରୁ ଓଡ଼ିଶା ମାର୍ଚ୍ଚ ୫ତାରିଖରେ ପଞ୍ଚାୟତି ରାଜ ଦିବସ ପାଳି ଆସୁଛି।

ବର୍ତ୍ତମାନ୍ ବିଜେପି ସରକାର ଏହି ନିଷ୍ପତ୍ତିକୁ ବଦଳେଇ ଦେଇ ଓଡିଶାର ଗୌରବ କ୍ଷୁର୍ଣ୍ଣ କରିଛନ୍ତି। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଓଡ଼ିଆ ଅସ୍ମିତା ପ୍ରତି କୁଠାରଘାତ ଅଟେ । ବିଜେପି ରାଜ୍ୟରେ ସରକାର ଗଠନ କରିବା ପର ଠାରୁ କ୍ଷମତା ବଳରେ ବିଜୁ ପଟ୍ଟନାୟକଙ୍କ କୃତିକୁ ସୁଚିନ୍ତିତ ଉପାୟରେ ମଳିନ କରିବା ପାଇଁ ଅପେଚେଷ୍ଟା କରୁଛନ୍ତି। ଆଗାମୀ ଦିନରେ ନିର୍ବାଚନ ମଇଦାନରେ ଓଡ଼ିଶା ର ଜନ ସାଧାରଣ ଏହାର ଉଚିତ ଜବାବ୍ ଦେବ। ଏଥି ସହ ରାଜ୍ୟରେ ପୁଣିଥରେ ବିଜେଡ଼ି ସରକାର ଗଢ଼ିବ ଓ କ୍ଷମତାକୁ ଫେରିବ ବୋଲି ମତ ଦେଇଛନ୍ତି ଉପସ୍ଥିତ ବରିଷ୍ଠ ନେତା ଓ କର୍ମୀ ମାନେ ।

- Advertisement -spot_img

More articles

- Advertisement -spot_img

Latest article

ଅବକାରୀ ଚଢ଼ାଉରେ ମହୁଲି ମଦ ସହ ୨ଟି ସ୍କୁଟି : ୨ଟି ମୋଟର ସାଇକେଲ ଜବତ

ରାଉରକେଲା, (୨୮/୦୪) : ଆପ୍ର. : ଆଜି ରାଉରକେଲା ଅବକାରୀ ଅଧୀକ୍ଷକ ଝସକେତନ ବରିହାଙ୍କ ନିର୍ଦ୍ଦେଶ କ୍ରମେ, ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ଜିଅବାହାଲ, ରୁପୁଟୋଲା, ସେକ୍ଟର-୩, ଝିରପାଣି, ଅଚଂଳରେ ଚଢ଼ାଉ କରି...

ହାଇୱା-ବାଇକ ଧକ୍କା : ଜଣେ ମୃତ, ତିନି ଗୁରୁତର

ପାଟଣାଗଡ଼, (୨୮/୦୪): ଆପ୍ର. : ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଘସିଏନ ଲରମ୍ଭା ମୁଖ୍ୟରାସ୍ତା ମଝିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ହାଇୱାକୁ ପଛପଟୁ ପିଟିଲା ବାଇକ, ଜଣେ ମୃତ ତିନିଜଣ ଗୁରୁତର ।...

ଗଞ୍ଜାମରେ ବିଭତ୍ସ ହତ୍ୟା; ଦୁଇ ଭାଇଙ୍କୁ ହତ୍ୟା କରି ଶାଳବଣ ଜଙ୍ଗଲରେ ଜାଳିଦେଲେ ଦୁବୃର୍ତ

ଗଞ୍ଜାମ, (୨୮/୦୪) : ଆପ୍ର. : ପୁଣି ଅଶାନ୍ତ ହେଲା ଗଞ୍ଜାମ । ଖଲ୍ଲିକୋର୍ଟ ବେଗୁନିଆପଡ଼ା ଥାନା ଅଞ୍ଚଳରେ ଦୁଇ ଭାଇଙ୍କୁ ମାରି ଜଙ୍ଗଲରେ ଜାଳିଦେଲେ ଦୁର୍ବୁତ୍ତ । ବେଗୁନିଆପଡା ଥାନାଞ୍ଚଳର ଶାଳବଣ ଗାଁ...

ଯାଜପୁରରେ ଚାଞ୍ଚଲ୍ୟ ,ମହିଳାଙ୍କ ହାତମୁହଁ ବାନ୍ଧି ଦୁଷ୍କର୍ମ କଲେ ,ମାଡ଼ ମାରିଲେ ଦୁର୍ବୁତ୍ତ

ଯାଜପୁର, (୨୮/୦୪) : ଆପ୍ର. : ଯାଜପୁରରେ ଲଜ୍ୟା । ଯାଜପୁର ସହରରେ ଜଣେ କର୍ମଜୀବୀ ମହିଳାଙ୍କ ହାତମୁହଁ ବାନ୍ଧି ଦୁଷ୍କର୍ମ ଘଟଣା ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପୀଡିତା ଲୋକଲଜ୍ୟା...

ଶଶୁର ଘରକୁ ଫେରିବା ବାଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଗଛରେ ପିଟି ହେଲା ସ୍କର୍ପିଓ, ନବ ବିବାହିତଙ୍କ ସମେତ ୪ ମୃତ

ରାଉଲକେଲା, (୨୮/୦୪) : ଆପ୍ର. : ଦିଅଁ ଦର୍ଶନ ସାରି ଫେରୁଥିବା ବେଳେ ଗଛରେ ପିଟିହେଲା ସ୍କର୍ପିଓ । ଦୁର୍ଘଟଣାରେ ନବ ବିବାହିତାଙ୍କ ସମେତ ଚାଲିଗଲା ୪ ଜଣଙ୍କର ଜୀବନ ଓ ଜଣେ...