ରିପୋର୍ଟ : ବିଭୂତି ଲହରିଆ
ବାଲିଗୁଡା, (୬/୩) : ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଜୟନ୍ତୀ କୁ ପଂଚାୟତ ରାଜ ଦିବସ ରୂପେ ପାଳନ ନ କରାଯିବା ପ୍ରତିବାଦ ରେ ବିଜେଡି ର ବିରୋଧ ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି l
ବାଲିଗୁଡା ନିର୍ବାଚନ ମଣ୍ଡଳୀ ର ବିଜେଡି ପକ୍ଷରୁ ବିଜେପି ସରକାର ନେଇଥିବା ନିଷ୍ପତି କୁ ବିରୋଧ କରି ବାଲିଗୁଡା ଉପଜିଲ୍ଲାପାଳ କାର୍ଯ୍ୟାଳୟ ସାମ୍ନାରେ ବିଜେଡି ପ୍ରତିବାଦ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛି l ଏହି ଅବସରରେ ବିଜେଡି କର୍ମୀ ବାଲିଗୁଡା ବରାଳ ଦେବୀ ମନ୍ଦିର ନିକଟରୁ ପଦଯାତ୍ରା ରେ ବାହାରି ବିଭିନ୍ନ ସ୍ଲୋଗାନ ଦେଇ ଉପଜିଲ୍ଲାପାଳ କାର୍ଯ୍ୟାଳୟ ନିକଟରେ ପହଂଚି ପ୍ରତିବାଦ ସଭା ରେ ଯୋଗ ଦେଇଥିଲେ l ଏହି ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମରେ ବାଲିଗୁଡା ବିଧାୟକ ଚକ୍ରମଣୀ କହଁର, ବାଲିଗୁଡା ନଗର ବିଜେଡି ସଭାପତି ଅବନୀକାନ୍ତ ନାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲିକ, ତୁମୁଡିବନ୍ଧ ବ୍ଲକ ସଭାପତି ପ୍ରମୋଦ ସାହୁ ବାଲିଗୁଡା ଏନଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ ପୂର୍ବତନ ଏନଏସି ଅଧ୍ୟକ୍ଷ ଲୋକନାଥ ପାଢ଼ୀ ନଗର ଯୁବ ସଭାପତି ଏମଡି ସାବେଜ଼ ଙ୍କ ସମେତ ବହୁ ବିଜେଡି କର୍ମୀ ସାମିଲ ହୋଇଥିଲେ l
ମାର୍ଚ୍ଚ ୫ ତାରିଖ ବଦଳ ରେ ଏପ୍ରିଲ ୨୪ ତାରିଖ ରେ ପଂଚାୟତରାଜ ପାଳନ ନେଇ ରାଜ୍ୟ ସରକାର ନେଇଥିବା ଏହି ନିଷ୍ପତି ଓଡିଶା ବାସୀ ଙ୍କ ପ୍ରତି ଅପମାନ ସହ ଉପହାସ ବୋଲି କହିଛନ୍ତି ବାଲିଗୁଡା ବିଧାୟକ ଚକ୍ରମଣୀ କଂହର l ତେଣୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ପ୍ରତି ଏହି ଅପମାନ କୁ ନେଇ ଆଗାମୀ ଦିନରେ ରାଜ ରାସ୍ତାରେ ଓଲ୍ହାଇବ ବୋଲି ଚେତାବନୀ ଦେଇଛି ବିଜେଡି l