32.9 C
Balāngīr
Thursday, July 10, 2025

ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ଼ ବିତରଣ କୁ ଅସ୍ତ୍ର କରି ବୌଦ୍ଧ ଜିଲ୍ଲାରେ ଚାଲିଛି ନିର୍ବାଚନ ପାଇଁ ଛକାପଞ୍ଝା ର ଖେଳ

Must read

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ,(୨୮/୧୧) : ନୂଆଁ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ଼ ବିତରଣ କୁ ନେଇ ଘମା ଘୋଟ ଲଢେଇ ଚାଲିଛି ବୌଦ୍ଧ ଜିଲ୍ଲା ରେ ଶାସକ ଓ ବିରୋଧୀ ଦଳ ର ରାଜନୀତି |

ଗୋଟିଏ ପଟେ ଶାସକ ଦଳ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ଼ ବଣ୍ଟନ ରେ କୌଣସି ପଦାଧିକାର ରେ ନ ଥାଇ ବି ବିତରଣ କାର୍ଯ୍ୟକ୍ରମ ରେ ଜନତାଙ୍କୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ର ଅମ୍ବାସେଡର ସାଜୁଥିବା ବେଳେ ବିତରଣ କାର୍ଯ୍ୟକ୍ରମ ରେ ସାମିଲ ହେବାକୁ ଆସୁଥିବା ଶାସକ ଦଳର ମନ୍ତ୍ରୀ ଙ୍କୁ କଳା ପତାକା ପ୍ରଦର୍ଶନ ସହିତ ଅଣ୍ଡା ମାଡ଼ ଭଲି ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲାରେ |

ଏହି ଘଟଣା ଫରକ ପଡୁନି ଶାସକ କିମ୍ବା ବିରୋଧୀ ଦଳ ଉପରେ | ଏହାର ପ୍ରଭାବ ସିଧା ସଳଖ ଜନସାଧାରଣ ଙ୍କ ଉପରେ ପଡୁଥିବାର ଅଭିଯୋଗ ଆଣିଛନ୍ତି ବୌଦ୍ଧ ଜିଲ୍ଲା ର ବୁଦ୍ଧି ଯିବି ମହଲରେ | କାରଣ ବିଜୁ ସ୍ୱାସ୍ଥ୍ୟ କାର୍ଡ ଏକ ସରକାରୀ ଯୋଜନା | ଏଥିପାଇଁ ସରକାର ସ୍ଥାନୀୟ ସରପଞ୍ଚ, GRS, ଯୋଗାଣ ସହାୟକ ଓ ସରକାରୀ କର୍ମଚାରି, ଶିକ୍ଷକ, ଅଙ୍ଗନବାଡି କର୍ମି, ଆଶା କର୍ମି ମାନଙ୍କୁ ନିୟୋଜିତ କରିଛନ୍ତି |

କିନ୍ତୁ ଏହି ଯୋଜନା ରେ ଶାସକ ଦଳ ର ପ୍ରଚାର ପାଇଁ ସରକାରୀ ନିୟମ କୁ ଉଲଂଘନ କରି କଣ୍ଟାମାଳ ବିଧାୟକ ଙ୍କ ସୁପୁତ୍ର ଓ ହରଭଙ୍ଗା ବ୍ଲକ ରେ ବୌଦ୍ଧ ଜିଲ୍ଲା କାର୍ଯ୍ୟକାରିଣୀ ସଭାପତି ସୁବୋଧ ପ୍ରଧାନ ସିଧା ସଳଖ ବିତରଣ କେନ୍ଦ୍ର ରେ ଉପସ୍ଥିତ ରହି କାର୍ଡ଼ ଗୁଡିକୁ ବିତରଣ କରୁଥିବା ର ଫଟୋ ଗୁଡିକ ମୋବାଇଲ ରୁ ମୋବାଇଲ ଏଵେ ଘୁରି ବୁଲୁଛି |

ଏହି କାର୍ଯ୍ୟ ଗୁଡିକୁ କରିବା ପାଇଁ ତାଙ୍କୁ ଅଧିକାର ଦେଲା କିଏ ? ନା ତାଙ୍କ ର ନିଜସ୍ୱ ଅଧିକାର ଅଛି ? ନା ବିଜୁ କାର୍ଡ ନାଁ ରେ ଚାଲିଛି ଆସନ୍ତା ପଞ୍ଚାୟତ ନିର୍ବାଚନ ର ଶାସକ ଦଳର ପ୍ରଚାର ? ସେପଟେ ଭାରତୀୟ ସମ୍ବିଧାନ ଅନୁଯାଇ ବିରୋଧ କରିବାର ସମସ୍ତ ଙ୍କ ସାମ୍ବିଧାନିକ ଅଧିକାର ଅଛି | କିନ୍ତୁ ବିରୋଧୀ ଦଳ ହିସାବରେ ଅଣ୍ଡା ମାଡ଼ ଭଳି କାର୍ଯ୍ୟ କରିବା ଯଥାର୍ଥ ନୁହେଁ | ଏହି କାର୍ଯ୍ୟ ଗୁଡିକ ପ୍ରଭାବ ପକାଉଛି ବୌଦ୍ଧ ସାଧାରଣ ଜନତା ଙ୍କ ଉପରେ ବୋଲି ବୁଦ୍ଧି ମହାଲରେ ଚର୍ଚ୍ଚା ର ବିଷୟ ପାଲଟିଛି |

- Advertisement -spot_img

More articles

- Advertisement -spot_img

Latest article

ତୃତୀୟ ଦିନ ଓଡ଼ିଶା ଡ୍ରାଇଭର୍ ମହାସଂଘ୍ ବିଷମ କଟକ ବ୍ଲକ୍ ର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଜେଡି ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା ଯୋଗଦାନ

ବିଷମ କଟକ, (୧୦/୭) : ଆପ୍ର. : ତୃତୀୟ ଦିନ ଓଡ଼ିଶା ଡ୍ରାଇଭର୍ ମହାସଂଘ୍ ବିଷମ କଟକ ବ୍ଲକ୍ ର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଜେଡି ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା...

ଜଙ୍ଗଲରୁ ମିଳିଲା ଯୁବକଙ୍କ ମୃତଦେହ, ଗତ ୪ ତାରିଖରୁ ଥିଲେ ନିଖୋଜ

କନ୍ଧମାଳ, (୧୦/୭) : ଆପ୍ର. : ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର । ଫୁଲବାଣୀ ନିକଟସ୍ଥ ଖଜୁରୀପଡା ଥାନା ଅନ୍ତର୍ଗତ ଗୁଦାରୀ ବାଲୁକୁଟୀ ଜଙ୍ଗଲରୁ ମୃତଦେହ ଉଦ୍ଧାର ହୋଇଛି । ସୂଚନାଯୋଗ୍ୟ ଯେ, କନ୍ଧମାଳ...

ରାଇକିଆ ଅଞ୍ଚଳରେ ହାତୀ ଉପଦ୍ରବ : ଘରଦ୍ୱାର ଭାଙ୍ଗିଲେ ହାତୀପଲ

ରାଇକିଆ, (୧୦/୦୭) :ଆପ୍ର. : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ରଣବା ଅଞ୍ଚଳରେ କିଛି ଦିନ ହେଲା ହାତୀ ଉପଦ୍ରବ ଲାଗି ରହିଛି । ମଙ୍ଗଳବାର ୧୦ରୁ ୧୫ ଟିକିଆ ହାତୀପଲ ରଣବା ପଞ୍ଚାୟତ...

ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ, ଫେଲ ହେଲେ ପୁଣି ସୁଯୋଗ

ଭୁବନେଶ୍ବର, (୧୦/୦୭) : ଆପ୍ର. : ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ ଲାଗୁ ହୋଇଛି । ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସଂଶୋଧନ ନେଇ ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁସାରେ...

ହିନ୍ଦୁ ଠାରୁ ବୌଦ୍ଧ ସମସ୍ତେ ପାଳନ କରନ୍ତି ଗୁରୁ ପୂର୍ଣ୍ଣିମା

ଭୁବନେଶ୍ୱର, (୧୦/୦୭) : ଆପ୍ର. : ଆଜି ହେଉଛି ଗୁରୁ ପୂର୍ଣ୍ଣିମା । ଗୁରୁଙ୍କ ବିନା ଏ ସଂସାର ଅନ୍ଧକାର ମୟ । ପିତା ଓ ମାତା ଆମର ପ୍ରଥମ ଗୁରୁ ।...