32.9 C
Balāngīr
Saturday, July 12, 2025

ବିଜେଡିରୁ ୩୦ବିଧାୟକ ଓହରିବେ

Must read

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୧୮/୦୧) : ବିଜେଡିର ୩୦ରୁ ଅଧିକ ବିଧାୟକ ଓହରିଯିବେ । ଏଥିପାଇଁ ଉଭୟ ବିଜେଡି ଓ ବିଜେପି ମଧ୍ୟରେ ଢ଼େର କସରତ ଚାଲିଛି । ମୂଲଚାଲ ପ୍ରାୟ ସରିଛି ।

କେବଳ ଆନୁଷ୍ଠାନିକ ଭାବେ ସେମାନେ ଡିଆଁ ମାରିବେ । ଅପେକ୍ଷା ରହିଛି ବିଜେପିର ସାଂଗଠନିକ ମୁଖିଆ ଘୋଷଣାକୁ । ଏହାପରେ ବିଜେଡି ହେବ ଦୁଇଭାଗ । ଏପରି କିଛି ସଜବାଜ ଚୂଡ଼ାନ୍ତ ହୋଇଛି । ବିଜେଡି ବିଭାଜନ ପାଇଁ ଭିକେ ପାଣ୍ଡିଆନଙ୍କ ସଦ୍ୟ ଦରବାରକୁ ବି କେତେ ଦାୟୀ କଲେଣି । ରାଜନୀତିରୁ ସନ୍ୟାସ ନେଇଥିବା ପାଣ୍ଡିଆନ ଏବେ ବିଜେଡି ରସି ଧରିଲେଣି । ନବୀନ ନିବାସରେ ବସି ନେତାଙ୍କ କଥା ଶୁଣିଲେଣି । ଏହାକୁ ନେଇ ଅନେକ ବରିଷ୍ଠ ଏବେ ଖପ୍ପା । କିଛି କହିପାରୁ ନାହାନ୍ତି । ତେଣୁ ବିଜେପି ସହ ହାତ ମିଳାଇ କ୍ଷମତା ହାସଲ କରିବାକୁ ସଜବାଜ ଚୂଡ଼ାନ୍ତ କଲେଣି ।

ବିଜେଡି ଭିତରେ ଥମୁନି ଅସନ୍ତୋଷ । ବିଜେପିକୁ ସାମ୍ନା କରିବା ପାଇଁ ନେତାଙ୍କ ମଧ୍ୟରେ ଦମ ପାଉନାହିଁ । ଉଭୟ କେନ୍ଦ୍ର ଓ ରାଜ୍ୟରେ ବିଜେପି ରହିଥିବାରୁ ବୁଦ୍ଧି ବାଟ ପାଉନାହାନ୍ତି ବିଜେଡି ନେତାଏ । ବିଜେଡି ପୁଣି ଥରେ କ୍ଷମତାକୁ ଫେରିବାର ଆଶା ବି କରିପାରୁ ନାହାନ୍ତି । ବିଜେଡି ସମୟର ଦୁର୍ନୀତିକୁ ଦଳର ପୁରୁଖାମାନେ ଜାଣିଛନ୍ତି । ଯଦି ସେ ସବୁ ବିଜେପି ଖୋଳିବ, ତେବେ ବିଜେଡି ମୂଳରୁ ଉପୁଡ଼ି ଯିବ । ସେଥିପାଇଁ କିଛି ପୁରୁଖା ଏବେ ସୁରକ୍ଷିତ ରାସ୍ତା ଖୋଜିବାରେ ବ୍ୟସ୍ତ ଅଛନ୍ତି । ବିଜେପି ତ ଦୁର୍ନୀତିର ୱାସିଂ ମେସିନ ଭାବେ ପରିଚିତ । ମହାରାଷ୍ଟ୍ର ହେଉ କି ଦିଲ୍ଲୀ ବା ମଧ୍ୟପ୍ରଦେଶ ବା ରାଜସ୍ଥାନ, ସବୁଠି ଦୁର୍ନୀତିଖୋରମାନେ ବିଜେପିରେ ସାମିଲ ହୋଇ ସଫା ହୋଇଛନ୍ତି ।

ଏହି ଅଫର ବିଜେପି ପାଖରେ ଅଛି । ବିଜେପି ଚାହିଁଲେ ନେଇ ପାରିବ । ଏପଟେ ବିଜେଡିରେ ରହିଲେ, କ୍ଷମତା ଫେରିବାର ଆଶା ନାହିଁ । ଦଳର ମୁଣ୍ଡିଆଳ ବିଜେପି ସହ ମିଶି ରହିଛନ୍ତି । ସେମାନେ ତ ସୁରକ୍ଷିତ ଅଛନ୍ତି । କ୍ଷମତା ବି ଉପଭୋଗ କରୁଛନ୍ତି । ବିବାଦୀୟ ପାଣ୍ଡିଆନ, ଡିଏସ କୁଟ୍ଟେ, ଆଶୀଷ ସିଂ, ସୁଜାତା ରାଉତ, ବିଶାଲ ଦେବଙ୍କ ଭଳି ଅଫିସରଙ୍କର କିଛି ସମସ୍ୟା ହେଲାଣି କି? ନବୀନ ବାବୁଙ୍କ ବିରୋଧରେ ଏତେ ଦୁର୍ନୀତି ଥାଇ ତାଙ୍କୁ ଆଇନ ଧରୁଛି କି? ତେଣୁ ସେମାନେ ବିଜେପି ସହ ମିଶି ଭଲରେ ରହିଛନ୍ତି । ଏକଥାକୁ ବିଜେଡିର ଅନେକ ପୁରୁଖା ବୁଝିଲେଣି । ସେହି ପାଣ୍ଡିଆନ ଏବେ ବିଜେଡିର ମଙ୍ଗ ଧରିଲେଣି ।

ନବୀନ ନିବାସରେ ବସି ଦରବାର ଚଳାଇଲେଣି । ନେତା ମାନଙ୍କ ପାଖରୁ ପ୍ରସ୍ତାବ ନେଲେଣି । ସବୁକୁ ସେ ଦେଖିଲେଣି । ବରିଷ୍ଠମାନେ ପୁଣି ଦୂଆରୁ ତଡ଼ା ଖାଇଲେଣି । ଇତିମଧ୍ୟରେ କିଛି ପୁରୁଖାଙ୍କର ୨/୩ ଥର ବୈଠକ ବି ହୋଇ ସାରିଛି । ସେମାନଙ୍କର ଯୋଗସୂତ୍ର ସରିଛି । ଏଥିରେ କାଳେ ନୟାଗଡ଼ ବିଧାୟକ ଅଗ୍ରଣୀ ଭୂମିକା ନେଉଛନ୍ତି ।

ଅପେକ୍ଷା ଅଛି ବିଜେପିର କେନ୍ଦ୍ରୀୟ ଓ ରାଜ୍ୟ ସଭାପତି ଘୋଷଣା । ଏହା ଘୋଷଣା ହେବା ପରେ ଏକ ବଡ଼ ଉତ୍ସବ ଆୟୋଜିତ ହେବ । ସେଥିରେ ବିଜେଡିକୁ ବିଭାଜନ କରି ୩୦ରୁ ଅଧିକ ବିଧାୟକ ବିଜେପିରେ ସାମିଲ ହେବେ । ସେମାନଙ୍କ ମଧ୍ୟରୁ ୪ଜଣଙ୍କୁ ମନ୍ତ୍ରୀପଦ ବି ମିଳିବ । ସେଥିପାଇଁ ମୋହନ ସରକାର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ପ୍ରସ୍ତାବକୁ କେନ୍ଦ୍ରରେ ଚାପି ରଖାଯାଇଛି । ସବୁ କାରସାଦି ସରିଛି । କେବଳ ଆନୁଷ୍ଠାନିକ ଭାବେ କାମ ହେବାକୁ ବାକି ଅଛି । ଦେଖାଯାଉ ବିଜେପି କେତେଶୀଘ୍ର ବିଜେଡିରୁ ତାର ବିଧାୟକ ମାନଙ୍କୁ ଖସାଇ ନେଉଛି?

- Advertisement -spot_img

More articles

- Advertisement -spot_img

Latest article

ତିନି ଲକ୍ଷ ୫୫ ହଜାର ଟଙ୍କା ର ଚୋରା ଗଞ୍ଜେଇ ଜବତ, ତିନି ଅଭିଯୁକ୍ତ ଗିରଫ

ବଲାଙ୍ଗୀର/ଟିଟିଲାଗଡ଼, (୧୦/୦୭) : ଆପ୍ର. : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ଼ ରେଳ ଷ୍ଟେସନ ରୁ ତିନି ଗଞ୍ଜେଇ ଚୋରା ଚାଲାଣ କରୁଥିବା ଯୁବକ ଶହ ତିରିଶ କେଜି ୫୦୦ ଗ୍ରାମ ଗଞ୍ଜେଇ...

ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ: ସଂକ୍ରମିତ ସ୍ଥାନରୁ ୧୦ କି.ମି ମଧ୍ୟରେ କୁକୁଡ଼ା ଦୋକାନ ବନ୍ଦ

ପିପିଲି, (୧୨/୦୭) : ଆପ୍ର. : ରାଜ୍ୟରେ ବଢ଼ିଲାଣି ବାର୍ଡ ଫ୍ଲୁ ଭୟ । ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ। ନମୁନା ପରୀକ୍ଷାରୁ ଆସିଲା ପଜିଟିଭ୍ ରିପୋର୍ଟ । ନH5N1 ଆଭିଏନ୍‌...

ଭୁବନେଶ୍ୱରରେ ପହଞ୍ଚିଲେ ରାହୁଲ ଗାନ୍ଧୀ: ସମ୍ୱିଧାନ ବଞ୍ଚାଅ ସମାବେଶରେ ହେବେ ସାମିଲ

ଭୁବନେଶ୍ୱର, (୧୨/୦୭) :ଆପ୍ର. : ଓଡ଼ିଶାରେ ରାହୁଲ । ଭୁବନେଶ୍ବରରେ ପହଞ୍ଚିଲେ ରାହୁଲ ଗାନ୍ଧୀ । ଦିଲ୍ଲୀରୁ ବିମାନରେ ଆସି ପହଞ୍ଚିବା ପରେ ତାଙ୍କୁ ବିମାନବନ୍ଦରରେ କଂଗ୍ରେସ ନେତାମାନେ ଭବ୍ୟ ସ୍ବାଗତ କରିଛନ୍ତି...

ସଡ଼କ ଦୁର୍ଘଟଣାରେ ବାଇକ ଚାଳକ ମୃତ

ସୋନପୁର, (୧୨/୦୭) : ଆପ୍ର. : ଅଜଣା ଗାଡ଼ିରେ ବାଇକ ପିଟି ହୋଇ ଚାଲିଗଲା ବାଇକ ଚାଳକଙ୍କ ଜୀବନ । ଘଟଣା ଘଟିଛି ସୋନପୁର - ବଲାଙ୍ଗିର ସୀମାନ୍ତ ବିଲେଇସର୍ଡ଼ା ଗ୍ରାମ ନିକଟରେ...

ଘଞ୍ଚ ଜଙ୍ଗଲରୁ ମିଳିଲା ମୃତଦେହ, ପରିଚୟ ଅସ୍ପଷ୍ଟ

ଭଞ୍ଜନଗର, (୧୨/୦୭) : ଆପ୍ର. : ଘଞ୍ଚ ଜଙ୍ଗଲରେ ପୋତା ଯାଇଥିଲା ମୃତଦେହ । ମୃତଦେହ ନିକଟରେ ଲାଗିଛି ଧୂପକାଠି । ପାଖରେ ପଡ଼ିଛି କିଛି ଖଇ, ଚାଉଳ ଏବଂ ଖୁଚୁରା ପଇସା...