32.9 C
Balāngīr
Wednesday, April 30, 2025

ବିଜେପିର ନିଷ୍ପତ୍ତି ବିରୁଦ୍ଧରେ ବିଜେଡି ର ପ୍ରତିଵାଦ ସଭା

Must read

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୬/୩) : ରାଜ୍ୟ ସରକାର ମାର୍ଚ୍ଚ ୫ ତାରିଖ , ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ରେ ସରକାରୀ ଛୁଟି ବାତିଲ ପ୍ରତିଵାଦରେ ଆଜି ଗୁଣପୁର ଠାରେ ଏକ ପ୍ରତିବାଦ ସଭାରେ ଆୟୋଜନ କରାଯାଇଥିଲା ।WhatsApp Image 2025 03 06 at 17.07.18 ବିଜେପିର ନିଷ୍ପତ୍ତି ବିରୁଦ୍ଧରେ ବିଜେଡି ର ପ୍ରତିଵାଦ ସଭା

ଗତକାଲି ଗୁଣପୁର ବିଜୁ ଜନତା ଦଳର ପକ୍ଷରୁ ବିଜୁ ବାବୁଙ୍କ ୧୦୯ ତମ ଜନ୍ମ ଜୟନ୍ତୀ ମହା ଆଡ଼ମ୍ବରରେ ପାଳନ କରାଯାଇଥିଲା । ଗୁଣପୁର ନୂତନ ବସଷ୍ଟାଣ୍ଡ ନିକଟରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତୀରେ ପୂର୍ବତନ ବିଧାୟକ ରଘୁନାଥ ଗମାଙ୍ଗ ଓ ବହୁ ଦଳିୟ ନେତା ଓ କର୍ମୀ ଉପସ୍ଥିତ ରହି ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜଣାଇବା ସହ ଦେଶ ଓ ଜାତିପ୍ରତି ବିଜୁବାବୁଙ୍କ ଅବଦାନ ସ୍ମରଣ କରିଥିଲେ । ପରେ ଚିକିତ୍ସାଳୟରେ ରୋଗିଙ୍କୁ ଫଳ ବଣ୍ଟା ଯାଇଥିଲା । କିନ୍ତୁ ଆଜି ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଦିବସକୁ ଅପ୍ରେଲ ୨୪ ରେ ପାଳନ ଓ ବିଜୁ ଜୟନ୍ତୀରେ ସରକାରୀ ଛୁଟି ବାତିଲ ବିରୁଦ୍ଧରେ ଏକ ପ୍ରତିବାଦ ସଭାର ଆୟୋଜନ କରାଯାଇଥିଲା । ବିଜୁବାବୁଙ୍କ ପ୍ରତିମୂର୍ତ୍ତୀ ତଳେ ଆଜି ବିଜେଡି ନେତା ଓ କର୍ମୀ ଏକାଠି ହୋଇ ବିଜେପି ସରକାରର ନିଷ୍ପତ୍ତି ବିରୁଦ୍ଧରେ ଵର୍ଷିଥିଲେ ।

ରାଜ୍ୟ ସରକାର ବିଜୁ ଜୟନ୍ତୀକୁ ପଞ୍ଚାୟତିରାଜ ଦିବସ ରୂପେ ପାଳନ ନ କରିବା ନିଷ୍ପତ୍ତି ଓଡ଼ିଶାବାସୀଙ୍କ ପାଇଁ ଏକ ଉପହାସ ବୋଲି କହିବା ସହ ବିଜେପିକୁ ରଙ୍ଗଵଦଳା ସରକାର ବୋଲି ତାତ୍ସଲ୍ୟ କରିଥିଲେ । ବିଜେପି ସରକାରର ଏଭଳି ନିଷ୍ପତ୍ତିକୁ ଓଡ଼ିଶାବାସୀ ସହିଵେନି, ତେବେ ଆଗକୁ ଏପରି ଭୁଲ ନିଷ୍ପତ୍ତିକୁ ଆଦୈ । ବରଦାସ୍ତ କରାଯିବ ନାହିଁ ବୋଲି ବିଜେଡ଼ି ନେତାମାନେ ଚେତାବନୀ ଦେଇଥିଲେ । ଆଜିର ଏହି ପ୍ରତିବାଦ ସଭାରେ ପୂର୍ବତନ ବିଧାୟକ ରଘୁନାଥ ଗମାଙ୍ଗ, ଅଶ୍ଵିନୀ ଗମାଙ୍ଗ, ଏସ୍ ବାବା ପ୍ରସାଦ, ମୁନା ପାଣି, ଗଗନ ଆଚାର୍ଯ୍ୟ, ବିଷ୍ଣୁ ପଣ୍ଡା, ଏସିଅ ଶଵର ସମେତ ବିଜେଡ଼ିର ବହୁ ନେତା ଓ କର୍ମୀ ଯୋଗଦେଇଥିଲେ । ତେବେ ବିଜେଡି ନେତା ଙ୍କ ଏହି ପ୍ରତିବାଦ ସଭା ରାଜ୍ୟ ସରକାରଙ୍କ ଉପରେ କି ପ୍ରଭାବ ପକାଉଛି ଦେଖିବାକୁ ବାକି ରହିଲା ।

- Advertisement -spot_img

More articles

- Advertisement -spot_img

Latest article

ଉପାନ୍ତ ଅଞ୍ଚଳରେ ପାନୀୟ ଜଳ କଷ୍ଟ

କୋଲନରା, (୨୯/୦୪) : ଆପ୍ର. : ବଣ ଜଙ୍ଗଲ ଘେରା ଉପାନ୍ତ ଅଞ୍ଚଳରେ ଟିକର ପଡା ଗ୍ରାମ ଅବସ୍ଥିତ । ଗ୍ରାମରେ ମୋଟ ୪୫ ଗୋଟି ପରିବାର ରହୁଥିବା ବେଳେ ୨୧୫ ଜଣ...

ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ସ୍ମାରକ ପତ୍ ପ୍ରଦାନ

ରାୟଗଡ଼ା, (୨୯/୪) : ଆପ୍ର. : ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ଡାକରାରେ ରାୟଗଡ଼ ଜିଲ୍ଲା ଶାଖା ତରଫରୁ ଈପିଏଫ୍ ପେନସନରସ୍ ତଥା ବରିଷ୍ଠ ନାଗରିକ ମାନେ ସ୍ଥାନୀୟ ଜିଲ୍ଲାପାଳଙ୍କ ଜରିଆରେ...

କୁମୁଲି ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ

କୋରାପୁଟ, (୩୦/୪) : ଆପ୍ର. : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ, କଟକର ବୋରିଗୁମ୍ମା ବ୍ଲକ୍ କୁମୁଲି ସର୍କଲ ଅନ୍ତର୍ଗତ ୮ ଗୋଟି କ୍ଲଷ୍ଟରର ପ୍ରାଥମିକ ଶିକ୍ଷକ ସଂଘର ଅବଧି ସଂପୂର୍ଣ୍ଣ...

କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ କାଉନସିଲ ବୈଠକ ଅନୁଷ୍ଠିତ

କାଶୀନଗର, (୨୯/୪) : ଆପ୍ର. : ଗଜପତି ଜିଲ୍ଲାରେ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅସ୍ଥାୟୀ କାର୍ଯ୍ୟାଳୟ ସଭାଗୃହ ଠାରେ କାଉନସିଲ ବୈଠକ ଅନୁଷ୍ଠିତ ହୋଇଥିଲା । ଏନ୍ଏସି ଅଧ୍ୟକ୍ଷା ଏମ. ସୁଧାରାଣୀ, ଉପାଧ୍ୟକ୍ଷ...

ବିବେକାନନ୍ଦ ଙ୍କ ଦର୍ଶନ ଉପରେ ମାର୍ଗ ଦର୍ଶନ କଲେ ସ୍ୱାଧି କାଞ୍ଚନ ସୋମ ଅଗ୍ରୱାଲା

ସୁବର୍ଣ୍ଣପୁର, (୨୯/୦୪) ଆ.ପ୍ର : ମଙ୍ଗଳବାର ସନ୍ଧ୍ୟା ରେ ଶ୍ରୀ ଗୋପାଳଜୀ ଯୋଗାଶ୍ରମ ମହାନଦୀ ଯୋଗବିହାର ସୁବର୍ଣ୍ଣପୁର ଠାରେ ସ୍ୱାମୀ ବିବେକାନନ୍ଦ ଙ୍କର ଦର୍ଶନ ଏବଂ ହିନ୍ଦୁ ଧର୍ମ ପ୍ରଚାର ପ୍ରସାର ରେ...