ରିପୋର୍ଟ : ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡ଼ା,(୨୨/୧୧) : ବିଜେପି ଛାଡ଼ିଲେ ରାୟଗଡ଼ା ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି | ବିଜେପିରେ ଦୋଦୁଲ୍ୟମାନ ସ୍ଥିତି । ଅସୁରକ୍ଷିତ ନେତା । ଦଳ ଭିତରୁ ମିଳୁଛି ହତ୍ୟା ଧମକ । ବୁଝିବାକୁ ନାହିଁ ରାଜ୍ୟ ବିଜେପି ନେତୃବୃନ୍ଦଙ୍କ ପାଖରେ ସମୟ ।
ବିଜେପି ଛାଡ଼ିଲେ ରାୟଗଡ଼ା ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି | ଏମିତି କିଛି ଅଭିଯୋଗ ଆଣି ବିଜେପି ଛାଡ଼ିବା ସହ ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି ରାୟଗଡ଼ା ଜିଲ୍ଲା ଯୁବ ମୋର୍ଚ୍ଚା ଉପସଭାପତି ମଇନା ଆଚାର୍ଯ୍ୟ । ରାୟଗଡା ଜିଲ୍ଲା ବିଜେପି ସଭାପତିଙ୍କ ମନମୁଖୀ କାର୍ଯ୍ୟ ତଥା ମହିଳାଙ୍କୁ ଅସମ୍ମାନ ଅଭିଯୋଗରେ ମଇନା ଇସ୍ତଫା ଦେଇଛନ୍ତି । ମଇନା ଜଣେ ଶୃଙ୍ଖଳିତ କାର୍ଯ୍ୟକର୍ତ୍ତା ଭାବେ କାମ କରୁଥିବା ବେଳେ ଜିଲ୍ଲା ସଭାପତି ଶିବ ପଟ୍ଟନାୟକ ଓ ସମ୍ପାଦକ କିଶୋର ପଣ୍ଡା ତାଙ୍କୁ ବାରମ୍ବାର ଅପମାନିତ କରିଥିବା ସେ ଅଭିଯୋଗ କରିଛନ୍ତି ।
ବିଜେପିର କିଛି କର୍ମକର୍ତ୍ତା ତାଙ୍କୁ ମାରିଦେବାକୁ ଧମକ ଦେଉଥିବା ସେ ଅଭିଯୋଗ କରିଛନ୍ତି । ଏନେଇ ରାଜ୍ୟ ନେତୃମଣ୍ଡଳୀକୁ ଜଣାଇଥିଲେ ବି କେହି ଗୁରୁତ୍ୱ ଦେଉ ନ ଥିବାରୁ ସେ ଇସ୍ତଫା ଦେଇଥିବା କହିଛନ୍ତି । ଆବଶ୍ୟକ ପଡ଼ିଲେ ଆଇନର ଆଶ୍ରୟ ନେବେ ବୋଲି ମଧ୍ୟ କହିଛନ୍ତି ମଇନା ।