32.9 C
Balāngīr
Sunday, April 20, 2025

ବିଜେପି ପକ୍ଷରୁ କୁଶ ପୁତ୍ତଳିକା ଦାହ

Must read

ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ ପାଳିତ

ଗଞ୍ଜାମ, (୧୯/୦୪) : ଆପ୍ର. : ଗଞ୍ଜାମ ସହରସ୍ଥିତ ଆଖଡ଼ାବନ୍ଧ ସାହି ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଆଖଡ଼ାବନ୍ଧ ସାହି, ପଣ୍ଡା ସାହି, ଗୌଡ଼ ସାହି ଓ ମଧ୍ୟଖଣ୍ଡ...

ରିପୋର୍ଟ : ଗୋପୀନାଥ ଗୌଡ
ରାୟଗଡା, (୦୨/୦୨) : ବିଜେପି ପକ୍ଷରୁ କୁଶ ପୁତ୍ତଳିକା ଦାହ । ଶୁକ୍ରବାର ଦିନ ସଂସଦରେ ହୋଇଥିବା ବଜେଟ ଅଧିବେଶନରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରପଦି ମୁର୍ମୁ ସଂସଦର ମିଳିତ ଅଧିବେଶନକୁ ସମ୍ଭୋର୍ଦ୍ଧିତ କରିଥିଲେ ।WhatsApp Image 2025 02 01 at 21.41.59 ବିଜେପି ପକ୍ଷରୁ କୁଶ ପୁତ୍ତଳିକା ଦାହ

ତେବେ ରାଷ୍ଟ୍ରପତି ଙ୍କ ଅଭିଭାଷଣକୁ ନେଇ କଂଗ୍ରେସ୍ ନେତ୍ରୀ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହାକୁ ନେଇ ରାଜନୈତିକ ଝଡ ସୃଷ୍ଟି ହୋଇଛି । ରାଷ୍ଟ୍ରପତି ଅଭିଭାଷଣ ଦେଲା ପରେ କ୍ଳାନ୍ତ ହୋଇ ପଡିଛନ୍ତି, ରାଷ୍ଟ୍ରପତିଙ୍କ ଅଭିଭାଷଣ ବୋରିଂ ଥିଲା, ରାଷ୍ଟ୍ରପତି ଜଣେ ଗରିବ ମହିଳା ବୋଲି ସୋନିଆ ଗାନ୍ଧୀ କହିଥିଲେ। ରାଷ୍ଟ୍ରପତିଙ୍କ ଭାଷଣ ଅତ୍ୟନ୍ତ ବିରକ୍ତି ଜନକ ଥିଲା । ଏହିପରି ମନ୍ତବ୍ୟ ଗୁଡ଼ିକୁ ରାଷ୍ଟ୍ରପତି ଭବନ ପକ୍ଷରୁ ଏବଂ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧି ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ଅଟେ। ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧି ଦେଶକୁ, ଆଦିବାସୀ ସମାଜକୁ ଏବଂ ରାଷ୍ଟ୍ରପତିଙ୍କୁ କ୍ଷମା ମାଗନ୍ତୁ ବୋଲି ବିଜେପି ପକ୍ଷରୁ ଦାବି କରାଯାଇଛି ।

ଏହି ସଂକ୍ରାନ୍ତରେ ଆଜି ରାୟଗଡ଼ ଜିଲ୍ଲା ସଭାପତି ଶିଵ ପଟନାୟକଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟି ପକ୍ଷରୁ କପିଳାସ ଛକ ନିକଟରେ ରାହୁଲ ଓ ସୋନିଆ ଗାନ୍ଧୀ ଙ୍କ କୁଶ ପୁତ୍ତଳିକା ଦାହ କରଯାଇଛି। ବିଜେପି ସଭାପତି ଶ୍ରୀ ପଟନାୟକ କହିଛନ୍ତି ସୋନିଆ ଗାନ୍ଧୀ ରାଷ୍ଟ୍ରପତିଙ୍କ ବିରୁଦ୍ଧରେ ଏହିଭଳି ମନ୍ତବ୍ୟ ଦେଇ ଦେଶର ସର୍ବୋଚ୍ଚ ସମ୍ବିଧାନିକ ପଦରେ ଥିବା ବ୍ୟକ୍ତି ଜଣେ ମହିଳା ଅଟନ୍ତି। ଏବଂ ସେ ଜଣେ ଆଦିବାସୀ। ସୋନିଆ ଓ ରାହୁଲ ଆଦିବାସୀଙ୍କୁ ଅପମାନିତ କରିଛନ୍ତି। ସେହିଭଳି କୋରାପୁଟ ବିଧାୟକ ରଘୁରାମ ମାଛ କହିଛନ୍ତି ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟ ସାମନ୍ତବାଦୀ ଏବଂ ଅହଂକାର ର ମାନସିକତା। ବିଜେପି ଏହା କେବେ ମଧ୍ୟ ବର୍ଦସ୍ତ କରିବ ନାହିଁ। କଂଗ୍ରେସ ଦେଶକୁ କ୍ଷମା ମାଗିବା ଉଚିତ୍ ବୋଲି କହିଛନ୍ତି ।

ଆଜିର ଏହି କାର୍ଯ୍ୟକ୍ରମରେ କୋରାପୁଟ ବିଧାନ ସଭା ବିଧାୟକ ଶ୍ରିଯୁକ୍ତ ରଘୁରାମ ମାଛ, ରାୟଗଡ଼ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଶିବ ପଟନାୟକ, ଶ୍ରୀଯୁକ୍ତ କାଳୀରାମ୍ ମାଝୀ, ଶ୍ରୀ ପଦ୍ମନାଭ ଦାସ, ଅଶ୍ଵିନୀ କୁମାରୀ କଞ୍ଚାଡା, ଅଶ୍ଵିନୀ ନାୟକ, ରଜତ ମାଦଳା, ଗୁଡଲା ଲକ୍ଷ୍ମୀ, ଓ ବିଜେପି ଦଳର ମାନ୍ୟଗଣ୍ୟ ବ୍ୟକ୍ତି ଓ କର୍ମି ମାନେ ଉପସ୍ଥିତ ଥିଲେ।

- Advertisement -spot_img

More articles

- Advertisement -spot_img

Latest article

ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ ପାଳିତ

ଗଞ୍ଜାମ, (୧୯/୦୪) : ଆପ୍ର. : ଗଞ୍ଜାମ ସହରସ୍ଥିତ ଆଖଡ଼ାବନ୍ଧ ସାହି ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଆଖଡ଼ାବନ୍ଧ ସାହି, ପଣ୍ଡା ସାହି, ଗୌଡ଼ ସାହି ଓ ମଧ୍ୟଖଣ୍ଡ...

ଜଗନ୍ନାଥ ଡିଗ୍ରୀ କଲେଜରେ +୩ ତୃତୀୟ ବର୍ଷର ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଉତ୍ସବ

ବଲାଙ୍ଗିର, (୧୯/୦୪) : ଆପ୍ର. : ଆଜି ବଲାଙ୍ଗିର ସଦରବ୍ଲକ ଅନ୍ତର୍ଗତ ସାହାଜବାହାଲ ଗ୍ରାମର ଜଗନ୍ନାଥ ଡିଗ୍ରୀ କଲେଜରେ, +୩ ତୃତୀୟ ବର୍ଷର ଓଡ଼ିଆ ବିଭାଗର ବିଦାୟ ସମାରୋହ ପାଳନ ହୋଇଯାଇଛି । ଏଇ...

ଖୁବଶୀଘ୍ର ଆସିବ ନୂଆ ରାସନ କାର୍ଡ ଓ ନୂଆ ତାଲିକା

ଭୁବନେଶ୍ୱର, (୧୯/୦୪) : ଆପ୍ର. : ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଆସିଲା ବଡ଼ ଖବର । ରାଜ୍ୟରେ ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ମିଳିବ । ଏନେଇ ଆଜି ରାଜ୍ୟ...

ବୈତରଣୀ କେଶରି କୁଣ୍ଡରେ ଗାଧୋଇବା ବେଳେ ବୁଡ଼ିଗଲେ ୨ ଦଶମ ଶ୍ରେଣୀ ଛାତ୍ର

କେନ୍ଦୁଝର, (୧୯/୦୪) : ଆପ୍ର. : ଗାଧୋଇବା ବେଳେ ବୁଡ଼ିଗଲେ ୨ ଜଣ ଦଶମ ଛାତ୍ର। ଚମ୍ପୁଆ ସରେଇ ଗାଁଆ ବୈତରଣୀ ନଦୀ କେଶରୀ କୁଣ୍ଡରେ ଗାଧୋଇବା ବେଳେ ଦୁଇ ଛାତ୍ର ବୁଡି...

ରେଳ ଧାରଣରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

କଣ୍ଟାବାଞ୍ଜି, (୧୯/୦୪) : ଆପ୍ର. : ହରିଶଙ୍କର ରୋଡ଼ -ତୁରେକେଲା ରୋଡ଼ ରେଳ ଷ୍ଟେସନ ନିକଟରେ ଅଭାବନୀୟ ଘଟଣା । ରେଳ ଧାରଣାରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ବତ୍ତର୍ମାନ୍...