ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୩୦/୦୪) : ଟିଟିଲାଗଡ ନିର୍ବାଚନ ମଣ୍ଡଳୀ ର ବିଜେପି ପ୍ରାର୍ଥୀ ନବୀନ ଜୈନ ଙ୍କ ଘରେ ପଶି ହତ୍ୟା ଧମକ ଦେବା ସହ ନାମାଙ୍କନ ପତ୍ର ପ୍ରତ୍ୟାହାର କରିବା କୁ କହିଥିବା ନେଇ ଶ୍ରୀ ଜୈନ ତଥା ତାଙ୍କ ସହ ଧର୍ମିଣୀ ତଥା ଟିଟିଲାଗଡ ପୌର ପରିଷଦ ଅଧ୍ୟକ୍ଷା ଶ୍ରୀ ମତି ମମତା ଦେବୀ ଜୈନ ସୋମବାର ଅପରାହ୍ନ ସମୟ ରେ ସ୍ଥାନୀୟ ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି ।
ଟିଟିଲାଗଡ ଥାନା ଅନ୍ତର୍ଗତ ମାଥନପଲା ଗ୍ରାମ ର ଚୂଡ଼ାମଣି ଭରାସାଗର ଓ ତା ସହ ଥିବା ଆଉ ଜଣେ ଯୁବକ ଶ୍ରୀ ଜୈନ ଙ୍କ ଘରେ କବାଟ କୁ ଧକ୍କା ଦେଇ ପଶିଯାଈ ତୁରନ୍ତ କରିଥିବା ନାମାଙ୍କନ ପତ୍ର କୁ ପ୍ରତ୍ୟାହାର ନ କଲେ ଜୀବନ ରେ ମାରିଦେବା ହତ୍ୟା ଧମକ ଦେବା ଲିଖିତ ଅଭିଯୋଗ ହୋଇଛି । ଅନେକ ବିଜେପି ମହିଳା କର୍ମୀ ଙ୍କ ସହ ଥାନା ରେ ଏତଲା ଦେଇଥିବା ବେଳେ ଅପରକ୍ଷରେ ଚୂଡ଼ାମଣି ଅପରାହ୍ନ ୨ ଟା ରୁ ୩ ଟା ସମୟ ମଧ୍ୟରେ ସେ ଶ୍ରୀ ଜୈନ ଙ୍କ ଘରକୁ ଟଙ୍କା ମାଗିବାକୁ ଯାଇଥିବା ବେଳେ ତାଙ୍କୁ ଜାତିଆଣ ଆକ୍ଷେପ କରି ଗାଳି,ଗୁଲଜ କରିବା ଅଭିଯୋଗ କରିଛନ୍ତି । ଉକ୍ତ ଚୂଡ଼ାମଣି ସହ ଥିବା ଅନ୍ୟ ଜଣେ ଯୁବକ ଭାଗ୍ୟ ଭରାସାଗର ଏ ନେଇ କିଛି ଏଭଳି ଘଟଣା ଘଟି ନ ଥିବା କହିଛନ୍ତି ।
ସ୍ଥାନୀୟ ବିଧାୟିକା ଟୁକୁନି ସାହୁ ଙ୍କ ବାସ ଭବନ କୁ ଯାଇ ସେ ଯୋଜନାବଦ୍ଧ ଭାବେ ଦିନ ପ୍ରାୟ ଏକ ଘଣ୍ଟା ୩୦ ମିନିଟ ସମୟ ରେ ବାହାରି ଶ୍ରୀ ଜୈନ ଙ୍କ ଘରକୁ ଯାଇଥିବା ଓ ଏହା ସମ୍ପୂର୍ଣ୍ଣ ରାଜନୈତିକ ପ୍ରଣୋଦିତ ବୋଲି ଚର୍ଚ୍ଚା ଜୋର ଧରିଛି । ଏ ନେଇ ସ୍ଥାନୀୟ ପୋଲିସ ସିସି ଟିଭି ଫୁଟେଜ ଯାଞ୍ଚ ସହ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ବିଭିନ୍ନ ମହଲ ରୁ ଦାବି ହେଉଛି ।