ସୁବର୍ଣ୍ଣପୁର, (୧୯/୦୫) : ଆ.ପ୍ର : ସୋନପୁର ପଟରୁ ଏକ କାର ଯୋଗେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ପୁଲିସ ଖବର ପାଇଥିଲା l
ସୁବର୍ଣ୍ଣପୁର ଏସପି ନାରାୟଣ ନାୟକଙ୍କ ନିର୍ଦ୍ଦେଶ କ୍ରମେ ବୀରମହାରାଜପୁର ପୁଲିସ ଟିମ୍ ସହ କାର ର ପିଛା କରିଥିଲେ l ତେବେ କାରଟି ହିକୁଡି ଛକରେ ଏକ ଖୁମ୍ବକୁ ଧକ୍କା ଦେଇ ଫେରାର ମାରିଥିଲା l ପୁଲିସ ତାର ପିଛା କରିଥିବା ବେଳେ ବିଦୁରୁପାଲି ଛକ ନିକଟରେ ଚାଳକ କାର ଛାଡ଼ି ଦେଇ ଫେରାର ମାରିଥିଲା l ସନ୍ଧ୍ୟା ସମୟରେ ଘଟଣା ସ୍ଥଳରେ ମଜିଷ୍ଟେଟ ତଥା ତହସିଲଦାର ମମତା ମେହେର ଏବଂ ପୁଲିସ ଉପସ୍ଥିତିରେ ଗଞ୍ଜେଇ ଓଜନ କଲା ପରେ ୬୫କେଜି ୮୬୦ ଗ୍ରାମ ଗଞ୍ଜେଇ ଥିବା ଜଣାପଡିଥିଲା l ତେବେ କରାରରେ ଆଉ କେତେ ଜଣ ଥିଲେ ତାହା ସ୍ୱଷ୍ଟ ହୋଇ ନ ଥିବା ବେଳେ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି l