32.9 C
Balāngīr
Tuesday, July 15, 2025

ବିଦେଶରେ ଡାକ୍ତରୀ ପଢ଼ିବାକୁ ନିଟ୍-ୟୁଜି ପାସ୍ କରିବା ବାଧ୍ୟତାମୂଳକ – ସୁପ୍ରିମକୋର୍ଟ

Must read

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୨୨/୦୨) : ଭାରତୀୟ ଛାତ୍ରଛାତ୍ରୀଙ୍କ ବିଦେଶରେ ଡାକ୍ତରୀ ପାଠପଢ଼ାକୁ ନେଇ ବଡ଼ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ ।

ବିଦେଶରେ ଡାକ୍ତରୀ ପଢ଼ିବାକୁ ହେଲେ ପ୍ରଥମେ ନ୍ୟାସନାଲ ଏଲିଜିବିଲିଟି କମ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍- ୟୁଜି) ପାସ କରିବା ବାଧ୍ୟତାମୂଳକ ହେବ। ଏନେଇ ମେଡିକାଲ କାଉନସିଲ ଅଫ ଇଣ୍ଡିଆର (ଏମସିଆଇ) ସପକ୍ଷରେ ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି । ବିଦେଶରେ ଡାକ୍ତରୀ ପାଠପଢ଼ାକୁ ନେଇ ୨୦୧୮ରେ ଏମସିଆଇ ଏକ ନିୟମ ଜାରି କରିଥିଲେ। ଏଥି ନିମନ୍ତେ ଛାତ୍ରଛାତ୍ରୀଙ୍କ ନିଟ୍-ୟୁଜି ଯୋଗ୍ୟତା ଜରୁରୀ ବୋଲି ଏମସିଆଇ କର୍ତ୍ତୃପକ୍ଷ ନିୟମ କରିଥିଲେ। ଏହାକୁ ବିରୋଧ କରି ଅନେକ ଛାତ୍ରଛାତ୍ରୀ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ।

ସୁପ୍ରିମକୋର୍ଟରେ ବିଚାରପତି ବି.ଆର. ଗଭାଇ ଏବଂ କେ. ବିନୋଦ ଚନ୍ଦ୍ରନଙ୍କ ଖଣ୍ଡପୀଠ ଏହି ଆବେଦନର ଶୁଣାଣି କରିଥିଲେ। ସୁପ୍ରିମକୋର୍ଟ ନିଜ ନିଷ୍ପତ୍ତିରେ କହିଛନ୍ତି ଯେ ଏମସିଆଇ ଜାରି କରିଥିବା ଏହି ନିୟମ ନିରପେକ୍ଷ, ସ୍ୱଚ୍ଛ ଏବଂ ଏହା କୌଣସି ପ୍ରକାରର ଆଇନଗତ ଜଟିଳତା ସୃଷ୍ଟି କରିବ ନାହିଁ । ୨୦୧୮ ମସିହା ପରଠୁ ବିଦେଶରେ ଡାକ୍ତରୀ ପଢ଼ି ଭାରତରେ ଡାକ୍ତରୀ ଚାକିରୀ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ଏହା ବାଧ୍ୟତାମୂଳକ ହେବ। କିନ୍ତୁ ବିଦେଶରେ ଡାକ୍ତର ଚାକିରି କଲେ ଏହି ନିୟମ ଲାଗୁହେବ ନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି।

- Advertisement -spot_img

More articles

- Advertisement -spot_img

Latest article

ବାଲିଗୁଡା ବନଖଣ୍ଡ ରେ ବୃକ୍ଷ ରୋପଣ ବୁଲି ଦେଖିଲେ ପିସିସିଏଫ୍

ବାଲିଗୁଡା, (୧୫/୭) : ଆପ୍ର. : ବାଲିଗୁଡା ବନଖଣ୍ଡ ରେ ବୃକ୍ଷ ରୋପଣ ବୁଲି ଦେଖିଲେ ପିସିସିଏଫ୍ l ବାଲିଗୁଡା ବନ ଖଣ୍ଡ ରେ ବନ ମହୋତ୍ସବ ସପ୍ତାହ ପାଳନ ପରେ ଆଜି ବାଲିଗୁଡ଼ା...

ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଶୋକସଭା ନାରୀ ନିର୍ଯାତନା କମିଟି ଗଠନ

ମୁରିବାହାଲ, (୧୫/୭) : ଆପ୍ର. : ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଶୋକସଭା ନାରୀ ନିର୍ଯାତନା କମିଟି ଗଠନ । ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ...

ଉଚ୍ଚଶିକ୍ଷା ବିଭାଗକୁ ବଡ଼ ନିର୍ଦ୍ଦେଶ ଦେଲେ ସରକାର: ୨୪ ଘଣ୍ଟା ମଧ୍ୟରେ

ବାଲେଶ୍ୱର, (୧୫/୦୭) : ଆପ୍ର. : ବାଲେଶ୍ୱର ସ୍ଥିତ ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଏହି ଘଟଣାରେ ବରୋଧୀ ବିଜେଡି ଏବଂ କଂଗ୍ରେସ...

ସୋନପୁର କଲେଜର ବିଭିନ୍ନ ସମସ୍ୟା ନେଇ ବିଧାୟକ ନିରଞ୍ଜନ ପୂଜାରୀଙ୍କୁ ଭେଟିଲେ ପୁରାତନ ଛାତ୍ରଛାତ୍ରୀ ସଂଘ ର ଏକ ପ୍ରତିନିଧି ମଣ୍ଡଳୀ

ସୁବର୍ଣ୍ଣପୁର, (୧୪/୦୭) : ଆ.ପ୍ର : ସୋନପୁର ମହାବିଦ୍ୟାଳୟ ପୁରାତନ ଛାତ୍ରଛାତ୍ରୀ ସଂଘର ସଭାପତି ପ୍ରଫୁଲ୍ଲ କୁମାର ରଥଙ୍କ ନେତୃତ୍ୱରେ ଏକ ଚାରି ଜଣିଆ ପ୍ରତିନିଧି ଦଳ ସୋନପୁର ବିଧାୟକ ନିରଞ୍ଜନ ପୂଜାରୀଙ୍କୁ...

ପୂର୍ବତନ ସରପଞ୍ଚଙ୍କ ହତ୍ୟାକାରୀ କୁ କଠୋର ଦଣ୍ଡ ବିଧାନ ପାଇଁ ସରପଞ୍ଚ ସଂଘ ପକ୍ଷରୁ ଜିଲ୍ଲାପାଳ ଙ୍କୁ ଦାବି ପତ୍ର ପ୍ରଦାନ

ସୁବର୍ଣ୍ଣପୁର , (୧୪/୦୭) ଆ.ପ୍ର : ପୂର୍ବତନ ସରପଞ୍ଚଙ୍କ ହତ୍ୟାକାରୀ କୁ କଠୋର ଦଣ୍ଡ ବିଧାନ ପାଇଁ ସରପଞ୍ଚ ସଂଘ ପକ୍ଷରୁ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଠାରେ...